32.9 C
Balāngīr
Wednesday, April 23, 2025

ଜରୁରୀ କାଳୀନ ପରିସ୍ଥିତିରେ କାରାବରଣ କରିଥିବା ବ୍ୟକ୍ତି ମାନଙ୍କୁ ପେନସନ ପ୍ରଦାନ କରିବା ନିମନ୍ତେ ଦରଖାସ୍ତ ଆହ୍ୱାନ କରାଯାଉଛି

Must read

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୩/୦୧) : ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝିଙ୍କ ନେତୃତ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ, ସରକାର ଯତ୍ନର ସହକାରେ ବିଚାର କରିବା ପରେ ଭାରତର ଜରୁରୀ କାଳୀନ ପରିସ୍ଥିତିରେ ଓଡିଶାରୁ ଜେଲରେ କାରାବରଣ କରିଥିବା ବ୍ୟକ୍ତି ମାନଙ୍କୁ ସରକାର ମାସିକ ପେନ୍‌ସନ୍‌ ଏବଂ ମେଡିକାଲ ସହାୟତା ପ୍ରଦାନ କରିବା ନିମନ୍ତେ ବିଜ୍ଞପ୍ତି ଜାରି କରିଛନ୍ତି ।

ରାଜ୍ୟ ଗୃହ ବିଭାଗର ବିଜ୍ଞପ୍ତି ଅନୁଯାୟୀ ଦେଶରେ ଆଭ୍ୟନ୍ତରୀଣ ସୁରକ୍ଷା ଆଇନ ପରିଚାଳନା ୧୯୭୨ କିମ୍ବା ଭାରତୀୟ ପ୍ରତିରକ୍ଷା ଆଇନ ଅଥବା ଭାରତୀୟ ପ୍ରତିରକ୍ଷା ଓ ଆଭ୍ୟନ୍ତରୀଣ ସୁରକ୍ଷା ଆଇନ ଅଧୀନରେ ଜରୁରୀ କାଳୀନ ପରିସ୍ଥିତି ଅବଧି ୨୫.୦୬.୧୯୭୫ରୁ ୨୧.୦୩.୧୯୭୭ ମଧ୍ୟରେ ଗିରଫ ହୋଇଥିବା ରାଜ୍ୟର ବିଭିନ୍ନ କାରାଗାରରେ ବନ୍ଦୀ ହୋଇଥିବା ବ୍ୟକ୍ତି ମାନଙ୍କ ଠାରୁ ପେନସନ ପ୍ରଦାନ କରିବା ପାଇଁ ଓ ଚିକିତ୍ସା ଖର୍ଚ୍ଚ ବହନ କରିବା ନିମନ୍ତେ ଦରଖାସ୍ତ ଆହ୍ୱାନ କରାଯାଉଛି । ଭାରତର ଜରୁରୀ କାଳୀନ ଅବଧିରେ ଯେଉଁମାନେ କାରାଗାରରେ ଥିଲେ, ସେହି ଅନୁଯାୟୀ ସେମାନେ ଅର୍ଥରlଶି ମାସକୁ ୨୦,୦୦୦ ଟଙ୍କା ପେନ୍ସନ୍ ପାଇବେ । ତେଣୁ ବନ୍ଦୀ ଅବଧି ନିର୍ବିଶେଷରେ ଏହା ପ୍ରଦାନ କରାଯିବ । ପେନସନ୍‌ ବ୍ୟତୀତ ସରକାର ବନ୍ଦୀ ମାନଙ୍କ ଚିକିତ୍ସା ଖର୍ଚ୍ଚ ମଧ୍ୟ ବହନ କରିବେ । ଜେଲରେ ବନ୍ଦୀ ଅବଧି ନିର୍ବିଶେଷରେ ଜୀବନ୍ତ ବ୍ୟକ୍ତିଙ୍କୁ ମାସିକ ୨୦ହଜାର ଟଙ୍କା ମଞ୍ଜୁର କରାଯିବ । ତେବେ ଓଡ଼ିଶା ସରକାର ସ୍ପଷ୍ଟ କରିଛନ୍ତି ଯେ, ଏହି ସୁବିଧା ୧ ଜାନୁୟାରୀ ୨୦୨୫ ଠାରୁ କାର୍ଯ୍ୟକାରୀ ହେବ ।

ଏବଂ ପୂର୍ବ ସମୟର ଦେୟ ପ୍ରଦାନ କରାଯିବ ନାହିଁ । ଜିଲ୍ଲାପାଳ ରାୟଗଡ ଶ୍ରୀମତୀ ପାରୁଲ ପଟାୱରୀ ଙ୍କ ନିର୍ଦ୍ଧେଶ କ୍ରମେ ଜରୁରୀ ପରିସ୍ଥିତିରେ ଅଭିବକ୍ତ କୋରାପୁଟ ଜିଲ୍ଲା ଅଧୀନରେ କାରାବରଣ କରିଥିବା ରାୟଗଡ ଜିଲ୍ଲାର ଜୀବିତ ବ୍ୟକ୍ତି ମାନଙ୍କ ଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି । ବ୍ୟକ୍ତି ଆବେଦନ ପତ୍ରରେ ନିଜର ନାମ, ପିତା/ସ୍ୱାମୀଙ୍କ ନାମ, ନିଜର ଜନ୍ମ ତାରିଖ, ସ୍ଥାୟୀ ଓ ଯୋଗାଯୋଗ ଠିକଣା, ଆଧାର ନମ୍ବରର ଜେରକ୍ସ କପି, ନିଜର ବ୍ୟାଙ୍କ ଖାତା, କାରାବରଣ କରିଥିବା ସ୍ଥାନ ଓ ଅବଧି, ଗୋଟିଏ ପାସ ଫୋଟ, ବ୍ୟକ୍ତିଗତ ଚିହ୍ନ, କେଉଁ ଟ୍ରେଜେରିରୁ ପେନସନ ଗ୍ରହଣ କରିବାକୁ ଚାହୁଁଛନ୍ତି ତାହା ଲିଖିତ ଭାବରେ ଜିଲ୍ଲାପଳଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ଜୁଡ଼ିସିଆଲ ସେକ୍ସନରେ ଜମା କରିବେ। ଆସନ୍ତା ତା ୨୦/୦୧/୨୦୨୫ରିଖ ସୁଦ୍ଧା ଦାଖଲ କରିବାକୁ ଜଣାଇ ଦିଆଯାଉଛି । ଜିଲ୍ଲାସ୍ତରରେ ଏହାକୁ ଯାଞ୍ଚ କଲାପରେ ଯୋଗ୍ୟ ବ୍ୟକ୍ତିମାନ ଙ୍କ ନାମ ରାଜ୍ୟ ସରକାରଙ୍କ ନିକଟକୁ ମଞ୍ଜୁରୀ ପାଇଁ ପଠାଯିବ ।

- Advertisement -spot_img

More articles

- Advertisement -spot_img

Latest article

ଅଭିଯୁକ୍ତର କାଠ ଫାଳିଆ ମାଡ଼ରେ କନେଷ୍ଟବଳ ଗୁରୁତର, ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (୨୩/୦୪) : ଆପ୍ର. : ଥାନା ଭିତରେ ପୋଲିସକୁ ଆକ୍ରମଣ । କାଠ ଫାଳିଆ ମାଡ଼ରେ କନେଷ୍ଟବଳ ସୁଦାମ ନାଗ ଗୁରୁତର । ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଗୁରୁତର କନେଷ୍ଟବଳଙ୍କୁ ଭର୍ତ୍ତି...

ନାବାଳିକାକୁ ଗଣ ଦୁଷ୍କର୍ମ: ୩ ଯୁବକଙ୍କ ସଂପୃକ୍ତ, ପୁଲିସ ତଦନ୍ତ ଆରମ୍ଭ

ସୁନ୍ଦରଗଡ଼଼, (୨୩/୦୪) : ଆପ୍ର. : ସୁନ୍ଦରଗଡ଼଼ ଜିଲ୍ଲା ତଳସରା ଥାନା ଅଞ୍ଚଳରେ ଲଜ୍ଜା। ଜଙ୍ଗଲକୁ ଟେକି ନେଇ ନାବାଳିକାକୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏକୋଇଶିଆ ଭୋଜି ଖାଇ ସାଙ୍ଗମାନଙ୍କ...

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବିଶ୍ୱ ପୃଥିବୀ ଦିବସ ପାଳିତ

ପାଟଣା, (୨୪/୦୩) : ଆପ୍ର. : ଢେଙ୍କିକୋଟ ଟିକିରା ସ୍ଥିତ ଘଟଗାଁ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଆଜି ବିଶ୍ୱ ପୃଥିବୀ ଦିବସ ଉତ୍ସାହପୂର୍ଣ୍ଣ ଭାବେ ପାଳନ ହୋଇଯାଇଛି । ପ୍ରାକୃତିକ ସଂପଦର ରକ୍ଷା,...

ବସ୍‌ରୁ ପଡି ଛାତ୍ରୀ ଗୁରୁତର

କଣ୍ଟାବାଞ୍ଜି, (୨୩/୦୪) : ଆପ୍ର. : ବସ୍‌ରୁ ପଡି ନବମ ଶ୍ରେଣୀ ଛାତ୍ରୀ ଗୁରୁତର । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି କୁକୁଡାହାଟ ଗାଁ ନିକଟରେ ଅଭାବନୀୟ ଘଟଣା ଘଟିଛି । ଆଜି ବସ୍‌ ରୁ...

ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ

ପାଟଣା, (୨୩/୦୪) : ଆପ୍ର. : ପାଟଣା ବ୍ଲକ ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ଆଜି ନୂତନ ପୋଷାକ ବଣ୍ଟନ କରାଯାଇଛି । ଏଠାରେ ୧୩୫ ଜଣ ଛାତ୍ରଛାତ୍ରୀ ପୋଷାକ ବଣ୍ଟନ କରାଯାଇଥିବା...