ରିପୋର୍ଟ :ଭଗବାନ ମହାନ୍ତି
ମୁରିବାହାଲ, (୧୪/୩) : ମୁରିବାହାଲ ବ୍ଲକ, ମାଲିଶିରା ପଞ୍ଚାୟତ ଅନ୍ତର୍ଗତ ଚିକିନି ବାହାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ବିଦ୍ୟାଳୟ ବରିଷ୍ଠ ଶିକ୍ଷକ ନିତ୍ୟାନନ୍ଦ ମହାକୁରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ରୂପେ ମାଲିଶିରା ଗ୍ରାମ ପଞ୍ଚାୟତ ସରପଞ୍ଚ ଦେବରାଜ ପାତ୍ର ଉଦ୍ଘାଟନ କରି ମା ସରସ୍ବତୀଙ୍କ ପୂଜାର୍ଚ୍ଚନା ପରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା । ଉକ୍ତ ଉତ୍ସବ ରେ ସମ୍ମାନିତ ଅତିଥି ରୂପେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁଧୀର କୁମାର ନାଗ, ମୁଖ୍ୟବକ୍ତା ଖଜୁରପଡା ବିଦ୍ୟାଳୟ ଶିକ୍ଷକ ସୁମିତ୍ ବାଗ ମଞ୍ଚାସିନ ଥିଲେ । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା ।
ବାର୍ଷିକ କ୍ରୀଡା ରେ ଉତ୍ତୀର୍ଣ୍ଣ ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିବା ପାଇଁ ପୁରସ୍କାର ଦିଆଯାଇଥିଲା । କାର୍ଯ୍ୟକ୍ରମ ରେ ସମସ୍ତ ଗ୍ରାମବାସୀଙ୍କ ସହ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଓ ସଦସ୍ୟା ପ୍ରମୁଖ ଉପସ୍ଥିତଥିଲେ । ଶିକ୍ଷୟିତ୍ରୀ ଶ୍ରୀମତୀ ସୁରସ୍ମିତା ମିଶ୍ର ମଞ୍ଚ ପରିଚାଳନା କରିଥିବାବେଳେ ଶିକ୍ଷକ ପ୍ରଦୀପ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।