ସୁବର୍ଣ୍ଣପୁର, (୨୬/୦୪) : ଆପ୍ର. : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସହର ଠାରେ ଚାରିଜଣ ଯୁବକ ଆସି କାକା ଗୋପାଲଜୀ ମେହର ଓ ପୁତୁରା ପ୍ରମୋଦ ମେହେର କେନାଲକୁ ଗାଧୋଇବାକୁ ଯିବା ସମୟରେ ସାମାନ୍ୟ କଥା କଟାକଟିକୁ ନେଇ ଛୁରା ମାଡ଼ କରି ଫେରାର ହୋଇଥିଲେ l
ଛୁରା ମାଡ଼ରେ କାକା ଗୋପାଳଜୀ ମେହେର ଗୁରୁତର ଥିବା ବେଳେ ପୁତୁରା ପ୍ରମୋଦ ମେହେର ଆହତ ହୋଇଥିଲେ l ଏନେଇ ଡୁଙ୍ଗୁରିପାଲି ଥାନାରେ ଅଭିଯୋଗ ହେବାପରେ କେସ ନମ୍ବର ୮୫/୨୫ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଥିଲା l ଡୁଙ୍ଗୁରିପାଲି ପୁଲିସ ଘଟଣାର ତଦନ୍ତ ପରେ ୪ ଜଣ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ୪ ଜଣ ଯୁବକ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅଞ୍ଚଳର ଅତୋଷ ବଗର୍ତ୍ତି, ଲିଙ୍ଗରାଜ ବଗର୍ତ୍ତି, ତୁଷାର ଶର୍ମା,ରାକେଶ ବାହାବଲ କଟୁଆଲ ବୋଲି ଜଣାପଡିଛି l