32.9 C
Balāngīr
Thursday, June 12, 2025

ଚିକିଟି ବିଧାୟକ ଶ୍ରୀ ମନରଞ୍ଜନ ଦ୍ୟାନ ସାମନ୍ତରା ରେଳ ମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରି ରେଳ ସମ୍ପର୍କିତ ଅନେକ ସମସ୍ୟା ବିଷୟରେ ଆଲୋଚନା

Must read

ଗଞ୍ଜାମ, (୧୯/୦୫) : ଆପ୍ର. : ଚିକିଟି ବିଧାୟକ ଶ୍ରୀ ମନରଞ୍ଜନ ଦ୍ୟାନ ସାମନ୍ତରା ଆଜି ଦିଲ୍ଲୀରେ କେନ୍ଦ୍ରୀୟ ରେଳ ମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ୱିନୀ ବୈଷ୍ଣବଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଚିକିଟି ନିର୍ବାଚନ ମଣ୍ଡଳୀର ରେଳ ସମ୍ପର୍କିତ ଅନେକ ସମସ୍ୟା ବିଷୟରେ ଆଲୋଚନା କରିଥିଲେ ।

ତାଙ୍କର ନେତୃତ୍ୱ ଓ ଦୂରଦୃଷ୍ଟି ପାଇଁ ଓଡ଼ିଶାରେ ଅନେକ ରେଳ ପ୍ରକଳ୍ପ ସଫଳତାର ସହ କାର୍ଯ୍ୟକାରୀ ହେଉଛି ଯାହା ପାଇଁ ତାଙ୍କୁ କୃତଜ୍ଞତା ଜଣାଇଥିଲେ ଇ ଚିକିଟି ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ଦୀର୍ଘଦିନର ଦାବି ଗୁଡ଼ିକୁ ବିଧାୟକ ମାନ୍ୟବର ମନ୍ତ୍ରୀଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ । ଗୁଡିପଦର ଠାରେ ଏକ ପାସେଞ୍ଜର ହଲ୍ଟ ନିର୍ମାଣ, ସୁରଳ ରୋଡ ଷ୍ଟେସନରେ ଅଧିକ ଟ୍ରେନର ରହଣି, ସୁରଳ କିମ୍ବା ଗୋଳନ୍ଥରା ନିକଟରେ ଏକ କୋଚ୍ ଡିପୋ ସ୍ଥାପନ ଏବଂ ବ୍ରହ୍ମପୁରରେ ସମସ୍ତ ଦୂରଗାମୀ ଟ୍ରେନ୍‌ର ରହଣି ପ୍ରଭୃତି ବିଷୟରେ ଆଲୋଚନା କରାଗଲା।

ଓଡିଶା ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ୍‌ର ବିସ୍ତାର, ହାଓଡ଼ା-ଭୁବନେଶ୍ୱର ଜନଶତାବ୍ଦୀ ଏକ୍ସପ୍ରେସ୍ ଏବଂ ରାଞ୍ଚି-ଭୁବନେଶ୍ୱର ଗରିବ ରଥ ଏକ୍ସପ୍ରେସ୍‌କୁ ବ୍ରହ୍ମପୁର ପର୍ଯ୍ୟନ୍ତ ବିସ୍ତାର କରିବା ପାଇଁ ମଧ୍ୟ ଅନୁରୋଧ କଲି। ଏହି ସବୁ ପ୍ରକଳ୍ପ ଗଞ୍ଜାମ ଜିଲ୍ଲା ତଥା ଦକ୍ଷିଣ ଓଡିଶାର ରେଳ ସଂଯୋଗକୁ ମଜବୁତ କରିବ । ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ବୈଷ୍ଣବ ଅତ୍ୟନ୍ତ ସହୃଦୟତାର ସହ ଆମର ସମସ୍ତ ଦାବିକୁ ଶୁଣିଲେ ଏବଂ ସମ୍ଭାବ୍ୟ ସମାଧାନ ଦିଗରେ କାର୍ଯ୍ୟ କରିବାକୁ ଆଶ୍ୱାସନା ଦେଲେ। ମୁଁ ବିଶ୍ୱାସ କରୁଛି ଯେ ତାଙ୍କ ନେତୃତ୍ୱରେ ଚିକିଟି ନିର୍ବାଚନ ମଣ୍ଡଳୀ ଏବଂ ଗଞ୍ଜାମ ଜିଲ୍ଲାର ଜନସାଧାରଣଙ୍କ ଦୀର୍ଘଦିନର ରେଳ ସମ୍ପର୍କିତ ଆଶା ଓ ଆକାଂକ୍ଷା ପୂରଣ ହେବ। ସବକା ସାଥ, ସବକା ବିକାଶ ମନ୍ତ୍ରରେ ଆମେ ସମସ୍ତେ ଏକ ଉନ୍ନତ ଭାରତ ଗଠନ ଦିଗରେ ଅଗ୍ରସର ହେବା।

- Advertisement -spot_img

More articles

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...