32.9 C
Balāngīr
Wednesday, April 23, 2025

ଜଳପୁରୁଷ କାର୍ଜୀ ମାଝୀଙ୍କ ଅବଦାନ ସାରା ବିଶ୍ୱକୁ ରାହା ଦେଖାଇବ- ସହିଦ ରେଣ୍ଡୋ ମାଝୀଙ୍କ ତ୍ୟାଗ ଓ ବଳିଦାନ ଅବିସ୍ମରଣୀୟ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.
-ଜଗନ୍ନାଥ ପାଣିଙ୍କୁ ଯନ୍ତ୍ରୀ ଗୌରବ ସମ୍ମାନ, ଦେବେନ୍ଦ୍ର ବିଶିଙ୍କୁ ପ୍ରତିଭା ସମ୍ମାନ
– ଧନସିଂ ମାଝୀଙ୍କୁ ସହିଦ ରେଣ୍ଡୋ ମାଝୀ ପ୍ରତିଭା ସମ୍ମାନ, ଖାମସିଂ ମାଝୀଙ୍କୁ ଗୌରବ ସମ୍ମାନ
ରିପୋର୍ଟ: ଦୁଷ୍ମନ୍ତ ପଣ୍ଡା //
କଳାହାଣ୍ଡି ୧୩/୧୨)- ବିଶ୍ୱ ବିଖ୍ୟାତ ପାରମ୍ପରିକ ଯନ୍ତ୍ରୀ ତଥା ଜଳପୁରୁଷ କାର୍ଜୀ ମାଝୀଙ୍କ ଅବଦାନ ସବୁଦିନ ପାଇଁ ମନେ ରହିବ। ଦୁର୍ଗମ ଓ ଅଖ୍ୟାତ ଅଞ୍ଚଳରେ ନିଜର ପାରମ୍ପରିକ ଜ୍ଞାନ କୌଶଳ ଦ୍ୱାରା ଜଳସେଚନର ସୁବ୍ୟବସ୍ଥା କରିବା ଆଜି ବି ଆଶ୍ଚର୍ଯ୍ୟର ବିଷୟ ଅଟେ। କାର୍ଜୀ ମାଝୀଙ୍କ ଏଇ ନିଆରା ଉଦ୍ୟମ ସାରା ବିଶ୍ୱକୁ ରାହା ଦେଖାଇବ। ସେହିପରି ମହାନ ସ୍ୱାଧୀନତା ସଂଗ୍ରାମୀ ସହିଦ ରେଣ୍ଡୋ ମାଝୀଙ୍କ ତ୍ୟାଗ ଓ ବଳିଦାନ ଆଜି ବି ଅବିସ୍ମରଣୀୟ ହୋଇ ରହିବ ବୋଲି ଆଜି ଭବାନୀପାଟଣାସ୍ଥିତ ଟାଉନ ହଲ ଠାରେ ଆୟୋଜିତ ସହିଦ ରେଣ୍ଡୋ ମାଝୀ ସ୍ମୃତି ସପ୍ତାହ ଓ ଜଳପୁରୁଷ କାର୍ଜୀ ମାଝୀ ବର୍ଷ ପାଳନ ସମାରୋହ ଏବଂ ରାଜ୍ୟସ୍ତରୀୟ ସେମିନାର ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।nr1 ଜଳପୁରୁଷ କାର୍ଜୀ ମାଝୀଙ୍କ ଅବଦାନ ସାରା ବିଶ୍ୱକୁ ରାହା ଦେଖାଇବ- ସହିଦ ରେଣ୍ଡୋ ମାଝୀଙ୍କ ତ୍ୟାଗ ଓ ବଳିଦାନ ଅବିସ୍ମରଣୀୟ

ଓଡିଶାର ଅଗ୍ରଣୀ ସାମାଜିକ ଓ ବୈପ୍ଲବିକ ସଂଗଠନ ଦଳିତ ଆଦିବାସୀ ମହାସଂଘ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଅତିରିକ୍ତ ଜିଲ୍ଲାପାଳ ବଇତୁରା ଦୀପ ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ଓଡ଼ିଶା ଆଦିବାସୀ ମହାସଂଘର ସଭାପତି ବାଳକୃଷ୍ଣ ଶବର, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ ଡ. ଅଜୟ କୁମାର ମିଶ୍ର, ଅବସରପ୍ରାପ୍ତ ଅବକାରୀ କମିସନର ଗଙ୍ଗାଧର ମାଝୀ, ଅବସରପ୍ରାପ୍ତ କୋଷାଗାର ଅଧିକ୍ଷକ ମହେଶ୍ୱର ମାଝୀ, ନୂଆପଡା ଜିଲ୍ଲା ଆଦିବାସୀ ସଂଘ ସଭାପତି ଭାନୁପ୍ରତାପ ସିଂ ମାଝୀ, ବିଶିଷ୍ଟ ସମାଜସେବୀ ସତ୍ୟ ନାରାୟଣ ପଟ୍ଟନାୟକ, ବିଶିଷ୍ଟ କବି ଭବାନୀଶଙ୍କର ନିଆଲ, ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ବିଶି, ମହାସଂଘର କାର୍ଯ୍ୟକାରୀ ସଭାପତି ରମେଶ ମାଝୀ, ଉପସଭାପତି ଛବିଲାଲ ନିଆଲ, ମହାସଚିବ ଦେବୀପ୍ରସାଦ ସିନ୍ଦୁର ପ୍ରମୁଖ ଯୋଗ ଦେଇଥିଲେ। ମହାସଂଘର ସଭାପତି ପରମାନନ୍ଦ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବର୍ଣ୍ଣାଢ୍ୟ ସମାରୋହରେ କାର୍ଯ୍ୟକାରୀ ସଭାପତି ଧର୍ମେନ୍ଦ୍ର ନାଏକ ସ୍ୱାଗତ ଅଭିଭାଷଣ ଦେଇଥିବାବେଳେ କାର୍ଯ୍ୟକାରୀ ସଦସ୍ୟ ମହେନ୍ଦ୍ର ନାଏକ ମଞ୍ଚ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ମୁଖିଗୁଡ଼ା ଉପରଇନ୍ଦ୍ରାବତୀ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଜଗନ୍ନାଥ ପାଣିଙ୍କୁ ଜଳପୁରୁଷ କାର୍ଜୀ ମାଝୀ ଯନ୍ତ୍ରୀ ଗୌରବ ସମ୍ମାନ, ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ବିଶିଙ୍କୁ ଜଳପୁରୁଷ କାର୍ଜୀ ମାଝୀ ପ୍ରତିଭା ସମ୍ମାନ, ଧନସିଂ ମାଝୀଙ୍କୁ ବୀର ସହିଦ ରେଣ୍ଡୋ ମାଝୀ ପ୍ରତିଭା ସମ୍ମାନ, ଖାମସିଂ ମାଝୀଙ୍କୁ ବୀର ସହିଦ ରେଣ୍ଡୋ ମାଝୀ ଗୌରବ ସମ୍ମାନ ପ୍ରଦାନ କରାଯାଇଥିଲା। ଏଥିରେ ମହାସଂଘର ଉପସଭାପତି ଚୂଡ଼ାମଣି ମାଝୀ, ଭୀଷ୍ମଦେବ ଭୋଇ, ସାଧାରଣ ସଂପାଦକ ହରିଶଙ୍କର ମାଝୀ, ସୁଶୀଲ କୁମାର ବାଗ, ଜିଲ୍ଲା ସମ୍ପାଦକ ଦିନେଶ ମଲ୍ଲିକ, ନଗର କମିଟି ସଭାପତି ଚକ୍ରଧର ସେଠୀ, କାର୍ଯ୍ୟକାରୀ ସଭାପତି ଅଭୟ ଚରଣ ନାଏକ, ଧବଳେଶ୍ୱର ମାଝୀ, ଉପଦେଷ୍ଟା ନିମାଞ୍ଚଳ ନାଏକ, ସରୋଜ ବାଗ, ନାଦରାଜ ନାଏକ, ଉପସଭାପତି ରାଜେଶ ଦୀପ, ପ୍ରକାଶ ମଙ୍ଗରାଜ, ଜଗନ୍ନାଥ ପ୍ରସାଦ ମାଝୀ, ପ୍ରଦୀପ ନାଏକ, ନଗର ସାଧାରଣ ସମ୍ପାଦକ ମାନସ ରଞ୍ଜନ ସିନ୍ଦୁର, କାର୍ଯ୍ୟକାରୀ ସଦସ୍ୟ ମଦନ ମାଝୀ, ରାଜ୍ୟ ଆଦିବାସୀ କଲ୍ୟାଣ ସଂଘର ସଂଗଠନ ସମ୍ପାଦକ ଈଶ୍ୱର ନାଏକ, ଲାଞ୍ଜିଗଡ ବ୍ଲକ ସଭାପତି ହରିଶଙ୍କର ପାତ୍ର, ସୌଭାଗ୍ୟବତୀ ଧଙ୍ଗଡାମାଝୀ, ଜ୍ୟୋତିର୍ମୟ ହରପାଲ ପ୍ରମୁଖ ଉପସ୍ଥିତ ରହିବା ସହିତ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏଥିରେ କଳାହାଣ୍ଡି, ନୂଆପଡା ଜିଲ୍ଲାର ବିଭିନ୍ନ ଅଞ୍ଚଳର ବହୁସଂଖ୍ୟକ ବୁଦ୍ଧିଜୀବୀ ଓ ସାଧାରଣ ଲୋକେ ଯୋଗଦେଇଥିବାବେଳେ ବହୁସଂଖ୍ୟାରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ।

- Advertisement -spot_img

More articles

- Advertisement -spot_img

Latest article

ଅଭିଯୁକ୍ତର କାଠ ଫାଳିଆ ମାଡ଼ରେ କନେଷ୍ଟବଳ ଗୁରୁତର, ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (୨୩/୦୪) : ଆପ୍ର. : ଥାନା ଭିତରେ ପୋଲିସକୁ ଆକ୍ରମଣ । କାଠ ଫାଳିଆ ମାଡ଼ରେ କନେଷ୍ଟବଳ ସୁଦାମ ନାଗ ଗୁରୁତର । ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଗୁରୁତର କନେଷ୍ଟବଳଙ୍କୁ ଭର୍ତ୍ତି...

ନାବାଳିକାକୁ ଗଣ ଦୁଷ୍କର୍ମ: ୩ ଯୁବକଙ୍କ ସଂପୃକ୍ତ, ପୁଲିସ ତଦନ୍ତ ଆରମ୍ଭ

ସୁନ୍ଦରଗଡ଼଼, (୨୩/୦୪) : ଆପ୍ର. : ସୁନ୍ଦରଗଡ଼଼ ଜିଲ୍ଲା ତଳସରା ଥାନା ଅଞ୍ଚଳରେ ଲଜ୍ଜା। ଜଙ୍ଗଲକୁ ଟେକି ନେଇ ନାବାଳିକାକୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏକୋଇଶିଆ ଭୋଜି ଖାଇ ସାଙ୍ଗମାନଙ୍କ...

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବିଶ୍ୱ ପୃଥିବୀ ଦିବସ ପାଳିତ

ପାଟଣା, (୨୪/୦୩) : ଆପ୍ର. : ଢେଙ୍କିକୋଟ ଟିକିରା ସ୍ଥିତ ଘଟଗାଁ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଆଜି ବିଶ୍ୱ ପୃଥିବୀ ଦିବସ ଉତ୍ସାହପୂର୍ଣ୍ଣ ଭାବେ ପାଳନ ହୋଇଯାଇଛି । ପ୍ରାକୃତିକ ସଂପଦର ରକ୍ଷା,...

ବସ୍‌ରୁ ପଡି ଛାତ୍ରୀ ଗୁରୁତର

କଣ୍ଟାବାଞ୍ଜି, (୨୩/୦୪) : ଆପ୍ର. : ବସ୍‌ରୁ ପଡି ନବମ ଶ୍ରେଣୀ ଛାତ୍ରୀ ଗୁରୁତର । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି କୁକୁଡାହାଟ ଗାଁ ନିକଟରେ ଅଭାବନୀୟ ଘଟଣା ଘଟିଛି । ଆଜି ବସ୍‌ ରୁ...

ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ

ପାଟଣା, (୨୩/୦୪) : ଆପ୍ର. : ପାଟଣା ବ୍ଲକ ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ଆଜି ନୂତନ ପୋଷାକ ବଣ୍ଟନ କରାଯାଇଛି । ଏଠାରେ ୧୩୫ ଜଣ ଛାତ୍ରଛାତ୍ରୀ ପୋଷାକ ବଣ୍ଟନ କରାଯାଇଥିବା...