32.9 C
Balāngīr
Friday, April 25, 2025

ଜଗନ୍ନାଥ ମନ୍ଦିର କୁମ୍ଭ ଭରଣ ଉତ୍ସବ ଅନୁଷ୍ଠିତ; ଯୋଗଦେଲେ ପୂର୍ବ ବିଧାୟକ ସନ୍ତୋଷ ସିଂ ସାଲୁଜା

Must read

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୦୩/୦୨) : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ବଡସାଇମରା ସଦର ଗ୍ରାମ ପଞ୍ଚାୟତରେ ନବ ନିର୍ମିତ ଜଗନ୍ନାଥ ମନ୍ଦିର ର କୁମ୍ଭ ଭରଣ ଉତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି ।WhatsApp Image 2025 02 03 at 19.16.48 ଜଗନ୍ନାଥ ମନ୍ଦିର କୁମ୍ଭ ଭରଣ ଉତ୍ସବ ଅନୁଷ୍ଠିତ; ଯୋଗଦେଲେ ପୂର୍ବ ବିଧାୟକ ସନ୍ତୋଷ ସିଂ ସାଲୁଜା

ସ୍ୱତନ୍ତ୍ର ଅତିଥି ରୂପେ ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା ଯୋଗ ଦେଇଥିଲେ । ଶ୍ରୀଯୁକ୍ତ ସାଲୁଜା ବିଧାୟକ ଥିବା ସମୟରେ ବିଧାୟକ ପାଣ୍ଠିରୁ ପ୍ରହରୀ ମଣ୍ଡପ କାମ ଆରମ୍ଭ ହୋଇ ଆଜି ଗୋଟିଏ ସୁନ୍ଦର୍ ମନ୍ଦିର ତିଆରି କରିପାରିଥିବାରୁ ବଡ଼ସାଇମରା ଗ୍ରାମବାସୀଙ୍କୁ ପ୍ରଶଂସା କରିଥିଲେ । ବୈକୁଣ୍ଠ କଅଁର ଓ କୁନ୍ତଳା କ‌ଅଁର ପୁଜା କର୍ତ୍ତା କାର୍ଯ୍ୟ ତୁଲାଇ ଥିବାବେଳେ ପୂଜକ ଅନ୍ତର୍ଯ୍ୟାମୀ ଆଚାର୍ଯ୍ୟ ପୂଜାକାର୍ଯ୍ୟ ସମ୍ପାଦନା କରିଥିଲେ । ଏହି କାର୍ଯ୍ୟକ୍ରମରେ ରତନ ଲାଲ ଭୋଇ, ମହାବୀର ନିନା,ବୁଲୁ ବିଶି, ରାଜେଶ ନିନା, ଶ୍ରିବନ୍ତ ମହାନନ୍ଦ, ଜଗଦା ଭୋଇ, ଜଗଦୀଶ ତାଣ୍ଡିଙ୍କ ସମେତ ସମସ୍ତ ଗ୍ରାମବାସୀବୃନ୍ଦ ଉପସ୍ଥିତ ଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ, ଡାକ୍ତରଖାନାରେ ତୀବ୍ର ଉତ୍ତେଜନା

ଭଦ୍ରକ, (୨୪/୦୪) : ଆପ୍ର. : ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ହସ୍ପିଟାଲରେ । ମୃତ ମହିଳା ହେଲେ ରାନ୍ଦୀଆ ପଂଚାୟତ...

ଧାନ ସଂଗ୍ରହ କମିଟି ବୈଠକ: ଆରମ୍ଭ ହେବ ଧାନ କିଣା ବିକା ପ୍ରକ୍ରିୟା

ବରଗଡ, (୨୪/୦୪) : ଆପ୍ର. : ଚଳିତ ରବି ଋତୁ ପାଇଁ ବୁଧବାର ବରଗଡ଼ ଜିଲ୍ଲା ଧାନ ସଂଗ୍ରହ କମିଟିର ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ମଇ ୧୪...

ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି, ରେକର୍ଡ ଭାଙ୍ଗୁଛି ତାତି

ଭୁବନେଶ୍ୱର, (୨୪/୦୪) : ଆପ୍ର. : କାଳବୈଶାଖୀ ପରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ପାରଦ ବଢିବା ସହିତ ତାତି ଓ ଗୁଳୁଗୁଳି ଅସହ୍ୟ ହେବାକୁ ବସିଲାଣି । ଘରୁ ବାହାରିବା ମଧ୍ୟ...

ଟ୍ରେନ ରୁ ଖସି ପଡ଼ି ଯୁବକ ମୃତ

ସୁବର୍ଣ୍ଣପୁର, (୨୩/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସହଲା ଫାଟକ ନିକଟରେ ଜଣେ ବ୍ୟକ୍ତି ଟ୍ରେନ ନମ୍ୱର ୧୮୫୨୩ ବିଶାଖାପାଟନା ବନାରସ ଏକ୍ସପ୍ରେସରେ ଆସୁଥିବା ସମୟରେ ଅସାବଧାନତାରୁ ଟ୍ରେନରୁ ଖସି...

ଏପ୍ରିଲ ୧୫ରୁ ଜୁନ ୧୪ ସମୁଦ୍ରରୁ ମାଛ ଧରିବା ଉପରେ କଟକଣା, ଚିନ୍ତାରେ ମତ୍ସ୍ୟଜୀବୀ ପରିବାର

ବାଲେଶ୍ବର, (୨୪/୦୪) : ଆପ୍ର. : ଏପ୍ରିଲ ୧୫ରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ସମୂଦ୍ରରୁ ମାଛ ଧରିବା ଉପରେ କଟକଣା ଲାଗିବା ପରେ ଚିନ୍ତାରେ ମତ୍ସ୍ୟଜୀବୀ ପରିବାର । ମାଛ ବଂଶ ବୃଦ୍ଧି...