32.9 C
Balāngīr
Thursday, July 10, 2025

ଚିର ନିଦ୍ରାରେ ସିଦ୍ଧିର ସନ୍ୟାସୀ ଦିବ୍ୟାନନ୍ଦ ଦେବଦାସ

Must read

ମୁନିଗୁଡ଼ା, (୨୮/୬) : ଆପ୍ର. : ଆଜି ପଞ୍ଚଭୂତରେ ଲୀନ ହୋଇଗଲେ ମୁନିଗୁଡ଼ା ଅଞ୍ଚଳର ଜଣେ ଆଧ୍ୟାତ୍ମିକ ପୁରୁଷ ଭାବେ ଘରେ ଘରେ ପରିଚିତ ଦିବ୍ୟାନନ୍ଦ ଦେବଦାସଜୀ ।

ସମଗ୍ର ମୁନିଗୁଡ଼ାର ଜନ ଜୀବନ ଆଜି ଯେପରି ନୀରବି ଯାଇଛି ଦେବଦାସଜୀଙ୍କ ନିଧନରେ।ଦେବଦାସଜୀ ପରିବାରର ଜୀବନ ଜଞ୍ଜାଳ ମଧ୍ୟରେ ଥାଇ ମଧ୍ୟ ଜଣେ ସିଦ୍ଧିର ସନ୍ୟାସୀ ହୋଇ ପାରିଥିଲେ।ଜଣେ ସରଳ, ନିରୀହ, ନିଷ୍କପଟ, ନିରହଙ୍କାରୀ, ନିରାଡମ୍ବର, ନିରଳସ ପଣରେ ଉର୍ଦ୍ଧମୂଳ ଥିଲା ତାଙ୍କ ନୈତିକ ବ୍ୟକ୍ତିତ୍ଵ।ଆକାଶ ପରି ବିଶାଳ ତାଙ୍କର ଦୃଷ୍ଟି, ସାଗର ପରି ଗଭୀର ତାଙ୍କର ଉକ୍ତି, ଧରଣୀ ପରି ସହିଷ୍ନୁ ତାଙ୍କର ମତି ଆଉ ସୁଦାମ ଭଳି ଅମଳିନ ତାଙ୍କର ଥିଲା ପ୍ରଗାଢ ଭକ୍ତି । ସେ ଥିଲେ ସାଧାରଣ ଶରୀରରେ ଜଣେ ଅସାଧାରଣ ସିଦ୍ଧିର ସନ୍ୟାସୀ ବୋଲି ତାଙ୍କୁ ବରିଷ୍ଠ ସ୍ତମ୍ଭକାର ମନୋରଞ୍ଜନ ଦଳାଇ କହିବା ସହ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଦେବଦାସଜୀ ରାଷ୍ଟ୍ରବାଦି ଆଧ୍ୟାତ୍ମିକ ସଂଗଠନ ବିଶ୍ବହିନ୍ଦୁ ପରିଷଦ ସହ ଆତ୍ମିକ ଭାବେ ଜଡ଼ିତ ରହି ଜୀବନର ଶେଷ ସମୟ ପର୍ଯ୍ୟନ୍ତ କାର୍ଯ୍ୟ କରୁଥିଲେ ।

ଅଯୋଧ୍ୟା ଆନ୍ଦୋଳନରେ ଜଡ଼ିତ ହୋଇ କର ସେବାକୁ ଯିବା, ମନ୍ଦିର ନିର୍ମାଣ ପାଇଁ ତନ, ମନ, ଓ ଧନ ସହିତ ତାଙ୍କର ଅଯାଚିତ ଅବଦାନ ଚିରଦିନ ହିନ୍ଦୁ ସମାଜ ପାଇଁ ପ୍ରେରଣା ଯୋଗାଇବ ବୋଲି ଆଜି ଅନ୍ତିମ ସଂସ୍କାର କାର୍ଯ୍ୟରେ ଯୋଗଦେଇ ପୂର୍ବତନ ବ୍ଲକ ବିଶ୍ବହିନ୍ଦୁ ପରିଷଦ ସଭାପତି କିର୍ତ୍ତିଚନ୍ଦ୍ର ପୃଷ୍ଟି କହିଥିଲେ।ମୁନିଗୁଡ଼ା ବ୍ଲକର ବିଭିନ୍ନ ଅଞ୍ଚଳରେ ଦଳିତ ସମାଜକୁ ସନାତନି ଆଧ୍ୟାତ୍ମିକ ଚେତନାରେ ଉଡଭୂତ କରାଇବା ଫଳରେ ଅନେକ କ୍ଷେତ୍ରରେ ଧର୍ମାନ୍ତିକରଣ ବନ୍ଦ ହୋଇ ପାରିଥିଲା ।

ମୁନିଗୁଡ଼ା ଗାଁ ମାଟି ଓ ଆଧ୍ୟାତ୍ମିକ କ୍ଷେତ୍ର ପ୍ରତି ଥିବା ତାଙ୍କ ଦୁର୍ବାର ଆକର୍ଷଣ ଏବଂ ପ୍ରତି ମଣିଷ ଭିତରେ ଦେବତ୍ଵ ପରି ପ୍ରକାଶ କରିବାରେ ତାଙ୍କର ଜୀବନବ୍ୟାପୀ ଚେଷ୍ଠା, ନିଷ୍ଠା, ତ୍ୟାଗ, ତପସ୍ୟା, ତିତିକ୍ଷା ଓ ତନ୍ମୟତା ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ନିଶ୍ଚୟ ରହିବ।ଆଜି ତାଙ୍କ ଅନ୍ତିମ ଯାତ୍ରାରେ ହରିଶ୍ଚନ୍ଦ୍ର ଶ୍ମଶାନ ଘାଟରେ ଅସମ୍ଭବ ଭିଡ ହୋଇଥିଲା। ଭଜନ,କୀର୍ତ୍ତନ ମଣ୍ଡଳୀ ମଧ୍ୟରେ ଶୋକାକୁଳ ପରିବାର, ଅନେକ ଶୁଭେଚ୍ଛୁ, ଗାୟିତ୍ରି ପରିବାର, ଶିଷ୍ୟଶିଶ୍ୟା, ବଜରଙ୍ଗ ଦଳ, ବିଶ୍ବହିନ୍ଦୁ ପରିଷଦ, ମୁନିଗୁଡାର ଅନେକ ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଅନୁଷ୍ଠାନ ତରଫରୁ ସଦସ୍ୟମାନେ ସ୍ଵର୍ଗଦ୍ଵାରରେ ପହଞ୍ଚି ଏହି ମହାନ ଆତ୍ମାକୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେବା ସହ ଶ୍ରେଷ୍ଠ ସମ୍ମାନ ଜଣାଇଥିଲେ ।

ପ୍ରେସ କ୍ଲବ ତରଫରୁ ସଭାପତି ରାଜିବ ଲୋଚନ ଦାସ କର୍ମଯୋଗୀ ଦେବଦାସଜୀଙ୍କ ନିଧନରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ବହୁଦିନ ହେବ ଦେବଦାସଜୀ ପକ୍ଷାଘାତ ରୋଗରେ ପୀଡ଼ିତ ଥିଲେ । ପରିବାର ତରଫରୁ ସମସ୍ତ ଚିକିତ୍ସା ସତ୍ତ୍ୱେ ସେ ଗତକାଲି ରାତ୍ର ୧୧ଟା ସମୟରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।ମର୍ତ୍ତ୍ୟ ବେଳକୁ ତାଙ୍କୁ ୮୫ବର୍ଷ ବୟସ ହୋଇଥିଲା । ଅନ୍ତିମ ସମୟରେ ତାଙ୍କ ପାଖରେ ଦୁଇ ପୁତ୍ର,ଦୁଇ କନ୍ୟା,ପୁତ୍ରବଧୂ,ନାତି ଓ ପରିବାର ବର୍ଗ ଉପସ୍ଥିତ ଥିଲେ ।

- Advertisement -spot_img

More articles

Leave a Reply

- Advertisement -spot_img

Latest article

ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା ଯୋଗଦାନ

ବିଷମ କଟକ, (୧୦/୭) : ଆପ୍ର. : ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା...

ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ, ଗତ ୪ ତାରିଖରୁ ଥିଲେ ନିଖୋଜ

କନ୍ଧମାଳ, (୧୦/୭) : ଆପ୍ର. : ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ଫୁଲବାଣୀ ନିକଟସ୍ଥ ଖଜୁରୀପଡା ଥାନା ଅନ୍ତର୍ଗତ ଗୁଦାରୀ ବାଲୁକୁଟୀ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ, କନ୍ଧମାଳ...

ରାଇକିଆ ଅଞ୍ଚଳରେ ହାତୀ ଉପଦ୍ରବ : ଘରଦ୍ୱାର ଭାଙ୍ଗିଲେ ହାତୀପଲ

ରାଇକିଆ, (୧୦/୦୭) :ଆପ୍ର. : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରଣବା ଅଞ୍ଚଳରେ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି । ମଙ୍ଗଳବାର ୧୦ରୁ ୧୫ ଟିକିଆ ହାତୀପଲ ରଣବା ପଞ୍ଚାୟତ...

ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ, ଫେଲ ହେଲେ ପୁଣି ସୁଯୋଗ

ଭୁବନେଶ୍ବର, (୧୦/୦୭) : ଆପ୍ର. : ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସଂଶୋଧନ ନେଇ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ...

ହିନ୍ଦୁ ଠାରୁ ବୌଦ୍ଧ ସମସ୍ତେ ପାଳନ କରନ୍ତି ଗୁରୁ ପୂର୍ଣ୍ଣିମା

ଭୁବନେଶ୍ୱର, (୧୦/୦୭) : ଆପ୍ର. : ଆଜି ହେଉଛି ଗୁରୁ ପୂର୍ଣ୍ଣିମା । ଗୁରୁଙ୍କ ବିନା ଏ ସଂସାର ଅନ୍ଧକାର ମୟ । ପିତା ଓ ମାତା ଆମର ପ୍ରଥମ ଗୁରୁ ।...