32.9 C
Balāngīr
Wednesday, April 23, 2025

ଛୁରୀ ଦେଖାଇ ଫୋନ ଓ ଫୋନ ପେ ମାଧ୍ୟମରେ ରୁ ଲୁଟି ନେଲେ ୧୫ ହଜାର ଟଙ୍କା ହଜାର ଟଙ୍କା l

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.
ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର , (୦୪/୧୨) : ସୁବର୍ଣ୍ଣପୁର ମହାନଦୀ ବ୍ରିଜ ପାଖରେ ସମୟ ରେ ଲୁଟ୍ ର ଶିକାର ହୋଇଛନ୍ତି ଜଣେ ଯୁବକ। ସୁଶାନ୍ତ ସାହୁ ନାମକ ଜଣେ ଯୁବକ ସୋନପୁର ପଟରୁ ବୀରମହାରାଜପୁର ପଟକୁ ଯାଉଥିବା ବେଳେ ବ୍ରିଜ ଛକରେ ୪ ଜଣ ଯୁବକ ଏକ ଛୁରୀ ଏବଂ ଲୁହା ରଡ ଦେଖାଇ ଭୟଭୀତ କରିବା ସହ ଜୀବନରେ ମାରି ଦେବାକୁ ଧମକ ଦେଇ ଜୋର ଜବରଦସ୍ତି ଫୋନ ପେ ମାଧ୍ୟମରେ ପଇସା ଟ୍ରାନସଫର୍ କରି ନେଇଥିବା ଜଣାପଡିଛି।

ପରେ ତାଙ୍କ ଫୋନ ମଧ୍ୟ ଛଡାଇ ନେଇ ସେଠାରୁ ଯୁବକ ମାନେ ଚାଲିଯାଇଥିଲେ। ପରେ ଶ୍ରୀ ସାହୁ ନିକଟସ୍ଥ ହିକୁଡ଼ି ଫାଣ୍ଡି ରେ ଅଭିଯୋଗ କଲା ପରେ ସୋନପୁର ସଦର ଥାନାରେ ଖବର ପହଞ୍ଚି ଥିଲା l ଏହା ପରେ ତତ୍ପର ହୋଇଥିଲା ସୋନପୁର ପୁଲିସ। ତୁରନ୍ତ ମୋବାଇଲ ଟିମ୍ ଚଢାଉ କରି ସ୍ଥାନୀୟ ବ୍ଲକ ଛକ ପାଖରୁ ତିନି ଜଣଙ୍କୁ ପୁଲିସ ଉଠାଇ ଆଣିଥିବା ବେଳେ ଆଉ ଜଣେ ଯୁବକ ଫେରାର ହୋଇଯାଇଥିଲା । ଦୁଇ ଜଣ ଯୁବକ ହେଲେ ସ୍ଥାନୀୟ ଝୁପୁଡିପଡ଼ାର ସୁମନ୍ତ ସୁନା (୨୧), ଆଲୋକ ପୋଢ଼ (୧୯) ବର୍ଷ ହୋଇଥିବା ବେଳେ ଜଣେ ନାବାଳକ ଥିବା ସୂଚନା ମିଳିଛି । ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସଆଇ ଦେବାଶିଷ ସାହୁ ସୂଚନା ଦେଇଛନ୍ତି।

- Advertisement -spot_img

More articles

- Advertisement -spot_img

Latest article

ଅଭିଯୁକ୍ତର କାଠ ଫାଳିଆ ମାଡ଼ରେ କନେଷ୍ଟବଳ ଗୁରୁତର, ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (୨୩/୦୪) : ଆପ୍ର. : ଥାନା ଭିତରେ ପୋଲିସକୁ ଆକ୍ରମଣ । କାଠ ଫାଳିଆ ମାଡ଼ରେ କନେଷ୍ଟବଳ ସୁଦାମ ନାଗ ଗୁରୁତର । ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଗୁରୁତର କନେଷ୍ଟବଳଙ୍କୁ ଭର୍ତ୍ତି...

ନାବାଳିକାକୁ ଗଣ ଦୁଷ୍କର୍ମ: ୩ ଯୁବକଙ୍କ ସଂପୃକ୍ତ, ପୁଲିସ ତଦନ୍ତ ଆରମ୍ଭ

ସୁନ୍ଦରଗଡ଼଼, (୨୩/୦୪) : ଆପ୍ର. : ସୁନ୍ଦରଗଡ଼଼ ଜିଲ୍ଲା ତଳସରା ଥାନା ଅଞ୍ଚଳରେ ଲଜ୍ଜା। ଜଙ୍ଗଲକୁ ଟେକି ନେଇ ନାବାଳିକାକୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏକୋଇଶିଆ ଭୋଜି ଖାଇ ସାଙ୍ଗମାନଙ୍କ...

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବିଶ୍ୱ ପୃଥିବୀ ଦିବସ ପାଳିତ

ପାଟଣା, (୨୪/୦୩) : ଆପ୍ର. : ଢେଙ୍କିକୋଟ ଟିକିରା ସ୍ଥିତ ଘଟଗାଁ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଆଜି ବିଶ୍ୱ ପୃଥିବୀ ଦିବସ ଉତ୍ସାହପୂର୍ଣ୍ଣ ଭାବେ ପାଳନ ହୋଇଯାଇଛି । ପ୍ରାକୃତିକ ସଂପଦର ରକ୍ଷା,...

ବସ୍‌ରୁ ପଡି ଛାତ୍ରୀ ଗୁରୁତର

କଣ୍ଟାବାଞ୍ଜି, (୨୩/୦୪) : ଆପ୍ର. : ବସ୍‌ରୁ ପଡି ନବମ ଶ୍ରେଣୀ ଛାତ୍ରୀ ଗୁରୁତର । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି କୁକୁଡାହାଟ ଗାଁ ନିକଟରେ ଅଭାବନୀୟ ଘଟଣା ଘଟିଛି । ଆଜି ବସ୍‌ ରୁ...

ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ

ପାଟଣା, (୨୩/୦୪) : ଆପ୍ର. : ପାଟଣା ବ୍ଲକ ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ଆଜି ନୂତନ ପୋଷାକ ବଣ୍ଟନ କରାଯାଇଛି । ଏଠାରେ ୧୩୫ ଜଣ ଛାତ୍ରଛାତ୍ରୀ ପୋଷାକ ବଣ୍ଟନ କରାଯାଇଥିବା...