ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୨୪/୦୫) : ଛୁରୀ ଦେଖାଇ ୪ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ପୁଟୁଳାତଳେଇ ନାଲ ନିକଟରେ । ପୁଲିସ ଘଟଣାର ତଦନ୍ତ କରୁଛି ।
ସୂଚନା ଅନୁଯାୟୀ ପୁତୁଳାତଳେଇ ଗାଁ’ର ଜଗବନ୍ଧୁ ଘିବେଲା ଆଜି ଚାନ୍ଦୋତରା ଷ୍ଟେଟ ବ୍ୟାଙ୍କରୁ ୪ଲକ୍ଷ ଟଙ୍କା ଉଠାଇ ଘରକୁ ଫେରୁଥିଲେ। ଠିକ ସେଇ ସମୟରେ ସିନ୍ଧେକେଲା ପୁତୁଳାତଳେଇ କେନାଲ ନିକଟରେ ବାଇକରେ ଆସି ୩ ଜଣ ଲୁଟେରା ଜଗବନ୍ଧୁ ଘିବେଲାଙ୍କ ଗାଡିକୁ ଧକ୍କା ଦେଇଥିଲେ । ଗାଡିଟିକୁ ଧକ୍କାଦେବା ଫଳରେ ଚାଳକ ବାଇକରୁ ତଳକୁ ଖସିପଡ଼ିଥିଲେ । ତାପରେ ପେଟରେ ଛୁରୀ ଲଗାଇ ଦୁର୍ବୁର୍ତ୍ତ ଡ଼ିକିଖୋଲି ନଗଦ ୪ ଲକ୍ଷ ଟଙ୍କା ଲୁଟିନେଇ ଫେରାର ମାରିଥିବା ଅଭିଯୋଗ ହୋଇଛି । ଲୁଟର ଶିକାର ହୋଇଥିବା ଜଗବନ୍ଧୁ ଘିବେଳା ସିନ୍ଧେକେଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଆଧାର କରି ତଦନ୍ତ ଜାରି ରଖିଛି ପୁଲିସ ।