32.9 C
Balāngīr
Tuesday, May 13, 2025

ଜମ୍ମୁରୁ ଫେରୁଛନ୍ତି ଓଡ଼ିଆ ଛାତ୍ର; ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ସରକାର ଖୋଲିଲେ ୨୪ ଘଣ୍ଟିଆ କଂଟ୍ରୋଲ ରୁମ

Must read

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିନେଲେ ଝିଅ

ଭୁବନେଶ୍ୱର, (୧୩/୦୫) : ଆପ୍ର. : ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯...

ଭୁବନେଶ୍ୱର, (୧୦/୦୫) : ଆପ୍ର. : ସାରା ଦେଶରେ ଏବେ ସମ୍ବେଦନଶୀଳ ପରିସ୍ଥିତି । ଯୁଦ୍ଧ ବିରାମ ଉଲଂଘନ କରି ଭାରତ ସୀମାରେ ଗୁଳି ବର୍ଷା କରୁଛି ପାକିସ୍ତାନ । ଏହାକୁ ପ୍ରତିହତ କରୁଛି ଭାରତ ।

ଜବାବରେ ପାକିସ୍ତାନ ଆଡକୁ ଡ୍ରୋନ ମାଡ କରୁଛି ଭାରତ । ଏଭଳି ସ୍ଥିତିରେ ବଢିଛି ଓଡିଶା ସରକରଙ୍କ ଚିନ୍ତା । କାଶ୍ମୀର ୟୁନିଭର୍ସିଟିରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବାକୁ ପ୍ରୟାସ ଆରମ୍ଭ ହୋଇଛି । କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ ଖାଲି କରିବାକୁ ନିର୍ଦ୍ଦେଶ ପରେ ଏହି ପଦକ୍ଷେପ ନିଆଯାଇଛି। ଏନେଇ ଓଡ଼ିଶା ସରକାର ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିଛନ୍ତି।

ଦିଲ୍ଲୀସ୍ଥିତ ଓଡ଼ିଶା ନିବାସରେ ଛାତ୍ରୀଛାତ୍ରଙ୍କ ପାଇଁ ଏହି କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ଏହି ନମ୍ବରଗୁଡ଼ିକ ହେଲା-୭୪୨୮୧୩୫୦୪୪, ୦୧୧-୨୪୬୭୯୨୦୧। ଏହି ନମ୍ବରରେ ଯୋଗାଯୋଗ କରିବାକୁ ପରିବାରବର୍ଗଙ୍କୁ ସରକାରଙ୍କ ପକ୍ଷରୁ ନିବେଦନ କରାଯାଇଛି। ଏଥିସହିତ ସ୍ବତନ୍ତ୍ର ଟିମ୍ର ବ୍ୟବସ୍ଥା କରାଯାଇଥିବାବେଳେ ୫ଟି ଟିମ୍ କରି ଅଧିକାରୀଙ୍କୁ ଦାୟିତ୍ୱ ମଧ୍ୟ ଦିଆଯାଇଛି।

ଓଡ଼ିଆ ଛାତ୍ରମାନେ ଆଜି ସୁରକ୍ଷିତ ଭାବେ ଜମ୍ମୁରୁ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିଛନ୍ତି। ଗତକାଲି ରାତିରେ ଛାତିଥରା ଘଟଣାକୁ ସେମାନେ ବଖାଣିଛନ୍ତି। ଗତକାଲି ରାତି କିପରି ଭୟଙ୍କର ଶବ୍ଦରେ କମ୍ପିଥିଲା ଜମ୍ମୁର ଆକାଶ? କିପରି ଜମ୍ମୁ ଉପରେ ଡ୍ରୋନ ମାଡ଼ କରିଥିଲା ପାକିସ୍ତାନ? ଭାରତୀୟ ସେନା ଏହାକୁ କିପରି ଧ୍ବଂସ କରିଥିଲା ତାହାକୁ ସେମାନେ ନିଜ ଚକ୍ଷୁରେ ଦେଖିଥିଲେ। ସେହି କାଳରାତି ଛାତିଥରା ଘଟଣାକୁ କହିଛନ୍ତି ଛାତ୍ରମାନେ।

ଜଣେ ଛାତ୍ର କହିଛନ୍ତି, ଗତକାଲି ରାତିର ସ୍ଥିତି ଭୟାନକ ଥିଲା । ହଠାତ୍ ବହୁସରା ଡ୍ରୋନ ଆକଶରେ ଦେଖାଦେଇଥିଲା। ଏହାକୁ ଦେଖି ଡରିଯାଇଥିଲୁ। ଗତକାଲି ରାତିରେ ବହୁ ଫାୟାରିଂ ମଧ୍ୟ ହୋଇଥିଲା। ଆମେ କିପରି ଘରକୁ ଫେରିବୁ ଚିନ୍ତା କରୁଥିଲୁ । ପାକିସ୍ତାନର ଆକ୍ରମଣକୁ କେମିତି ପ୍ରତିହତ କରିଥିଲା ଭାରତ, ତାହା ଆମେ ନିଜ ଆଖିରେ ଦେଖିଛୁ । ଆମେ ଭୟଭୀତ ହୋଇପଡିଥିଲୁ । ମୋବାଇଲ୍ ନେଟୱର୍କ ମଧ୍ୟ ଠିକରେ କାମ କରୁନଥିଲା । ଘର ଲୋକମାନେ ଆମକୁ ମୋବାଇଲରେ ଯୋଗାଯୋଗ କରୁଥିଲେ । କିନ୍ତୁ ସବୁ ସମୟରେ ଆମ ମୋବାଇଲ୍ ଲାଗୁନଥିଲା । ତେଣୁ ଘର ଲୋକମାନେ ବହୁତ ଟେନସନରେ ଥିଲେ । କେହି କେହି ମନଦୁଃଖରେ କାନ୍ଦି ପକାଉଥିଲେ । ମାଆର କାନ୍ଦ ବହୁତ କଷ୍ଟ ଦେଇଥିଲା । ଆଜି ଆମେ ସୁରକ୍ଷିତ ଫେରୁଛୁ। ଖୁସି ଲାଗୁଛି ବୋଲି କହିଛନ୍ତି ଜଣେ ଛାତ୍ର ।

- Advertisement -spot_img

More articles

Leave a Reply

- Advertisement -spot_img

Latest article

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିନେଲେ ଝିଅ

ଭୁବନେଶ୍ୱର, (୧୩/୦୫) : ଆପ୍ର. : ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯...

ଯାତ୍ରୀବାହୀ ବସକୁ ପିଟିଲା ଟ୍ରକ, ୨୦ ଆହତ

କରଞ୍ଜିଆ, (୧୩/୦୫) : ଆପ୍ର. : କରଞ୍ଜିଆ ଥାନା ଚଢ଼େଇଭୋଳ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଯାତ୍ରୀବାହୀ ବସକୁ ପଛ ପଟେ ଧକା ଦେଲା ଟ୍ରକ । ଦୁର୍ଘଟଣାରେ ଓଲଟି ପଡିଛି ଶିବ...

ମଦ ନେଲା ଜୀବନ, ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ

ମାଲକାନଗିରି, (୧୩/୦୫) : ଆପ୍ର. : ମଦ ନେଲା ୩ ଜୀବନ । ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ମୃତକ ହେଲେ...

କସ୍ତୁରବା ସବିକା ମହାବିଦ୍ୟାଳୟରେ ଆନ୍ତର୍ଜାତିକ ନର୍ସ ଦିବସ ପାଳନ

ପୁରୁଷୋତ୍ତମପୁର, (୧୩/୦୫) : ଆପ୍ର. : କସ୍ତୁରବା ସେବିକା ମହାବିଦ୍ୟାଳୟ ରେ ଆନ୍ତର୍ଜାତିକ ନର୍ସ ଦିବସ ପାଳିତ ହୋଇଛି । କଥା ରେ ଅଛି ମାନବ ସେବା ହିଁ ନରାୟଣ ସେବା, ଏହି ପରିପ୍ରେକ୍ଷୀରେ...

ଅଙ୍ଗଦାନ କରି ଅମର ହୋଇଗଲେ ଆଦିବାସୀ ଯୁବକ

ଗୁଣପୁର, (୧୩/୫) : ଆପ୍ର. : କଥାରେ ଅଛି ମଣିଷ ଜୀବନ ପାଣି ଫୋଟକା । ଖୁସିରେ ଘରୁ ବାହାରି ଥିଲେ କିନ୍ତୁ ବିଧାତାର ଲେଖା ଅଲଗା ଥିଲା, ଦୂର୍ଘଟଣାର ଶିକାର ହେଲେ...