ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୭/୮) : ଆଜି ଶ୍ରୀ ମଦନ ମୋହନ ମନ୍ଦିର ପ୍ରାଙ୍ଗଣ ରେ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ଉପଲକ୍ଷେ ଶ୍ରୀ ସତ୍ୟ ସାଇ ବାବା ସମିତି ତରଫରୁ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
ଗ୍ରାମ ର ଛୋଟ ପୁଅ ଓ ଝିଅ କୃଷ୍ଣ ବେଶ ରେ ସଜ୍ଜିତ ହୋଇ ମନ୍ଦିର ରେ ପହଂଚିଥିଲେ । ପ୍ରତ୍ୟେକ ବର୍ଷ ଜନ୍ମାଷ୍ଟମୀ ରେ ମଦନ ମିହଁ ମନ୍ଦିର ପରିବେଶ ବେଶ ଭକ୍ତିମୟ ହୋଇଥାଏ । ପ୍ରାୟ ପଚିଶି ରୁ ଉର୍ଦ୍ଧ ପିଲାମାନେ କୃଷ୍ଣ ଓ ରାଧା ବେଶ ରେ ସଜ୍ଜିତ ହୋଇ ଆସିଥିଲେ । ସମିତି ପକ୍ଷରୁ ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏକ ଲବଣି ହାଣ୍ଡି ବନ୍ଧା ଯାଇ ପିଲାଙ୍କ ମଧ୍ୟରେ ଭାଙ୍ଗିବା ନିମନ୍ତେ ପ୍ରଶତିଯୋଗିତା ହୋଇଥିଲା ।
ତାପରେ କୃଷ୍ଣ ଙ୍କ ଜନ୍ମ ହେବା ଓ ମହାପ୍ରଭୁ ଙ୍କୁ ଦଳି ରେ ଝୁଲାଯିବା ପରେ ନଗର ଭ୍ରମଣ କରାଯାଇଥିଲା । ପରିବେଶ ଭକ୍ତିମୟ ହୋଇ ଉଠିଥିଲା । ସାଇବାବା ସମିତି ର ବହୂ ପୁରୁଷ ଓ ମହିଳା ଏହି କାର୍ଯ୍ୟକ୍ରମ ରେ ନିଜକୁ ଜଡିତ କରିଥିଲେ । ଗତ କାଲି ଅଧିବାସ ଉତ୍ସବ ହୋଇଥିଲା ।ମନ୍ଦିର ପକ୍ଷରୁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା |