ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୨୪/୦୧) : ସ୍ୱର୍ଗତ ଜ୍ଞାନୀ ହୋତା ଓ ଚିତ୍ତ ରଞ୍ଜନ ହୋତା ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଚିତ୍ତ ଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ପଶ୍ଚିମ ଓଡ଼ିଶା ଶାଖା ପକ୍ଷରୁ ଆସନ୍ତା ଜାନୁଆରୀ ୨୬ ତାରିଖ ସଧାରଣତନ୍ତ୍ର ଦିବସ ରେ ମା ସୁରେଶ୍ଵରୀ ଙ୍କ ଠାରେ ପୂଜା ଅର୍ଚ୍ଚନା ପରେ ସୋନପୁର ଘୋଡାଘାଟପଡ଼ା ( ମହାରଣା ପଡ଼ା) ଠାରେ ଏକ ମାଗଣା ସ୍ବାସ୍ଥ୍ୟ ଚିକିତ୍ସା ଶିବିର ର ଶୁଭାରମ୍ଭ କରାଯିବ l
ଏନେଇ ଆଜି ପ୍ରଫେସର୍ ଦତ୍ତେଶ୍ୱର ହୋତା ଙ୍କ ଅଧ୍ୟକ୍ଷତା ରେ ଅବସର ପ୍ରାପ୍ତ ବିଚାରପତି ( ଓଡ଼ିଶା ହାଇକୋର୍ଟ) ଚିତ୍ତ ରଞ୍ଜନ ଦାଶ ଙ୍କ ଉପସ୍ଥିତି ରେ ତାଙ୍କ ସୋନପୁର ବାସ ଭବନ ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି l ସୁବର୍ଣ୍ଣପୁର ଜିଲ୍ଲା ର ସମସ୍ତ ଅଞ୍ଚଳ ର ଗରିବ ଲୋକ ଙ୍କ ପାଇଁ ମାଗଣା ରେ ପରୀକ୍ଷା ଓ ଚିକିତ୍ସା ର ସୁ – ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ହୋଇଛି l ଆସନ୍ତା ୨୬ ତାରିଖ ଦିନ ସୋନପୁର ଘୋଡ଼ାଘାଟପଡ଼ା ରେ ଏହି ମା ଘର ର ଶୁଭାରମ୍ଭ ହେବ ଏବଂ ପ୍ରଥମେ ତେଲେଣ୍ଡl ଓ ସେଲେଡି ଗାଁ ର ଗରିବ ରୋଗୀ ଙ୍କ ପାଇଁ ଚିକିତ୍ସା ସେବା ଓ ମାଗଣା ଔଷଧ ପ୍ରଦାନ କରାଯିବ l ପ୍ରତି ମାସ ଦ୍ବିତୀୟ ଶନିବାର ଓ ରବିବାର ଦିନ ରେ ଏହି ଘୋଡ଼ାଘାଟପଡ଼ା ମା ଘର ସୋନପୁର ରେ ଗରିବ ଶ୍ରେଣୀର ରୋଗୀ ଙ୍କ ପାଇଁ ମାଗଣା ରେ ଚିକିତ୍ସା ସେବା ଯୋଗାଇ ଦିଆଯିବ ବୋଲି ଡ଼ା.ଦତ୍ତେଶ୍ୱର ହୋତା ପ୍ରକାଶ କରିଛନ୍ତି l
ବୈଠକ ରେ ମା ସୁରେଶ୍ଵରୀ ଙ୍କ ଭକ୍ତ ତଥା ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ବୈକୁଣ୍ଠ ଶତପଥି, ପଠାନ କୁମାର ପଣ୍ଡା, ସୈଳେନ୍ଦ୍ର ସାହୁ, ରବି ନାରାୟଣ ମହାପାତ୍ର, ପ୍ରଦୀପ ପୁରୋହିତ, ଅଭ୍ୟାଗତ ମହାପାତ୍ର, ସତ୍ୟ ନାରାୟଣ ତ୍ରିପାଠୀ, ମନୋରଞ୍ଜନ ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ସ୍ବାସ୍ଥ୍ୟ ସେବା ଉପରେ ବିଭିନ୍ନ ପ୍ରସ୍ତାବ ରଖିଥିଲେ l ମା ଘର ର ପ୍ରତି କ୍ୟାମ୍ପ ରେ ୟୁରୋଲୋଜିଷ୍ଟ, ନେଫ୍ରୋଲୋଜିଷ୍ଟ, ଏଣ୍ଡୋକ୍ରିନୋଲୋଜିଷ୍ଟ ବିଭାଗ ର ପ୍ରଫେସର ଯୋଗ ଦେଇ ରୋଗୀ ଙ୍କ ଉତ୍ତମ ସେବାରେ ନ୍ୟସ୍ତ ରହିବେ ବୋଲି ପ୍ରଫେସର ହୋତା ତଥା ମ୍ୟାନେଜିଂ ଟ୍ରଷ୍ଟି ପ୍ରକାଶ କରିଛନ୍ତି l