32.9 C
Balāngīr
Tuesday, July 15, 2025

ଜଗନ୍ନାଥପୁର ପଞ୍ଚାୟତ ବ୍ରାହ୍ମଣ ଶାସନ ଓ ପୁରୁଷୋତ୍ତମପୁର ଏନଏସି ର ଚାଷୀ ମିଲର ଙ୍କ ମନ ମାନୀ ଯୋଗୁଁ ଅସନ୍ତୋଷ

Must read

ରିପୋର୍ଟ : ଶୁଭଙ୍କର ଦାଶ
ପୁରୁଷୋତ୍ତମପୁର, (୨୮/୦୨) : ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର ବ୍ରାହ୍ମଣ ଶାସନ ଗାଁ’ର ଚାଷୀ ମାନେ ଧାନ ନେଇ ସେହି ଗାଁ’ରେ ଥିବା ମହୁରୀ କାଳୁଆ ରାଇସ ମିଲ ରେ ଧାନ ନେଇ ଯାଇଥିଲେ ।WhatsApp Image 2025 02 27 at 21.43.30 1 ଜଗନ୍ନାଥପୁର ପଞ୍ଚାୟତ ବ୍ରାହ୍ମଣ ଶାସନ ଓ ପୁରୁଷୋତ୍ତମପୁର ଏନଏସି ର ଚାଷୀ ମିଲର ଙ୍କ ମନ ମାନୀ ଯୋଗୁଁ ଅସନ୍ତୋଷ

ତେବେ ଚାଷୀ ମାନଙ୍କ କହିବା କଥା ଚାଷୀ ମାନଙ୍କ ଭଲ ଧାନ କୁ ଦେଖି ମଧ୍ୟ ମିଲର ବସ୍ତା ପିଛା ୮ ରୁ ୧୦ କେଜି ଧାନ ମାଗୁଛନ୍ତି । କିନ୍ତୁ ଚାଷୀ ମାନେ ଏହାଉପରେ ପ୍ରତିବାଦ କରିବାରୁ ମିଲର ସେମାନଙ୍କୁ ତୁମ ଧାନ ଧରି ଘରକୁ ଚାଲିଯାଅ କହି ଥିଲେ । ନାହିଁ ଯଦି ଆଠ କିଲୋ ତାହା ୧୦ କେଜି ହେଲେ ନେବୁ ବୋଲି କହିଥିଲେ । ତେବେ ଚାଷୀ ନିରୁପାୟ ହୋଇ ଯାଇ ଥିଲେ । ଏବଂ ଏହା ଉପରେ ଯୋଗାଣ ବିଭାଗ ରଅଧିକାରୀଙ୍କୁ ଜଣାଇଥିଲେ । ଯୋଗାଣ ଅଧିକାରୀ ମିଲର ଙ୍କ ସହ କଥା ବାର୍ତ୍ତା କରି ଏହା ଉପରେ ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ ।

ତେବେ ଏହି ଘଟଣା ଗୋଟିଏମିଲର ନୁହଁ | ବ୍ଲକର ସବୁ ମିଳରେ ଚାଷୀମାନଙ୍କ ଏହି ଅଭିଯୋଗ । ତେବେ ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ର ସ୍ଵପ୍ନେଶ୍ଵର କୃଷକ ସଙ୍ଘ ର ଅନେକ ଚାଷୀଙ୍କ ଭଲଧାନ କୁ ମଧ୍ୟ ରାଜପୁର ଗ୍ରାମର ଲକ୍ଷ୍ମୀ ନୃଂଶୀହ ମିଲ କୁ ଧାନ ନେଇ ଥିଲେ । ସେଠାରେ ମଧ୍ୟ ମିଲର ବସ୍ତା ପିଛା ୭ ରୁ ୮ କେଜି ଲେଖାଏଁ କାଟି ହିସାବ କରିଥିବାର ଚାଷୀ ରମେଶଚନ୍ଦ୍ର ଗୌଡ଼, ଏ ମକୁନ୍ଦ ରାଓ, ଓ ବିଜୟ ବେହେରା ଚାଷୀ ମାନେ ଆମକୁ ଅଭିଯୋଗ କରିବା ସହ ଆଜି ଛତ୍ରପୁର ଯାଇଋଷିକୁଲ୍ୟା ରୟତ ମହାସଭା ର ସମ୍ପାଦକ ସିମାଞ୍ଚଳ ନାହାକ ଙ୍କ ସହଯୋଗ ରେ ଏହାଉପରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଓ ଜିଲ୍ଲା ଯୋଗାଣ ଅଧିକାରୀ ଙ୍କୁ ଲିଖିତ ଭାବେ ଦରଖାସ୍ତ ଦେଇଥିଲେ ।

ଜିଲ୍ଲାପାଳ ଓ ସିଏସ ଓ ଘଟଣାର ଅନୁସନ୍ଧାନ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିବାରୁ ସେମାନେ ପୁରୁଷୋତ୍ତମପୁର ଫେରି ଆସିଥିଲେ । ତେବେ ରାଜ୍ୟ ସରକାର ଙ୍କ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ କହିବା କଥା ସବୁ ଚାଷୀଙ୍କ ଧାନକୁ ମିଲର ମାନେ ନେବାକୁ କହିଥିଲେ ମଧ୍ୟ ମିଲର ଙ୍କ ମନ ମାନୀ ରେ ଚାଷୀ ଅତିଷ୍ଟ ହୋଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାର କେବେ ଅନ୍ତ ହେବ ତାହାକୁ ଦେଖିବା କଥା ।

- Advertisement -spot_img

More articles

- Advertisement -spot_img

Latest article

ପରକୀୟା ପ୍ରୀତି କୁ ସ୍ତ୍ରୀ ବିରୋଧ କରିବାରୁ ସ୍ୱାମୀ ଙ୍କ ଆତ୍ମହତ୍ୟା

ବାଲିଗୁଡା, (୧୫/୭) : ଆପ୍ର. : ସ୍ୱାମୀ ର ଅନ୍ୟ ଏକ ଯୁବତୀ ଙ୍କ ସହ ପ୍ରେମ ବ୍ୟାପାର କୁ ନେଇ ପ୍ରଥମ ସ୍ତ୍ରୀ ର ବିରୋଧ ପରେ ସ୍ୱାମୀ ଓ ତାଙ୍କ...

ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍

ବାଲିଗୁଡା, (୧୫/୭) : ଆପ୍ର. : ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍ l ବାଲିଗୁଡା ବନ ଖଣ୍ଡ ରେ ବନ ମହୋତ୍ସବ ସପ୍ତାହ ପାଳନ ପରେ ଆଜି ବାଲିଗୁଡ଼ା...

ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ

ମୁରିବାହାଲ, (୧୫/୭) : ଆପ୍ର. : ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ...

ଉଚ୍ଚଶିକ୍ଷା ବିଭାଗକୁ ବଡ଼ ନିର୍ଦ୍ଦେଶ ଦେଲେ ସରକାର: ୨୪ ଘଣ୍ଟା ମଧ୍ୟରେ

ବାଲେଶ୍ୱର, (୧୫/୦୭) : ଆପ୍ର. : ବାଲେଶ୍ୱର ସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏହି ଘଟଣାରେ ବରୋଧୀ ବିଜେଡି ଏବଂ କଂଗ୍ରେସ...

ସୋନପୁର କଲେଜର ବିଭିନ୍ନ ସମସ୍ୟା ନେଇ ବିଧାୟକ ନିରଞ୍ଜନ ପୂଜାରୀଙ୍କୁ ଭେଟିଲେ ପୁରାତନ ଛାତ୍ରଛାତ୍ରୀ ସଂଘ ର ଏକ ପ୍ରତିନିଧି ମଣ୍ଡଳୀ

ସୁବର୍ଣ୍ଣପୁର, (୧୪/୦୭) : ଆ.ପ୍ର : ସୋନପୁର ମହାବିଦ୍ୟାଳୟ ପୁରାତନ ଛାତ୍ରଛାତ୍ରୀ ସଂଘର ସଭାପତି ପ୍ରଫୁଲ୍ଲ କୁମାର ରଥଙ୍କ ନେତୃତ୍ୱରେ ଏକ ଚାରି ଜଣିଆ ପ୍ରତିନିଧି ଦଳ ସୋନପୁର ବିଧାୟକ ନିରଞ୍ଜନ ପୂଜାରୀଙ୍କୁ...