ଗୁଣପୁର, (୧୧/୦୪) : ଆପ୍ର. : ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ରାୟଗଡା ଜିଲ୍ଲା ଗୁଣପୁର ଘରୋଇ ଯାନ୍ତ୍ରିକ ବିଶ୍ବ ବିଦ୍ୟାଳୟରେ ଅଘଟଣ ।
କଂପ୍ୟୁଟର ସାଇନ୍ସ ବିଭାଗର ଶେଷବର୍ଷ ଛାତ୍ରଙ୍କ ଆତ୍ମହତ୍ୟା ଅଭିଯୋଗ । ମୃତ ଛାତ୍ର ଜଣଙ୍କ ସନ୍ଦୀପ ଲେଙ୍କା । ତାଙ୍କ ଘର କେନ୍ଦ୍ରାପଡା ଜିଲ୍ଲା ରାଜନଗର ଅଞ୍ଚଳର ବୋଲି ଜଣାପଡ଼ିଛି । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଆରମ୍ଭ କରିଛି । ଗତକାଲି କମ୍ପୁଟର ସାଇନସ ବିଭାଗ ଶେଷ ବର୍ଷର ଛାତ୍ରମାନଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଥିଲା । ଏହା ପରେ ବିଳମ୍ବିତ ରାତି ଯାଏଁ ସନ୍ଦୀପ ଶୋଇ ନଥିବା ସହପାଠୀମାନେ ଦେଖିବାକୁ ପାଇଥିଲେ । ଆଜି ସାକଳେ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ମୃତ ଛାତ୍ର ଜଣଙ୍କ ବେଙ୍ଗାଳୁରୁର ଏକ ଘରୋଇ କମ୍ପାନୀରେ ଚାକିରି ପାଇଥିଲେ । ନିଯୁକ୍ତି ପାଇବା ପରେ ପରୀକ୍ଷା ଦେବାକୁ କିଛିଦିନ ହେବ ଗୁଣପୁର ଆସିଥିଲେ ।