32.9 C
Balāngīr
Wednesday, April 30, 2025

ଛେଳି ଚାଷି ଙ୍କ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Must read

ଯୁବକଙ୍କୁ ହତ୍ୟା କରି ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ, ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ

ବ୍ରହ୍ମପୁର, (୨୯/୦୪) : ଆପ୍ର. : ତଣ୍ଟି କାଟି ଯୁବକଙ୍କୁ ହତ୍ୟା! । ହତ୍ୟା କରି ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ । ବ୍ରହ୍ମପୁର କ.ନୂଆଗାଁ ଥାନା ଚିକିଟି ବାଳକୁମାରୀ ରାସ୍ତାରୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର...

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୩/୨) : ଓଡ଼ିଶା ସରକାରଙ୍କ ପ୍ରାଣିସମ୍ପଦ ବିକାଶ ବିଭାଗ ସୈାଜନ୍ୟରେ ଗୁଣପୁର କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଛେଳି ଚାଷି ଙ୍କ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଗୁଣପୁର ବ୍ଲକ ର ଭିନ୍ନ ଭିନ୍ନ ପଞ୍ଚାୟତର ୨୦ ଜଣ ଅଗ୍ରଣୀ ମହିଳା ଓ ପୁରୁଷ ଚାଷି ଛେଳି ପାଳନ ବିଷୟରେ ଚାଲିଥିବା ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ । ଦୁଇ ଦିନ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ସହ ଗୋଟିଏ ଦିନ କ୍ଷେତ୍ର ପରିଦର୍ଶନରେ ଚାଷି ମାନଙ୍କୁ ଗୁଣପୁର ବ୍ଲକ ଅନ୍ତର୍ଗତ ଶିରିଝୋଳି ଗ୍ରାମରେ ଥିବା ଆଧୁନିକ ଛେଳି ଫାର୍ମକୁ କ୍ଷେତ୍ର ପରିଦର୍ଶନରେ ନିଆଯାଇଥିଲା । ତିନି ଦିନ ଧରି ଚାଲିଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ମୂଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ ଦେବରାଜ ନାୟକ ଯୋଗଦେଇ ତୁଳସୀରେ ଜଳଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଳା ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ ନରେଶ ଚନ୍ଦ୍ର ଜେନା ଯୋଗଦେଇ ନିଜ ଅଭିଭାଷଣରେ କହିଥିଲେ ଯେ, ଚାଷି ଟିଏ କେବଳ ଧାନ ଓ କପା ଚାଷ ରେ ସିମିତ ରହିଲେ ତା’ର ଆୟ ଦ୍ଵୀଗୁଣିତ ହୋଇ ପାରିବ ନାହିଁ, ଚାଷ ସାଙ୍ଗକୁ ପଶୁପକ୍ଷୀ ପାଳନ କରିବା ନିତ୍ୟାନ୍ତ ଆବଶ୍ୟକ । ଅନ୍ତିମ ଦିବସରେ କୃଷି ବିଜ୍ଞାନ କେନ୍ଦ୍ରର ମୂଖ୍ୟ ସୁସ୍ମିତା ମହାନ୍ତି ମୂଖ୍ୟ ଅତିଥି ଭାବେ ଯୋଗଦେଇ ଛେଳି ଚାଷ ସମ୍ବନ୍ଧରେ ବିସ୍ତୃତ ଭାବେ ଚାଷୀ ମାନଙ୍କୁ ବୁଝାଇଥିଲେ ।

ସମ୍ମାନୀତ ଅତିଥି ଭାବେ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଆଲୋକ କୁମାର ଆଚାର୍ଯ୍ୟ, ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଗୁଣପୁର ଡଃ ରାଧେଶ୍ୟାମ ଦାଶ , ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଗୁଡ଼ାରୀ ଡ଼ଃ ଶରତ ଜେନା, ପ୍ରାଣୀ ଚିକିତ୍ସକ ଡଃ ସିଦ୍ଧାର୍ଥ ଶଙ୍କର ସାବତ ସରକାରଙ୍କ କ’ଣ ସବୁ ଯୋଜନା ରହିଛି, ଛେଳିର ରୋଗ ନିୟନ୍ତ୍ରଣ, ଵଜାରିକରଣ, ବିମା, ଛେଳି ଗୃହ ନିର୍ମାଣ ଓ ଲାଭ କ୍ଷତି ବିଷୟରେ ପ୍ରାଞ୍ଜଳ ଭାବରେ ବୁଝାଇଲେ । ଚାଷି ମାନେ ଛେଳି ଚାଷ ସମ୍ବନ୍ଧରେ ସମସ୍ତ ଜ୍ଞାନକୌଶଳ ଶିକ୍ଷା ଗ୍ରହଣ କରିଵା ସହ ଅତିଥି ମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ ଓ ତାର ଉତ୍ତର ପାଇଥିଲେ । ଏହି ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ, ଏଲ ଆଇ ଓ ପ୍ରାଣୀସମ୍ପଦ ବିଭାଗର କର୍ମଚାରୀ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଯୁବକଙ୍କୁ ହତ୍ୟା କରି ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ, ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ

ବ୍ରହ୍ମପୁର, (୨୯/୦୪) : ଆପ୍ର. : ତଣ୍ଟି କାଟି ଯୁବକଙ୍କୁ ହତ୍ୟା! । ହତ୍ୟା କରି ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ । ବ୍ରହ୍ମପୁର କ.ନୂଆଗାଁ ଥାନା ଚିକିଟି ବାଳକୁମାରୀ ରାସ୍ତାରୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର...

ପାଣି ପାଇଁ ରାଜ ରାସ୍ତାରେ ମହିଳା

ଟିଟିଲାଗଡ଼, (୨୯/୦୪) : ଆପ୍ର. : ନିର୍ବାଚନ ମଣ୍ଡଳୀରେ ତାତି ଯେତିକି ବଢ଼ିବାରେ ଲାଗିଛି ସେତିକି ଜଳ କଷ୍ଟ ମଧ୍ୟ ଦେଖା ଦେଇଛି । ଗୁଡ଼ଭେଳା ବ୍ଲକ ଧରୁଆପଡା ଛକରେ ମହିଳାମାନେ ରାଜରାସ୍ତାକୁ ଓଲ୍ଲାଇ...

ପ୍ରେମ ପାଇଁ ଜୀବନ ହାରିଲେ ଯୁବକ

ଭୁବନେଶ୍ୱର, (୨୯/୦୪) : ଆପ୍ର. : ପ୍ରେମ ପାଇଁ ଜୀବନ ହାରିଲେ ଯୁବକ। ବରମୁଣ୍ଡା ଅଞ୍ଚଳ ସ୍ଥିତ ଦଳିତ ସାହିରୁ ଯୁବକଙ୍କ ମୃତ ଦେହ ଉଦ୍ଧାର । ମୃତ ଯୁବକ ଉକ୍ତ ଅଂଚଳର ରାହୁଲ...

ଦନ୍ତାହାତୀ ଆକ୍ରମଣରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ

ମୟୁରଭଞ୍ଜ, (୨୯/୦୪) : ଆପ୍ର. : ଦନ୍ତାହାତୀ ଆକ୍ରମଣରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ । ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ଅମରଦାର ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମରେ ଘଟିଛି ଏହି ଦୁଖଦ ଘଟଣା । ମୃତକ ହେଲେ...

ଅଶ୍ଳୀଳ ଭିଡିଓ ଦେଖିବା ପରେ ୪ ବର୍ଷୀୟା ଭାଣିଜୀକୁ ଦୁଷ୍କର୍ମ କରି ହତ୍ୟା, ମାମୁ ଗିରଫ

ଗଞ୍ଜାମ, (୨୯/୦୪) : ଆପ୍ର. : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅନ୍ତର୍ଗତ ଖଲିଙ୍ଗି ଅଞ୍ଚଳରେ ୪ ବର୍ଷୀୟା ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ। ଶିଶୁ କନ୍ୟାକୁ ନିଜ ମାମୁ...