ବାଲିଗୁଡା, (୧୧/୦୫) : ଆପ୍ର. : ଗାଈ ଖୋଜିବାକୁ ଯାଇ ଜଙ୍ଗଲୀ ବାରହା ହାବୁଡ଼ରେ ପଡିଲେ ଦାଦା ପୁତୁରା l
ଦାଦା ପୁତୁରାଙ୍କୁ ବାରହା ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିବା ପରେ ଜଙ୍ଗଲରେ ବେହୋସ ହୋଇ ଦାଦା ପଡ଼ିଥିବା ବେଳେ ପୁତୁରା ଖସି ପଳେଇ ଆସି ପରିବାର ଲୋକଙ୍କୁ ଖବର ଦେଇଥିଲେ l କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଋତୁଙ୍ଗିଆ ପଂଚାୟତର ଗଗଲିମାହା ଗାଁ ରେ ଘଟିଛି ଏପରି ଅଭାବନୀୟ ଘଟଣା l ଗୁରୁତର ହେଲେ ସେହି ଗଗଲିମାହା ଗାଁ ର ଜୁନେସ ମଳିକ l ଜୁନେସଙ୍କ ହାତ ଗୋଡ଼ ପିଠି ରେ ବାରହା ଆକ୍ରମଣ କରିବା ସହ ପେଟ କୁ ମଧ୍ୟ ଆକ୍ରମଣ କରିଛି l ଗୁରୁତର ଅବସ୍ଥାରେ ପରିବାର ଲୋକ ଜଙ୍ଗଲରୁ ଜୁନେସଙ୍କୁ ଉଦ୍ଧାର କରି ବାଲିଗୁଡା ମେଡିକାଲରେ ଭର୍ତ୍ତି କରାଇଛନ୍ତି l