32.9 C
Balāngīr
Wednesday, April 30, 2025

ଜଗନ୍ନାଥ ମନ୍ଦିରରୁ ଚୋରି, ସମସ୍ତ ଅଳଙ୍କାର ସହ ହୁଣ୍ଡି ଭାଙ୍ଗି ଲୁଟିନେଲେ ୫୦ ହଜାର ଟଙ୍କା

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୟାଗଡ, (୨୦/୦୨) : ନୟାଗଡ ଜଗନ୍ନାଥ ମନ୍ଦିରରୁ ଚୋରି । ହୁଣ୍ଡି ଭାଙ୍ଗି ଲୁଟିନେଲେ ୫୦ ହଜାର ଟଙ୍କା । ଏହାସହ ଠାକୁରଙ୍କର ୧୫ ଶହ ଗ୍ରାମର ନାକଚଣା ଓ ଚିତା ନେଇଗଲେ ଦୁର୍ବୃତ୍ତ ।

ଆଜି ସକାଳୁ ବଡ଼ପଣ୍ଡା ମନ୍ଦିର ଖୋଲିବା ପରେ ୩ ଠାକୁରଙ୍କ ଅଳଙ୍କାର ଚୋରି ହୋଇଥିବା ଦେଖିବାକୁ ପାଇଥିଲେ । ବଳଭଦ୍ରକଙ୍କ ରୁପା ନାଗମୂର୍ତ୍ତି, ଜଗନ୍ନାଥଙ୍କ ରୁପା କିରଟି, ନାକଚଣା ଓ ସୁଭଦ୍ରାଙ୍କ କିରଟି ଆଦି ଲୁଟି ନେଇଛନ୍ତି ଲୁଟେରା । ଖବରପାଇ ଉପଜିଲ୍ଲାପାଳ ଓ ଅତିରିକ୍ତ ଏସପି ପହଂଚି ତଦନ୍ତ କରିଛନ୍ତି । ମନ୍ଦିରର ରାତ୍ରି ଜଗୁଆଳି ଥାଇ ବି କିପରି ଚୋରି ହେଲା ସେନେଇ ପ୍ରଶ୍ନ ଉଠିଛି । ଘଟଣାରେ ୨ ରୁ ୩ ଜଣ ସମ୍ପୃକ୍ତ ରହିଥିବା ଅନୁମାନ କରାଯାଉଛି ।

ସୂଚନା ଯୋଗ୍ୟ କିଛି ଦିନ ତଳେ ଅନୁଗୁଳ ଶୈଳଶ୍ରୀ କ୍ଷେତ୍ର ଜଗନ୍ନାଥ ମନ୍ଦିରରୁ ଚୋରି ହୋଇଥିଲା । ହୁଣ୍ଡି ଭାଙ୍ଗିବା ସହିତ ଶ୍ରୀଜୀଉଙ୍କ ୩ଟି ମଥାମଣି ଲୁଟିନେଇଥିଲେ ଦୁର୍ବୃତ୍ତ । ମନ୍ଦିର ପୂଜକ ନୀତିକାନ୍ତି ପାଇଁ ଆସି ଲୁଟ ହୋଇଥିବା ଦେଖିବା ପରେ ପୋଲିସକୁ ସୂଚନା ଦେଇଥିଲେ । ଚୋରମାନେ ମନ୍ଦିରର ଅନ୍ୟ ତାଲା ଗୁଡିକ ଭାଙ୍ଗିଦେଇଥିଲେ । କିନ୍ତୁ ପିତଳ ଓ ଅନ୍ୟାନ୍ୟ ଜିନିଷ ଗୁଡିକୁ ଛାଡି ଯାଇଛନ୍ତି କିନ୍ତୁ ମନ୍ଦିରରେ ଲାଗିଥିବା CCTV କାମ କରୁନଥିବାରୁ ତଦନ୍ତ ବାଧାପ୍ରାପ୍ତ ହୋଇଥିଲା ।

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...