32.9 C
Balāngīr
Wednesday, April 30, 2025

ଜଳ ଯୋଗାଣ ନାମରେ ରାସ୍ତା ଖରାପ କଲା J.m.c., ପାଣି ଆସିଲାନି, ରାସ୍ତା ବି ମରାମତି ହେଲାନି 

Must read

ରିପୋର୍ଟ : ରବି ଶଙ୍କର ମହାପାତ୍ର
ବୋରିଗୁମ୍ମା, (୦୧/୧୨) : କୋରାପୁଟ ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗରୁ ଟେଣ୍ଡର ପାଇ ଗତ ୪/୫ ବର୍ଷ ତଳୁ ଟେଣ୍ଡର ଚୁକ୍ତିନାମା କରି JMC ନାମକ କମ୍ପାନୀ ମୁରାନ୍ ଡ୍ୟାମରୁ ଜଳ ଯୋଗାଣ ପାଇଁ କାର୍ଯ୍ୟ ଆରମ୍ଭ କରିଥିଲା ।

କିନ୍ତୁ ସମୟ ଅତିକ୍ରାନ୍ତ ହୋଇ ସାରିଥିଲେ ମଧ୍ୟ ପ୍ରକଳ୍ପ କାର୍ଯ୍ୟ ଆଜି ସୁଦ୍ଧା ଶେଷ ନ କରିବା ସାଧାରଣରେ ଉଦବେଗ ପ୍ରକାଶ ପାଇଛି ।ବୋରିଗୁମ୍ମା ସହର ସମେତ ଅନେକ ଗାଆଁ ଗଣ୍ଡାରେ ପାଇପ୍ ବିଛାଇବା ପାଇଁ ରାସ୍ତା ଖୋଳି ରାସ୍ତାକୁ ପୂର୍ବ ସ୍ଥିତିକୁ ଆଣିପାରୁ ନାହାନ୍ତି JMC ର ଯନ୍ତ୍ରୀ ।JMC ଯେଉଁ ସରକାରୀ ବିଭାଗ ସହ ଚୁକ୍ତି କରି ଏହି ପ୍ରକଳ୍ପ କାର୍ଯ୍ୟ କରୁଛି, ସେହି ବିଭାଗ ଅର୍ଥାତ୍ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ତଥା ରାସ୍ତାର ରକ୍ଷଣା ବେକ୍ଷଣ ଦାୟିତ୍ଵରେ ଥିବା ପଞ୍ଚାୟତିରାଜ ବିଭାଗ ମଧ୍ୟ ସବୁ ଦେଖି ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି । ରାସ୍ତା ଖୋଳି ପାଇପ୍ ବିଛାଇବା ପରେ ରାସ୍ତାକୁ ସଂପୃକ୍ତ ଯନ୍ତ୍ରୀ ପୂର୍ବ ସ୍ଥିତିକୁ ଆଣି ପାରୁନାହାନ୍ତି ।

ଫଳରେ ୧୨ ଫୁଟ ଓ ସାରର ରାସ୍ତା ସଙ୍କୁଚିତ ହୋଇ ମାତ୍ର ୮ ଫୁଟ ଓସାରରେ ସୀମିତ ରହୁ ଥିବାରୁ ଚାରି ଚକିଆ ଯାନ ଚଳାଚଳରେ ବାଧା ସୃଷ୍ଟି ହେବା ସହ ବୋରିଗୁମ୍ମା ମହାନ୍ତି ସାହି ନିକଟସ୍ଥ ରାସ୍ତାରେ କେତେକ ବାଇକ୍ ଆରୋହୀ ଦୂର୍ଘଟଣା ଗ୍ରସ୍ତ ହୋଇ ଆଣ୍ଠୁ ଗଣ୍ଠି ଖଣ୍ଡିଆ ହୋଇଥିବା ଜଣାପଡ଼ିଛି । JMC କର୍ତ୍ତୃପକ୍ଷ ଏ ନେଇ ଗଣମାଧ୍ୟମର କୌଣସି ପ୍ରଶ୍ନର ସନ୍ତୋଷ ଜନକ ଉତ୍ତର ଦେଇ ପାରୁ ନଥିବା ବେଳେ ବୋରିଗୁମ୍ମା ସ୍ଥିତ JMC କମ୍ପାନୀ କାର୍ଯ୍ୟାଳୟର କିଛି କର୍ମଚାରୀ ” ଆମେ ଲୋକାଲ ଲୋକ” ବୋଲି କହୁଛନ୍ତି,କିନ୍ତୁ ନିଜ ନାମ ତଥା କମ୍ପାନୀରେ ତାଙ୍କର ପଦବୀର ନାମ ଗଣମାଧ୍ୟମକୁ କହିବାକୁ ଭୟ କରୁଥିବା ପରିଲକ୍ଷିତ ହେଉଛି ।ଏ ସଂକ୍ରାନ୍ତରେ ବିଧାନ ସଭାରେ ପ୍ରଶ୍ନ ହେବା ପରେ ମଧ୍ୟ କୌଣସି ପରିଣାମ ଆସି ନ ଥିବାରୁ ଜନ ସାଧାରଣ କେବଳ ନୀରବ ଦ୍ରଷ୍ଟା ସାଜିବା ଛଡା କୌଣସି ଉପାୟ ନାହିଁ ବୋଲି କେତେକ ଚର୍ଚ୍ଚା କରୁଥିବା ବେଳେ ନୂଆ ବିଜେପି ସରକାର କିଛି ପଦକ୍ଷେପ ନେବେ ବୋଲି ଆଉ କିଛି ବୁଦ୍ଧିଜୀବି ଆଶା ପୋଷଣ କରିଛନ୍ତି ।

କୋରାପୁଟ ଜିଲ୍ଲାପାଳ ଏଥିପ୍ରତି ସତର୍କ ପଦକ୍ଷେପ ନେଇ ଅନ୍ତତଃ ଜଳଯୋଗାଣ ନାମରେ ମାସ ମାସ ଧରି ଖରାପ ହୋଇ ପଡ଼ିଥିବା ରାସ୍ତାକୁ ଗମନାଗମନ ଉପଯୋଗୀ କରିବା ପାଇଁ ସଂପୃକ୍ତ ଠିକା ସଂସ୍ଥାକୁ କଡ଼ା ନିର୍ଦ୍ଦେଶ ଦେଇ ଆବଶ୍ୟକ ସ୍ଥଳେ ଦୃଢ଼ ଶୁଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି । କୋରାପୁଟ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି ସାଧାରଣରେ ଦାବୀ ଜୋର ଧରିଛି ।

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...