ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କାମାକ୍ଷାନଗର, (୧୮/୦୨) : ଜଙ୍ଗଲ ମଝିରେ ଦେଶୀ ମହୁଲ ପୋଚ କୂଅ ଠାବ ହୋଇଛି । ପମ୍ପ ଲଗାଇ ସଫା କଲା ଅବକାରୀ ବିଭାଗ ।
କାମାକ୍ଷାନଗର ଅବକାରୀ ବିଭାଗକୁ ଚକମା ଦେଇ ଜଙ୍ଗଲ ମଝିରେ କୂଅ ଖୋଳି ମହୁଲ ପୋଚ ରଖିଥିଲେ ଦେଶୀ ମଦ ମାଫିଆ । ପରଜଙ୍ଗ ଥାନା ଆମ୍ବପଳାସ ଗାଁରେ ରେଡ୍ କରିଛି ଅବକାରୀ ବିଭାଗ । ହଜାର ହଜାର ଲିଟର ଦେଶୀ ମଦ, ମହୁଲ ପୋଚ ଓ ମଦରେ ବ୍ୟବହୃତ ସାମଗ୍ରୀ ଜବତ କରିଛି ଅବକାରୀ ବିଭାଗ । ଘଟଣାସ୍ଥଳରୁ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ସାନ ସାନ କୂଅ ଥିବାବେଳେ ସେଥିରେ ପମ୍ପ ଲଗାଇ ମହୁଲ ପୋଚକୁ ନଷ୍ଟ କରିଛି ବିଭାଗ । ଜଙ୍ଗଲରେ ଦେଶୀ ମଦ ରନ୍ଧା ହେଉଥିବା ଖବର ପାଇ ସେଠାରେ ପହଞ୍ଚି ୫୦ରୁ ଉର୍ଦ୍ଧ କୂଅରୁ ମହୁଲପୋଚ, ୟୁରିଆ ସାର ଓ ହଜାର ହଜାର ଲିଟର ଚୋରା ମଦ ଜବତ କରିଛି ବିଭାଗ ।
ମଦ ମାଫିଆ ମାନେ ପ୍ରାୟ ୫୦ ରୁ ଉର୍ଦ୍ଧ କୂଅ ଖୋଳି ସେଥିରେ ମହୁଲ ପୋଚ ଲୁଚାଇ ରଖିଥିଲେ । ଯାହାକୁ ନଷ୍ଟ କରିବା ପାଇଁ ଟୁଲୁପମ୍ପର ସାହାରା ନେଇ ମହୁଲପୋଚ ନଷ୍ଟ କରିଛି ଅବକାରୀ ବିଭାଗ । ଅବକାରୀ ଉପଅଧିକ୍ଷକ ସାୱନ ଭୋଳଙ୍କ ନେତୃତ୍ୱ ରେ କାମାକ୍ଷାନଗର ଓ ପରଜଙ୍ଗ ଅବକାରୀ ବିଭାଗର କର୍ମଚାରୀ ମାନେ ରେଡରେ ସାମିଲ ଥିଲେ ।