ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସୋର, (୦୬/୦୨) : ବିଳମ୍ବିତ ରାତିରେ ବିନା ଭୟରେ ମନ୍ଦିରରୁ କଲେ ଚୋରି । ଚୋରି ନିଶାରେ ଜଗତର ନାଥ ଜଗନ୍ନାଥଙ୍କୁ ବି ଛାଡିଲେନି ଦୁର୍ବୃତ୍ତ ।
ଏପରି ଏକ ଘଟଣା ବୁଧବାର ବିଲମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ସୋର ଥାନା ଚମ୍ପୁ ଗାଁରେ ଘଟିଛି । ଦୁର୍ବୃତ୍ତମାନେ ଜଗନ୍ନାଥ ମନ୍ଦିରରୁ ତିନି ତିନି ବିଗ୍ରହଙ୍କ ସୁନା ମୁକୁଟ ଓ ରାଧାକୃଷ୍ଣଙ୍କ ବଂଶୀ ଲୁଟି ନେବା ସହିତ ଲକ୍ଷାଧିକ ଟଙ୍କାର ଅଳଙ୍କାର ସହ ଦାନ ହୁଣ୍ଡି ଭାଙ୍ଗି ଟଙ୍କା ନେଇଯାଇଛନ୍ତି । ଆଜି ସକାଳୁ ମନ୍ଦିର ତାଲା ଭଙ୍ଗା ହୋଇଥିବା ସହ ଦାନ ହୁଣ୍ଡି ମଧ୍ୟ ଭଙ୍ଗା ଯାଇଥିବା ଗାଁ ଲୋକେ ଦେଖିଥିଲେ । ଏହା ପରେ ଗାଁଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି କରିଛି ।