ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଜଗତସିଂପୁର, (୦୪/୦୩) : କୁଳ ଉଜାଡିଦେଲା କୁଳାଙ୍ଗାର ପୁଅ । ଜଗତସିଂହପୁରରେ ବିଭତ୍ସ ହତ୍ୟାକାଣ୍ଡ ହୋଇଛି ।
ବାପା, ମାଆ ଓ ଭଉଣୀଙ୍କୁ ପଥର ଓ ହେମଦସ୍ତାରେ ଛେଚି ଅତି ନୃଶଂସ ଭାବେ ହତ୍ୟା କରିଛି ପୁଅ । ମୃତକ ୩ ଜଣ ବାପା ପ୍ରଶାନ୍ତ ସେଠୀ, ମାଆ କନକଲତା ସେଠୀ ଓ ଝିଅ ମାମାଲି ସେଠୀ । ଜଗତସିଂହପୁର ସଦର ଥାନା ଜୟବଡ଼ ଗାଁରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ସମସ୍ତେ ଘରେ ନିଘୋଡ଼ ନିଦରେ ଶୋଇଥିବା ବେଳେ ପିଶାଚ ପୁଅ ପୁରା ପରିବାରକୁ ନିଶ୍ଚିହ୍ନ କରି ଦେଇଛି । ପାରିବାରିକ ଗଣ୍ଡଗୋଳରୁ ହତ୍ୟା କରିଥିବା ସୂଚନା ମିଳିଛି । ଘଟଣା ପରେ ଅଭିଯୁକ୍ତ ସୂର୍ଯ୍ୟକାନ୍ତ ଘଟଣାସ୍ଥଳରୁ ଫେରାର ହେଇଯାଉଥିବାବେଳେ ସଦର ଥାନା ପୋଲିସ ତାକୁ ଗିରଫ କରିଛି । ତେବେ ଏଭଳି ହତ୍ୟାକାଣ୍ଡ ପଛର କାରଣ କଣ ପୋଲିସ ତଦନ୍ତ କରୁଛି। ଅଭିଯୁକ୍ତର ମାନସିକ ସ୍ଥିତି ସ୍ବାଭାବିକ ନଥିବା ପୋଲିସ କହିଛି। ପ୍ରେମ ବ୍ୟାପାରକୁ ନେଇ ଘଟଣା ଘଟିଥିବା ନେଇ ଚର୍ଚ୍ଚା ଚାଲିଛି । ପୋଲିସର ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିବ ।