32.9 C
Balāngīr
Monday, April 28, 2025

ଜମି ପାଇଁ ଭାଗଚାଷୀଙ୍କୁ ହତ୍ୟା !

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭଦ୍ରକ, (୦୩/୦୩) : ଭଦ୍ରକ ଜିଲ୍ଲା ଧାମରା ମେରାଇନ ଥାନା ଜୟଦୁର୍ଗପାଟଣା ଗାଁ’ରେ ଅଭାବନୀୟ ଘଟଣା ଘଟିଛି । ଏକ ଜମି କୁ ଜବରଦଖଲ କରିବାକୁ ନେଇ କିଛି ଗୁଣ୍ଡା ଜଣେ ଭାଗଚାଷୀ ଙ୍କୁ ହତ୍ୟା କରିଛନ୍ତି ।

କନିକା ରାଜ ପରିବାର ର ଏକ ଜମିକୁ ଜୟଦୁର୍ଗପାଟଣା ଗାଁ’ର ସମ୍ପୃକ୍ତ ଭାଗଚାଷୀ ଅମର ମାଈତି ଦୀର୍ଘ ଦିନ ହେବ ଚାଷ କରି ଜୀବିକା ନିର୍ବାହ କରି ଆସୁଥିଲା । ଗତକାଲି ଅମର ମାଈତି ସେହି ଜମି ରେ ମାଟି ପକାଉଥିବା ବେଳେ ଧାମରା ଗାଁର କିଛି ଅସାମାଜିକ ଯୁବକ ଅମର ମାଈତିକୁ ସଂଘବଧ ଭାବେ ଆକ୍ରମଣ କରିଥିଲେ ।

ଫଳରେ ଅମର ମାଇତିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଧାମରା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ଭଦ୍ରକ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି । ଏନେଇ ଅମର ଙ୍କ ସାନ ଭାଇ ଧାମରା ମେରାଇନ ଥାନା ରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳ ରୁ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ଜଣାଯାଇଛି ।

- Advertisement -spot_img

More articles

- Advertisement -spot_img

Latest article

ଅବକାରୀ ଚଢ଼ାଉରେ ମହୁଲି ମଦ ସହ ୨ଟି ସ୍କୁଟି : ୨ଟି ମୋଟର ସାଇକେଲ ଜବତ

ରାଉରକେଲା, (୨୮/୦୪) : ଆପ୍ର. : ଆଜି ରାଉରକେଲା ଅବକାରୀ ଅଧୀକ୍ଷକ ଝସକେତନ ବରିହାଙ୍କ ନିର୍ଦ୍ଦେଶ କ୍ରମେ, ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଜିଅବାହାଲ, ରୁପୁଟୋଲା, ସେକ୍ଟର-୩, ଝିରପାଣି, ଅଚଂଳରେ ଚଢ଼ାଉ କରି...

ହାଇୱା-ବାଇକ ଧକ୍କା : ଜଣେ ମୃତ, ତିନି ଗୁରୁତର

ପାଟଣାଗଡ଼, (୨୮/୦୪): ଆପ୍ର. : ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଘସିଏନ ଲରମ୍ଭା ମୁଖ୍ୟରାସ୍ତା ମଝିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇୱାକୁ ପଛପଟୁ ପିଟିଲା ବାଇକ, ଜଣେ ମୃତ ତିନିଜଣ ଗୁରୁତର ।...

ଗଞ୍ଜାମରେ ବିଭତ୍ସ ହତ୍ୟା; ଦୁଇ ଭାଇଙ୍କୁ ହତ୍ୟା କରି ଶାଳବଣ ଜଙ୍ଗଲରେ ଜାଳିଦେଲେ ଦୁବୃର୍ତ

ଗଞ୍ଜାମ, (୨୮/୦୪) : ଆପ୍ର. : ପୁଣି ଅଶାନ୍ତ ହେଲା ଗଞ୍ଜାମ । ଖଲ୍ଲିକୋର୍ଟ ବେଗୁନିଆପଡ଼ା ଥାନା ଅଞ୍ଚଳରେ ଦୁଇ ଭାଇଙ୍କୁ ମାରି ଜଙ୍ଗଲରେ ଜାଳିଦେଲେ ଦୁର୍ବୁତ୍ତ । ବେଗୁନିଆପଡା ଥାନାଞ୍ଚଳର ଶାଳବଣ ଗାଁ...

ଯାଜପୁରରେ ଚାଞ୍ଚଲ୍ୟ ,ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ କଲେ ,ମାଡ଼ ମାରିଲେ ଦୁର୍ବୁତ୍ତ

ଯାଜପୁର, (୨୮/୦୪) : ଆପ୍ର. : ଯାଜପୁରରେ ଲଜ୍ୟା । ଯାଜପୁର ସହରରେ ଜଣେ କର୍ମଜୀବୀ ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ ଘଟଣା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୀଡିତା ଲୋକଲଜ୍ୟା...

ଶଶୁର ଘରକୁ ଫେରିବା ବାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଗଛରେ ପିଟି ହେଲା ସ୍କର୍ପିଓ, ନବ ବିବାହିତଙ୍କ ସମେତ ୪ ମୃତ

ରାଉଲକେଲା, (୨୮/୦୪) : ଆପ୍ର. : ଦିଅଁ ଦର୍ଶନ ସାରି ଫେରୁଥିବା ବେଳେ ଗଛରେ ପିଟିହେଲା ସ୍କର୍ପିଓ । ଦୁର୍ଘଟଣାରେ ନବ ବିବାହିତାଙ୍କ ସମେତ ଚାଲିଗଲା ୪ ଜଣଙ୍କର ଜୀବନ ଓ ଜଣେ...