ରିପୋର୍ଟ: କ୍ଷମା ସାଗର ଦାସ //
ମୁନିଗୁଡ଼ା ୨୬/୦୧/୨୦୨୫): ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବନାଞ୍ଚଳ ସ୍ତରୀୟ ଏକ ସଚେତନତା କାର୍ଯ୍ୟକ୍ରମ ମୁନିଗୁଡ଼ା ବନାଞ୍ଚଳ ଅଧିକାରୀ ଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି ।
ଜାନୁଆରୀ ୨୬ ଗଣତନ୍ତ୍ର ଦିବସ ୭୬ ତମ ସ୍ତରୀୟ ପାଳନ ଅବସରରେ ଏହି କାର୍ଯ୍ୟ କ୍ରମରେ ବନ୍ୟାଞ୍ଚଳ ଅଧିକାରୀ ଶ୍ରୀ ଅନିଲ କୁମାର ଵାଲା,ଓ ବନପାଳ ଅଧିକାରୀ ପ୍ରମୋଦିନୀ ମାଣ୍ଡାଙ୍ଗୀ, ନେତୃତ୍ୱରେ ସମାଜ ସେବୀ ଡ଼ଃ ଗୈରାଙ୍ଗ ଚରଣ ରାଉତ ଙ୍କ ଦ୍ଵାରା ସବୁଜ ପତାକା ଦେଖାଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥଲେ ।ପରେ ଏହି କାର୍ଯ୍ୟକ୍ରମ ମୁନିଗୁଡ଼ା ବନାଞ୍ଚଳ ଅଧିକାରୀ ଙ୍କ କାର୍ଯ୍ୟଳ ଠାରୁ ବାହାରି ଭୈରବଗଡ଼, କୁମୁଡାବାଲୀ, ମେରିଙ୍ଗଛକ ଓ ଜଗଦଲପୁର ଦୀର୍ଘ ୨୫ କିଲୋମିଟର ପର୍ଯ୍ୟନ୍ତ ବାଇକ୍ ଯୋଗେ ଅଞ୍ଚଳ ର ବିଭିନ୍ନ ଗ୍ରାମରେ ଯାଇ ମାଇକ୍ ଯୋଗେ ପ୍ରଚାର ସଚେତନତା ରାଲି କାର୍ଯ୍ୟକ୍ରମ କରିଥିଲେ।
କାର୍ଯ୍ୟକ୍ରମ ରେ ବନପାଳ ଶୁରେସ ଚନ୍ଦ୍ର ପାତ୍ର, ବନପାଳ ଗିରୀପ୍ରଧାନ, ବନପାଳ ହେମ ବେହେରା, ଫରେଷ୍ଟ ଗାର୍ଡ ରନିତ୍ କୁମାର ମହାରଣା , ଫରେଷ୍ଟ ଗାର୍ଡ ଏବଂ ବନରଖି ପ୍ରମୁଖ ଉପସ୍ଥିତି ରହି ଜଙ୍ଗଲ ସୁରକ୍ଷା ସଚେତନତା ପାଇଁ ସ୍ଲୋଗାନ ଦେଇ ସଚେତନତା ରାଲି କରାଯାଇଥିବା ଦେଖିବାକୁ ମିଳିଛି। ଜଙ୍ଗଲରେ ନିଆଁ ଲଗାନ୍ତୁ ନାହିଁ। ଜଙ୍ଗଲ ରେ ନିଆଁ ଲଗାଇବା ଏକ ଧର୍ତ୍ତବ୍ୟ ଅପରାଧ ଅଟେ। ଜଙ୍ଗଲ ଓ ବନ୍ୟ ପ୍ରାଣୀ ଆମର ଅମ୍ବଲ୍ଯ ସମ୍ପଦ। ତେଣୁ ଶିକାର ଏବଂ ପଡ଼ୁ ଚାଷ କରନ୍ତୁ ନାହିଁ। ଭାଇ ଭଉଣୀ ଜାଗ୍ରତ ହୁଅ ପଡ଼ୁ ଚାଷ ଠାରୁ ଦୂରେଇ ରୁହ। ପଡ଼ୁ ଚାଷ ପାଇଁ ନିଆଁ ଲଗାଇବ ଯିଏ ଅପରାଧ ହୋଇ ଦଣ୍ଡ ପାଇବ ସିଏ। ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା । ଏହିଭଳି ଗାଁ ଗାଁ ରେ ବନ କର୍ମଚାରୀଙ୍କ ବାର୍ତ୍ତା ଦେଖିବାକୁ ମିଳିଥିଲା