ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗିର/ଟିଟିଲାଗଡ, ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ଜିଲ୍ଲା ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ସମସ୍ୟା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଛି ।
ପ୍ରଶାସନିକ ଅବହେଳା ସହ ନିଜସ୍ଵ ସେବା ମନୋବୃତି ବଦଳ ରେ ଅର୍ଥ କାରବାର ଭଳି ଗୁରୁତର ଅଭିଯୋଗ ହସ୍ତଗତ ହୋଇଛି । ଯେଉଁ କିଛି କର୍ମଚାରୀ କାର୍ଯ୍ୟରତ ଉକ୍ତ କର୍ମଚାରୀ ଙ୍କୁ ଦରମା ନ ମିଳିବା,ବିଭିନ୍ନ ପ୍ରକାର ଆଳରେ ଖୋଲା, ଖୋଲି ଅର୍ଥ ଆଦାୟ କରିବା ସାଧାରଣ ଘଟଣା ପାଲଟିଛି । ଯଦ୍ୱାରା ଚିକିତ୍ସା ସେବା ଛାଡ଼ି ଜାଲ, କାଗଜ କଲମ ରେ ଟଙ୍କା ହଡ଼ପ କରାଯାଇ ଆସୁଛି । ପ୍ରକାଶ ଯେ,ଏହି ଡାକ୍ତରଖାନା ର ବିଭିନ୍ନ ସୂଚନା ଆଇନ ଅନୁଯାୟୀ ସବିଶେଷ ତଥ୍ୟ ଆବେଦନ କରାଯାଇ ଥିଲା । ସୂଚନା ଅଧିକାର ଆଇନ ଅନୁଯାୟୀ ସବିଶେଷ ତଥ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିକଟ ରୁ ରେଜିଷ୍ଟ୍ରି ଡାକ ଯୋଗେ ଦୁଃଖୁଃ ବାଗ ନାମକ ଜଣେ ସ୍ବେଚ୍ଛାସେବୀ ମାଗିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିକଟ ରୁ ଉକ୍ତ ସୂଚନା ଡାକ ଯୋଗେ ହସ୍ତଗତ ହୋଇ ଥିବା ବେଳେ ଉକ୍ତ ତଥ୍ୟ ର ଡାକ ଯୋଗେ ପାଇବା ର ପରଦିନ ପୁନଃ ଉକ୍ତ ଡାକ କର୍ମଚାରୀ ଫେରାଇ ନେଇଥିଲେ ।
ଯାହାକି ସରକାରି ଆଇନ ର ଖିଲାପ ଅଟେ । ଉକ୍ତ ପ୍ରକୃତ ନକଲ କପି ରେ ସଠିକ୍ ତଥ୍ୟ ଓ ତାଙ୍କ ଦୋଷ, ଦୁର୍ବଳତା ଥିବା ଯୋଗୁଁ ତାହା ଫେରସ୍ତ ନେଇଯାଇ ଥିବା ଲିଖିତ ଅଭିଯୋଗ କରିଛନ୍ତି ଶ୍ରୀ ବାଗ । ପ୍ରକାଶ ଯେ, ଏ ନେଇ ଟିଟିଲାଗଡ ମୁଖ୍ୟ ଡାକ ଅଧିକାରୀ ଅଭିଯୋଗ ନେଇ ଯଥାଶୀଘ୍ର ଉପଯୁକ୍ତ ପଦକ୍ଷେପ ନେବେ ବୋଲି ନିର୍ଭର ଯୋଗ୍ୟ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଟିଟିଲାଗଡ ଜିଲ୍ଲା ଉପଖଣ୍ଡ ମାନ୍ୟତା ଚିକିତ୍ସାଳୟ ହୋଇ ସୁଦ୍ଧା କିଛି ନିର୍ଦ୍ଦିଷ୍ଟ ,ଅଧିକାରୀ କର୍ମଚାରୀ ଙ୍କ ଖୋଲା, ଖୋଲି ଏହି ବେଆଇନ କାର୍ଯ୍ୟ ଦର୍ଶାଇ ଆସିବା ପାଇଁ ସାଧାରଣ ଦୁର୍ଦ୍ଦଶା ର ଶିକାର ହେଉଛନ୍ତି ବୋଲି ବୁଦ୍ଧିଜୀବୀ ତଥା ସ୍ଵେଚ୍ଛାସବୀ ମହଲରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଉଛି । ଏ ଦିଗରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦାବି ପ୍ରକାଶ ପାଉଛି ।