32.9 C
Balāngīr
Sunday, July 20, 2025

ଜଣାଶୁଣା ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରାଙ୍କ ସ୍ମୃତିଚାରଣ ସଭା

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,(୩୦/୧୧) : ବଲାଙ୍ଗିର ଜିଲ୍ଲା ର ଜଣାଶୁଣା ବରିଷ୍ଠ ସାମ୍ବାଦିକ, ସାହିତ୍ୟିକ, ସଂଗଠକ ଓ ନାଟ୍ୟକାର ସତ୍ୟନାରାୟଣ ବେହେରାଙ୍କ ୮୪ ବର୍ଷ ବୟସରେ ପରଲୋକ ହୋଇଯାଇଥିବା ବେଳେ ବୌଦ୍ଧ ଠାରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲା ଷ୍ଟାଡିୟମ ପରିସରସ୍ଥିତ ଜିଲ୍ଲା କ୍ରିଡା ସଂସଦ କାର୍ଯ୍ୟାଳୟଠାରେ ସାମ୍ବାଦିକ ଶଶାଙ୍କ ଶେଖର ମିଶ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ଶୋକସଭାରେ ବରିଷ୍ଠ ସାମ୍ବାଦିକ ରଜନୀକାନ୍ତ ଦାଶଙ୍କ ଅଧ୍ୟକ୍ଷତା କରି ଜଣାଶୁଣା ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ବେହେରାଙ୍କ ବିୟୋଗ ରାଜ୍ୟର ସାମ୍ବାଦିକତା କ୍ଷେତ୍ରର ଅପୂରଣୀୟ କ୍ଷତି ବୋଲି ପ୍ରକାଶ କରିଥିଲେ । ସ୍ୱର୍ଗତ ବେହେରା କେବଳ ଜଣେ ପ୍ରବୀଣ ସାମ୍ବାଦିକ ନ ଥିଲେ ସେ ଜଣେ ସୁସଂଗଠକ, ସାହିତ୍ୟିକ ଓ ଚଳଚିତ୍ର ଅଭିନେତା, ନାଟ୍ୟକାର ଭାବରେ ସୁନାମ ଅର୍ଜନ କରିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ. ହରେକୃଷ୍ଣ ମହତାବ ଓ ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ସମୟରେ ସେ ସକ୍ରିୟ ସାମ୍ବାଦିକତା କରିବା ସହିତ ସୁନାମ ଅର୍ଜନ କରିଥିଲେ ।

ଯୁବ ସାମ୍ବାଦିକମାନଙ୍କ ପାଇଁ ଆଦର୍ଶ ପାଲଟିଥିବା ସ୍ୱର୍ଗତ ବେହେରା ବଲାଙ୍ଗିର ଜିଲା ସାମ୍ବାଦିକ ସଂଘର ପ୍ରତିଷ୍ଠାତା ସଦସ୍ୟ ଥିଲେ । ତାଙ୍କରି ବିୟୋଗରେ ବୌଦ୍ଧ ଜିଲ୍ଲା ର ସାମ୍ବାଦିକ ମହଲରେ ଗଭୀର ଶୋକପ୍ରକାଶ ପାଇଛି । ଏହି ସ୍ମୃତିଚାରଣ ବୈଠକରେ ବରିଷ୍ଠ ସାମ୍ବାଦିକ ରବିନ୍ଦ୍ର କୁମାର ରାଉତ, ସଂପଦ କୁମାର ଅଗ୍ରୱାଲା, ପ୍ରମୋଦ କୁମାର ବାଘ, ସମରେଶ ମିଶ୍ର, ଦେବାଶିଷ ପୁରୋହିତ, ସଜ୍ଜନ କୁମାର ଅଗ୍ରୱାଲା, ଧବଳେଶ୍ୱର ମହାପାତ୍ର, ରବିନ୍ଦ୍ର କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ସ୍ମୃତିଚାରଣ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ପୁରୁଷୋତ୍ତମପୁର ଅଟୋ ୟୁନିଅନ ଦ୍ୱାରା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ପୁରୁଷୋତ୍ତମପୁର, (୧୯/୦୭) : ଆପ୍ର. : ପୁରୁଷୋତ୍ତମପୁର ସହର ରେ ସ୍ଥାନୀୟ ମା କନକା ଅଟୋ ମୋବାଇଲ ସଂଘ ଚାଳକ ସଂଘ ଦ୍ୱାରା ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା...

ଅର୍ଜୁନପୁର ଜଙ୍ଗଲ ରୁ ଚୋରି ଶାଳ କାଠ ସହ ବ୍ୟବହୃତ ଗାଡି ଓ ବାଇକ ଜବତ : ୨ ଅଭିଯୁକ୍ତ କୁ ଗିରଫ 

ସୁବର୍ଣ୍ଣପୁର, (୧୯/୦୭) : ଆ.ପ୍ର : ସୁବର୍ଣ୍ଣପୁର ବନ ବିଭାଗ ରେଞ୍ଜର କୌଣସି ସୂତ୍ର ରୁ ଖବର ପାଇ ରେଞ୍ଜର ସୁବାସ ମହାପାତ୍ର ବିଶ୍ଵସ୍ତ ସୂତ୍ରରୁ ଖବର ପାଇବାରୁ ତାଙ୍କ ନିର୍ଦ୍ଦେଶ କ୍ରମେ...

ମାନସିକ ଚାପଗ୍ରସ୍ତ ଯୁବକଙ୍କ ଆତ୍ମହତ୍ୟା

ବୁର୍ଲା, (୧୯/୦୭) : ଆପ୍ର. : ବୁର୍ଲା ସହର ଶ୍ରୀରାମ ବିହାରର ଜଣେ ଯୁବକ ବେକରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିବା ପରି ଏକ ଅଭାବନୀୟ ଘଟଣା ଘଟିଯାଇଛି । ପୁଲିସ ଶବ ଜବତ...

ଧାନ ବିକ୍ରି ପାଇଁ ଆଜିଠୁ ଆରମ୍ଭ ହେଲା ଚାଷୀ ପଞ୍ଜୀକରଣ: ଅଗଷ୍ଟ ୨୦ ଯାଏଁ କରିପାରିବେ ଆବେଦନ; ଜାଣନ୍ତୁ ପଞ୍ଜୀକରଣର ପୂରା ପ୍ରକ୍ରିୟା

ଭୁବନେଶ୍ୱର, (୧୯/୦୭) : ଆପ୍ର. : ଆଜି ଠାରୁ ଆରମ୍ଭ ହେଉଛି ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ପ୍ରକିୟା। ଏହା ଆସନ୍ତା ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ସେପ୍ଟେମ୍ବର...

ଫାସଡ ସୁକତେଲ ବ୍ରିଜଠାରେ ଦୁଇଟ୍ରକ ମୁହାଁମୁହିଁ ଧକ୍କା

ଲୋଇସିଂହା, (୧୯/୦୭) :ଆପ୍ର. : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଫାସଡ ନିକଟସ୍ଥ ସୁକ୍‌ତେଲ ପୋଲ ଉପରେ ଗତକାଲି ରାତିରେ ଦୁଇଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ରାସ୍ତା ଅବରୋଧ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ...