32.9 C
Balāngīr
Wednesday, April 30, 2025

ଚିତ୍ତ ଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ପଶ୍ଚିମ ଓଡ଼ିଶା ଶାଖା ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ଚିକିତ୍ସା ଶିବିର ଉଦଘାଟିତ

Must read

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୨୭/୦୧) : ସ୍ୱର୍ଗତା ଜ୍ଞାନୀ ହୋତା ଓ ଚିତ୍ତ ରଞ୍ଜନ ହୋତା ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଚିତ୍ତ ଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ପଶ୍ଚିମ ଓଡ଼ିଶା ଶାଖା ପକ୍ଷରୁ ମା ସୁରେଶ୍ଵରୀ ଙ୍କ ଠାରେ ପୂଜା ଅର୍ଚ୍ଚନା ପରେ ସୋନପୁର ଘୋଡାଘାଟପଡ଼ା (ମହାରଣା ପଡ଼ା) ଠାରେ ଏକ ମାଗଣା ସ୍ବାସ୍ଥ୍ୟ ଚିକିତ୍ସା ଶିବିର ମା ଘରର ଶୁଭାରମ୍ଭ କରାଯାଇଛି lWhatsApp Image 2025 01 27 at 21.26.17 ଚିତ୍ତ ଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ପଶ୍ଚିମ ଓଡ଼ିଶା ଶାଖା ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ଚିକିତ୍ସା ଶିବିର ଉଦଘାଟିତ

ପ୍ରଫେସର ଦତ୍ତେଶ୍ୱର ହୋତା ଙ୍କ ସଂଯୋଜନା ରେ ଅନୁଷ୍ଟିତ ଏହି ମା ଘର ଶିବିର କୁ ଓଡ଼ିଶା ହାଇକୋର୍ଟ ର ଅବସର ପ୍ରାପ୍ତ ବିଚାରପତି ଚିତ୍ତ ରଞ୍ଜନ ଦାଶ ଉଦଘାଟନ କରି ଏହା ଏକ ସ୍ଵାଗତ ଯୋଗ୍ୟ ପଦକ୍ଷେପ ଓ ଏ ମହତ୍ ସେବା କାର୍ଯ୍ୟକ୍ରମ ସୁବର୍ଣ୍ଣପୁର ଜିଲ୍ଲା ପାଇଁ ଶୁଭଙ୍କର ଅଟେ ବୋଲି କହିଥିଲେ l ସୁବର୍ଣ୍ଣପୁର ଜିଲ୍ଲା ର ସମସ୍ତ ଅଞ୍ଚଳ ର ଗରିବ ଲୋକ ଙ୍କ ପାଇଁ ମାଗଣା ରେ ପରୀକ୍ଷା ଓ ଚିକିତ୍ସା ର ସୁ – ବ୍ୟବସ୍ଥା ପାଇଁ ଏହି ମା ଘାର ର ଶୁଭାରମ୍ଭ କରଯାଇଛି l ପ୍ରଥମ ଦିନ ଏହି ଶିବିର ରେ ସ୍ୱର୍ଗତ ଚିତ୍ତ ରଞ୍ଜନ ଦାଶ ଙ୍କ ପୈତୃକ ଗ୍ରାମ ତେଲେଣ୍ଡl ଓ ଜ୍ଞାନୀ ହୋତା ଙ୍କ ପୈତୃକ ଗ୍ରାମ ସେଲେଡି ଗାଁ ର ୧୯୮ ଜଣ ଗରିବ ରୋଗୀ ଙ୍କୁ ମାଗଣା ଚିକିତ୍ସା ସେବା ଓ ମାଗଣା ଔଷଧ ପ୍ରଦାନ କରଯାଇଛି l

ପ୍ରତି ମାସ ଦ୍ବିତୀୟ ଶନିବାର ଓ ରବିବାର ଦିନ ରେ ଏହି ଘୋଡ଼ାଘାଟପଡ଼ା ମା ଘର ସୋନପୁର ରେ ବିଭିନ୍ନ ଅଞ୍ଚଳ ର ଗରିବ ଶ୍ରେଣୀର ରୋଗୀ ଙ୍କ ପାଇଁ ମାଗଣା ରେ ଚିକିତ୍ସା ସେବା ଯୋଗାଇ ଦିଆଯିବ ବୋଲି ଡ଼ା .ଦତ୍ତେଶ୍ୱର ହୋତା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି l ସୁବର୍ଣ୍ଣପୁର ର ସୁପର ସିନିୟର୍ ସିଟିଜେନ୍ ଡ଼ା. ରାଜେନ୍ଦ୍ର କୁମାର ମିଶ୍ର, ସୁଶ୍ରୀ ରେଣୁକା ମିଶ୍ର ଓ ବଳରାମ ମିଶ୍ର ଙ୍କୁ ଏହି ଉତ୍ସବ ରେ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସମ୍ବଲପୁର ର ପୁର୍ବତନ ସାଂସଦ ଭବାନୀ ଶଙ୍କର ହୋତା ,ସୋନପୁର ର ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ଓ ମନୋରଞ୍ଜନ ତ୍ରୀପାଠୀ ଙ୍କୁ ମଧ୍ୟ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା l

ଟ୍ରଷ୍ଟ ର ଶୁଭେଚ୍ଛୁ ଶ୍ରୀବତ୍ସ ମଲ୍ଲିକ, ବୈକୁଣ୍ଠ ଶତପଥି, ପଠାନ କୁମାର ପଣ୍ଡା, ଶୈଳେନ୍ଦ୍ର ସାହୁ , ରବି ନାରାୟଣ ମହାପାତ୍ର, ପ୍ରଦୀପ ପୁରୋହିତ, ଅଭ୍ୟାଗତ ମହାପାତ୍ର, ସତ୍ୟ ନାରାୟଣ ତ୍ରୀପାଠୀ , ମନୋରଞ୍ଜନ ତ୍ରୀପାଠୀ ପ୍ରମୁଖ କାର୍ଯ୍ଯକ୍ରମରେ ସହଯୋଗ କରିଥିଲେ l ଏହି କ୍ୟାମ୍ପରେ ୟୁରୋଲୋଜିଷ୍ଟ, ନେଫ୍ରୋଲୋଜିଷ୍ଟ, ଓ ଏଣ୍ଡୋକ୍ରିନୋଲୋଜିଷ୍ଟ ବିଭାଗ ର ପ୍ରଫେସର ଯୋଗ ଦେଇ ରୋଗୀ ଙ୍କ ଉତ୍ତମ ସେବା ପ୍ରଦାନ କରିଥିଲେ l ପ୍ରତି ମାସ ର ଦ୍ବିତୀୟ ଶନିବାର ରବିବାର ଏହି ମା ଘର ସୋନପୁର ରେ ରୋଗୀ ସେବା ପ୍ରଦାନ କରାଯିବ ବୋଲି ପ୍ରଫେସର ହୋତା ତଥା ମ୍ୟାନେଜିଂ ଟ୍ରଷ୍ଟି ପ୍ରକାଶ କରିଛନ୍ତି l

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...