32.9 C
Balāngīr
Wednesday, April 23, 2025

ଜନସେବା ଦିବସରେ ବୟୋଜ୍ୟେଷ୍ଠ ବ୍ୟକ୍ତି ଓ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ପାଇଁ ବର୍ଦ୍ଧିତ ଭତ୍ତା ଶୁଭାରମ୍ଭ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ

Must read

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୫/୦୧) : ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଆଭାସି ଦ୍ଵାରା ସିଧା ପ୍ରସାରଣ ମାଧ୍ୟମରେ କେନ୍ଦୁଝର ଜିଲ୍ଲାରୁ କାର୍ଯ୍ୟକ୍ରମରେ ଯୋଗଦେଇ ବର୍ଦ୍ଧିତ ଭତ୍ତା ପ୍ରଦାନର ଶୁଭାରମ୍ଭ କରିଥିଲେ ।WhatsApp Image 2025 01 15 at 17.54.28 ଜନସେବା ଦିବସରେ ବୟୋଜ୍ୟେଷ୍ଠ ବ୍ୟକ୍ତି ଓ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ପାଇଁ ବର୍ଦ୍ଧିତ ଭତ୍ତା ଶୁଭାରମ୍ଭ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ

ଜନସେବା ଦିବସରେ ବୟୋଜ୍ୟେଷ୍ଠ ବ୍ୟକ୍ତି ଓ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ପାଇଁ ବର୍ଦ୍ଧିତ ଭତ୍ତା ଶୁଭାରମ୍ଭ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ରାୟଗଡା ଠାରେ ଜିଲ୍ଲାପାଳ ରାୟଗଡ ଶ୍ରୀମତୀ ପାରୁଲ ପଟାୱରୀ ୮୦ବର୍ଷର ଉର୍ଦ୍ଧ ବୟୋଜ୍ୟେଷ୍ଟ ଓ ୮୦% ଉର୍ଦ୍ଧ ଦିବ୍ୟାଙ୍ଗ ବ୍ୟକ୍ତି ମାନଙ୍କୁ ବର୍ଦ୍ଧିତ ଭତ୍ତା ଟ. ୩୫୦୦/- ଙ୍କା ବଣ୍ଟନ କରିଛନ୍ତି । ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓଡିଶାଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡା ଜିଲ୍ଲାର ବିଭିନ୍ନ ବ୍ଲକ, ପୌରପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପ୍ରତ୍ୟେକ ଗ୍ରାମପଂଚାୟତ କାର୍ଯ୍ୟାଳୟରେ ଏହି ବର୍ଦ୍ଧିତ ଭତ୍ତା ପ୍ରଦାନ କରାଯାଇଛି । ବର୍ଦ୍ଧିତ ଭତ୍ତା ମାଧ୍ୟମରେ ମଧୁବାବୁ ପେନସନ ଯୋଜନା ରାୟଗଡ ଜିଲ୍ଲାରୁ ୮୦ବର୍ଷରୁ ଉର୍ଦ୍ଧ ୫୦୪୪ ଜଣ, ଏବଂ ୮୦%ରୁ ଉର୍ଦ୍ଧ ଦିବ୍ୟାଙ୍ଗ ୧୦୧୪ ଜଣକୁ ମିଶାଇ ଜିଲ୍ଲାରେ ସର୍ବ ମୋଟ ୬୦୫୮ ଜଣ ପାଇବେ। ସେଥିମଧ୍ୟରୁ ୮୦ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ବ୍ୟକ୍ତି ୪୫୪ଜଣକୁ ଏବଂ ୮୦%ରୁ ଅଧିକ ଦିବ୍ୟାଙ୍ଗ ୨୫୭ଜଣକୁ ଜିଲ୍ଲାରେ ବର୍ଦ୍ଧିତ ହାରରେ ଟ ୩୫୦୦/-ଙ୍କା ଲେଖାଏଁ ଭତ୍ତା ପ୍ରଦାନ ଦିଆଯାଇଛି ।

ଏହି ଭତ୍ତା ପ୍ରଦାନ କାର୍ଯ୍ୟକ୍ରମରେ ରାୟଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୁଜିତ କୁମାର ମିଶ୍ର, ଉପ ନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ସମାଜସେବି ତଥା ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ଶ୍ରୀ ଶିବ ପଟ୍ଟନାୟକ, ଶ୍ରୀ କାଳିରାମ ମାଝୀ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କାଳୁଚରଣ ନାୟକ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ଶ୍ରୀମତୀ ରଂଜିତା ବେହେରା ପ୍ରମୁଖ ଯୋଗଦାନ କରି ସରକାରଙ୍କ ଉଦ୍ଦେଶ୍ୟ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ବରିଷ୍ଠ ଶିକ୍ଷକ ନୀଳାଚଳ ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସେହିପରି ଗୁଣୁପୁର ଉପଜିଲ୍ଲାପାଳ, ସୁଶ୍ରୀ କିରଣଦୀପ କୌର ସହୋଟା,ଗୁଣପୁର ବ୍ଳକ ଓ ଗୁଣୁପୁର ପୌର ପରିଷଦରେ ବର୍ଦ୍ଧିତ ଭତ୍ତା ବଣ୍ଟନ କରିଥିବା ବେଳେ ଅତିରକ୍ତ ଜିଲ୍ଲାପାଳ ଶ୍ରୀ ଭାସ୍କର ରଇତ ମୁନିଗୁଡା ବ୍ଲକରେ ବଣ୍ଟନ କରିଥିଲେ ।

ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ, ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ ପଦ୍ମପୁର ବ୍ଲକରେ, ଉପଜିଲ୍ଲାପାଳ ରାୟଗଡା, ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା ଦେବୀ କାଶୀପୁର ବ୍ଲକରେ, ପ୍ରକଳ୍ପ ପ୍ରଶାସକ ଆଇଟିଡ଼ିଏ, ଗୁଣୁପୁର ଚନ୍ଦ୍ରପୁର ବ୍ଲକରେ, ପିଏ ଆଇଟିଡ଼ିଏ ରାୟଗଡା, ଗୁଡ଼ାରୀ ବ୍ଲକ ଓ ଗୁଡ଼ାରୀ ପୌର ପରିଷଦରେ, ଜିଲ୍ଲା ସାମାଜିକ ସୁରକ୍ଷା ତଥା ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ଶ୍ରୀମତୀ ପୁଷ୍ପଲତା ଦୀକ୍ଷିତ ଵିଷମ କଟକ ବ୍ଲକରେ, କୋଲନରା ବ୍ଲକରେ ବିଡ଼ିଓ ଶ୍ରୀମତୀ ରୀନା ପ୍ରଧାନ, ଉପାଧ୍ୟକ୍ଷ ଶ୍ରୀ ହଳଧର ହିମିରିକା, ଉପଖଣ୍ଡ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ଅଧିକାରୀ ରାୟଗଡ, ଶ୍ରୀ ଶ୍ରୀକାନ୍ତ ପାଣିଗ୍ରାହୀ ଓ ଗୁଣୁପୁର ଶ୍ରୀ ଏଲ ସନ୍ତୋଷ କୁମାର ଯଥାକ୍ରମେ କଲ୍ୟାଣ ସିଂଙ୍ଗପୁର ଓ ରାମନାଗୁଡ଼ା ବ୍ଲକରେ ଉପସ୍ଥିତ ରହି ଭତ୍ତା ବଣ୍ଟନ କରିଥିଲେ । ବିଭିନ୍ନ ବ୍ଲକରେ ସମ୍ପୃକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସହରାଞ୍ଚଳର ନିର୍ବାହୀ ଯନ୍ତ୍ରୀ, ସରପଞ୍ଚ, ଜନପ୍ରତିନିଧି, ପଂଚାୟତ ନିର୍ବାହୀ ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହି ଏହି ଭତ୍ତା ପ୍ରଦାନରେ ସହଯୋଗ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଅଭିଯୁକ୍ତର କାଠ ଫାଳିଆ ମାଡ଼ରେ କନେଷ୍ଟବଳ ଗୁରୁତର, ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (୨୩/୦୪) : ଆପ୍ର. : ଥାନା ଭିତରେ ପୋଲିସକୁ ଆକ୍ରମଣ । କାଠ ଫାଳିଆ ମାଡ଼ରେ କନେଷ୍ଟବଳ ସୁଦାମ ନାଗ ଗୁରୁତର । ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଗୁରୁତର କନେଷ୍ଟବଳଙ୍କୁ ଭର୍ତ୍ତି...

ନାବାଳିକାକୁ ଗଣ ଦୁଷ୍କର୍ମ: ୩ ଯୁବକଙ୍କ ସଂପୃକ୍ତ, ପୁଲିସ ତଦନ୍ତ ଆରମ୍ଭ

ସୁନ୍ଦରଗଡ଼଼, (୨୩/୦୪) : ଆପ୍ର. : ସୁନ୍ଦରଗଡ଼଼ ଜିଲ୍ଲା ତଳସରା ଥାନା ଅଞ୍ଚଳରେ ଲଜ୍ଜା। ଜଙ୍ଗଲକୁ ଟେକି ନେଇ ନାବାଳିକାକୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏକୋଇଶିଆ ଭୋଜି ଖାଇ ସାଙ୍ଗମାନଙ୍କ...

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବିଶ୍ୱ ପୃଥିବୀ ଦିବସ ପାଳିତ

ପାଟଣା, (୨୪/୦୩) : ଆପ୍ର. : ଢେଙ୍କିକୋଟ ଟିକିରା ସ୍ଥିତ ଘଟଗାଁ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଆଜି ବିଶ୍ୱ ପୃଥିବୀ ଦିବସ ଉତ୍ସାହପୂର୍ଣ୍ଣ ଭାବେ ପାଳନ ହୋଇଯାଇଛି । ପ୍ରାକୃତିକ ସଂପଦର ରକ୍ଷା,...

ବସ୍‌ରୁ ପଡି ଛାତ୍ରୀ ଗୁରୁତର

କଣ୍ଟାବାଞ୍ଜି, (୨୩/୦୪) : ଆପ୍ର. : ବସ୍‌ରୁ ପଡି ନବମ ଶ୍ରେଣୀ ଛାତ୍ରୀ ଗୁରୁତର । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି କୁକୁଡାହାଟ ଗାଁ ନିକଟରେ ଅଭାବନୀୟ ଘଟଣା ଘଟିଛି । ଆଜି ବସ୍‌ ରୁ...

ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ

ପାଟଣା, (୨୩/୦୪) : ଆପ୍ର. : ପାଟଣା ବ୍ଲକ ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ଆଜି ନୂତନ ପୋଷାକ ବଣ୍ଟନ କରାଯାଇଛି । ଏଠାରେ ୧୩୫ ଜଣ ଛାତ୍ରଛାତ୍ରୀ ପୋଷାକ ବଣ୍ଟନ କରାଯାଇଥିବା...