ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୧୧/୦୮) : ଗଞ୍ଜାମ ପାଟପୁର ଥାନା ବୃନ୍ଦାବନପୁର ଗାଁ ନିକଟ ଜଙ୍ଗଲରୁ ଖପୁରୀ ଓ ହାଡ ଜବତ ହୋଇଛି ।
ଆଜି ସକାଳୁ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପାଟପୁର ଥାନା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଖପୁରୀ ହାଡ କାହାର, କେମିତି ଏହି ଜଙ୍ଗଲ ନିକଟକୁ ଆସିଲା ସେ ନେଇ ସ୍ପଷ୍ଟ ହୋଇନଥିବାବେଳେ ସାଇଣ୍ଟିଫିକ୍ ଟିମର ସହାୟତା ନେବ ପୁଲିସ୍ । ଖପୁରୀ ହାଡ ପଡି ରହିଥିବା ସ୍ଥାନଠାରୁ କିଛି ଦୂରରେ ଏକ ସାଇକେଲ ପଡିଥିବା ଦେଖିବାକୁ ମିଳିଛି । ଏହା ମଣିଷ ଖପୁରୀ ହୋଇଥିବା ମଧ୍ୟ ସନ୍ଦେହ ବଢିଛି । ତେବେ କେହି ଆତ୍ମହତ୍ୟା କରିଛି କିମ୍ବା ହତ୍ୟା କରାଯାଇଛି, ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି ଜଣାପଡିଛି ।