ବଲାଙ୍ଗୀର, (୨୫/୦୪) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବେଲପଡ଼ା ସହର ନିବାସୀ ସୁମନ୍ତ ବଛା ଓ ଅଜିତ ନାଗ ନାମକ ଦୁଇ ଯୁବକ ବୁଲେଟ ଯୋଗେ ଟିଟିଲାଗଡ ଦେଇ ଖୋଲାନ ନିକଟସ୍ତ ଦେଝୁରି ଗ୍ରାମ ର ସମ୍ପର୍କୀୟ ଙ୍କ ଘର କୁ ଯିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।
ତୀବ୍ର ଗତି ରେ ଯାଉଥିବା ବେଳେ ଦିନ ପ୍ରାୟ ୪ ଟା ୩୦ ମିନିଟ ସମୟ ରେ ଟିଟିଲାଗଡ ନିକଟସ୍ତ ଖୋଲାନ ଗ୍ରାମ ଠାରେ ଏହି ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିବା ବେଳେ ଉକ୍ତ ଦୁଇ ଗୁରୁତର ଙ୍କୁ ଟିଟିଲାଗଡ ଜିଲ୍ଲା ଉପଖଣ୍ଡ ଡାକ୍ତରଖାନା ରୁ ବଲାଙ୍ଗୀର ଜିଲ୍ଲା ଭୀମ ଭୋଇ ମ୍ୟାଡିକଲ କଲେଜ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ଉକ୍ତ ବୁଲେଟ ଗାଡ଼ି ସମ୍ପୂର୍ଣ ରୂପେ ପୋଡ଼ି ଯାଇଥିବା ଜଣାଯାଇଛି ।