32.9 C
Balāngīr
Tuesday, May 13, 2025

ଚୋରୀ ହୋଇଥିବା କୁଣ୍ଡା ବୋଝେଇ ଟ୍ରକ ଜବତ : ୩ ଗିରଫ

Must read

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିନେଲେ ଝିଅ

ଭୁବନେଶ୍ୱର, (୧୩/୦୫) : ଆପ୍ର. : ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯...

ସୁବର୍ଣ୍ଣପୁର, (୨୭/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ କମିରା ସ୍ଥିତ ଶ୍ରୀୟlନ୍ସ ସଲଭେଣ୍ଟ ଅଏଲରୁ କୁଣ୍ଡା ବୋଝେଇ ହୋଇ ଯାଇଥିବା ଟ୍ରକ ଚୋରି ଘଟଣାରେ ଆଜି ୩ ଜଣ ଅଭିଯୁକ୍ତ କୁ ଗିରଫ କରିବା ସହ ଟ୍ରକ ଜବତ କରିଛି ବିନିକା ପୁଲିସ ।WhatsApp Image 2025 04 27 at 19.29.35 ଚୋରୀ ହୋଇଥିବା କୁଣ୍ଡା ବୋଝେଇ ଟ୍ରକ ଜବତ : ୩ ଗିରଫ

ଗିରଫ ଅଭିଯୁକ୍ତ ମାନେହେଳେ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଅଞ୍ଚଳର ଗାଡି ହେଲପର ସୁଶାନ୍ତ ବେହେରା (୩୧) ଓ ବୁଗୁଡ଼ା ଥାନା ଅଞ୍ଚଳର ସହଯୋଗୀ ଶିବାଜୀ ପଧାନ (୩୫), କୁଣ୍ଡା କିଣିଥିବା ଜିତେନ୍ଦ୍ର ଜେନା (୩୬) ବୋଲି ଜଣାପଡିଛି । ଟ୍ରକ ଡ୍ରାଇଭର ଫେରାର ଥିବା ଜଣାପଡିଛି । ସୂଚନା ଅନୁସାରେ କମିରା ଶ୍ରୀୟାନସ୍ ସଲଭେଣ୍ଟ ଓଏଲ ମିଲକୁ ଏକ ଟ୍ରକ୍ କୁଣ୍ଡା ନେବାପାଇଁ ଆସିଥିଲା । କୁଣ୍ଡା ଲୋଡିଂ ହୋଇ ସେଠାରୁ ଚାଲିଯାଇଥିଲା । ସେତେବେଳଠାରୁ ଡ୍ରାଇଭର ଏବଂ ହେଲପର ର ମୋବାଇଲ ଅଫ ରହିଥିଲା |ଏଥି ସହିତ ଗାଡ଼ିରେ ଲାଗିଥିବା ଜିପିଏସ ମଧ୍ୟ ଭାଙ୍ଗି ଦେଇଥିଲେ ।ଏଥିଯୋଗୁଁ ଗାଡି ମାଲିକ ସନ୍ଦେହ କରିଥିଲେ । ହେଲେ ସେହିଦିନ ଠାରୁ ଟ୍ରକଟି ଚୋରୀ ହୋଇ ଯାଇଥିଲା ।

ତେବେ ଟ୍ରକ୍ ଠିକ ସମୟରେ ମାଲିକ ପାଖକୁ ନପହଞ୍ଚିବାରୁ ଟ୍ରକ ମାଲିକ ଅମଙ୍ଗ ମୋହନ ଦାଶ ଗତ ୧୭ତାରିଖ ଦିନ ବିନିକା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଆଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। କୌଣସି ସୂତ୍ରରୁ ଖବର ପାଇ ବିନିକା ପୁଲିସ ଗଞ୍ଜାମ ପୁଲିସ ସହାୟତାରେ ଭଞ୍ଜନଗର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଛାନଭିନ କରି ଟ୍ରକ କୁ ପାଇବାରେ ସଫଳ ହୋଇଥିଲା ।

ଚୋରୀ ଟ୍ରକକୁ ପୋଲିସ ଉଦ୍ଧାର କରିଥିବା ବେଳେ ଟ୍ରକ ଚାଳକ ଫେରାର ହୋଇଯାଇଛି । ଟ୍ରକ ରେ ୪୩୭ ପ୍ୟାକେଟ କୁଣ୍ଡା ଥିବା ବେଳେ ତେବେ ଉଦ୍ଧାର ଟ୍ରକରେ ଥିବା କୁଣ୍ଡାର ଦାମ ପ୍ରାୟ ୩ଲକ୍ଷ ହେବ ବୋଲି ସୂଚନା ମିଳିଛି । ସେଥିରୁ ୧୫ପ୍ୟାକେଟ କୁଣ୍ଡା ଅନ୍ୟତ୍ର ବିକ୍ରି ହୋଇଥିବା ବେଳେ ବାକିତକ ପୁଲିସ ଉଦ୍ଧର କରିଛି । ଆଜି ତିନିଜଣ ଅଭିଯୁକ୍ତ ଙ୍କୁ ବିନିକା କୋର୍ଟ ଚାଲାଣ କରାଯାଇଥିଲା ସେଠାରେ ଜାମିନ ନାମଞ୍ଜୁର ହେବାରୁ ସୋନପୁର ଜେଲ ହାଜତ କୁ ପଠାଯାଇଥିବା ଥାନା ଅଧିକାରୀ ସାରଙ୍ଗଧର ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

- Advertisement -spot_img

More articles

- Advertisement -spot_img

Latest article

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିନେଲେ ଝିଅ

ଭୁବନେଶ୍ୱର, (୧୩/୦୫) : ଆପ୍ର. : ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯...

ଯାତ୍ରୀବାହୀ ବସକୁ ପିଟିଲା ଟ୍ରକ, ୨୦ ଆହତ

କରଞ୍ଜିଆ, (୧୩/୦୫) : ଆପ୍ର. : କରଞ୍ଜିଆ ଥାନା ଚଢ଼େଇଭୋଳ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଯାତ୍ରୀବାହୀ ବସକୁ ପଛ ପଟେ ଧକା ଦେଲା ଟ୍ରକ । ଦୁର୍ଘଟଣାରେ ଓଲଟି ପଡିଛି ଶିବ...

ମଦ ନେଲା ଜୀବନ, ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ

ମାଲକାନଗିରି, (୧୩/୦୫) : ଆପ୍ର. : ମଦ ନେଲା ୩ ଜୀବନ । ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ମୃତକ ହେଲେ...

କସ୍ତୁରବା ସବିକା ମହାବିଦ୍ୟାଳୟରେ ଆନ୍ତର୍ଜାତିକ ନର୍ସ ଦିବସ ପାଳନ

ପୁରୁଷୋତ୍ତମପୁର, (୧୩/୦୫) : ଆପ୍ର. : କସ୍ତୁରବା ସେବିକା ମହାବିଦ୍ୟାଳୟ ରେ ଆନ୍ତର୍ଜାତିକ ନର୍ସ ଦିବସ ପାଳିତ ହୋଇଛି । କଥା ରେ ଅଛି ମାନବ ସେବା ହିଁ ନରାୟଣ ସେବା, ଏହି ପରିପ୍ରେକ୍ଷୀରେ...

ଅଙ୍ଗଦାନ କରି ଅମର ହୋଇଗଲେ ଆଦିବାସୀ ଯୁବକ

ଗୁଣପୁର, (୧୩/୫) : ଆପ୍ର. : କଥାରେ ଅଛି ମଣିଷ ଜୀବନ ପାଣି ଫୋଟକା । ଖୁସିରେ ଘରୁ ବାହାରି ଥିଲେ କିନ୍ତୁ ବିଧାତାର ଲେଖା ଅଲଗା ଥିଲା, ଦୂର୍ଘଟଣାର ଶିକାର ହେଲେ...