ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୨୭/୦୨) : ଆଜି ମହା ଶିବରାତ୍ରି । ଏଥିପାଇଁ କନ୍ଧମାଳ ଜିଲ୍ଲା ରାଇକିଆସ୍ଥିତ ଶୈବ ପୀଠରେ ଚଳଚଞ୍ଚଳ ଲାଗିରହିଛି । ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିବା ସହିତ ମହାଦେବଙ୍କୁ ଦର୍ଶନ କରୁଛନ୍ତି ।
ରାତିରେ ମହାଦୀପ ପ୍ରଜ୍ବଳନ ଏବଂ ଭକ୍ତମାନେ ଜାଗର ଦୀପ ଜାଳିବା ପାଇଁ ପୂଜା କମିଟି ପକ୍ଷରୁ ସମସ୍ତ ବ୍ୟବସ୍ଥା କରଯାଇଥିବାବେଳେ ସନ୍ଧ୍ୟାରେ ଭଜନ ସମାରୋହର କାର୍ଯ୍ୟକ୍ରମ ମଧ୍ୟ ରହିଛି । ସେହିପରି ରାଇକିଆ ବ୍ଲକର ଦିଗୀସ୍ଥିତ ବହୁ ପ୍ରାଚୀନ ଶୈବପୀଠ ବାଲୁଙ୍କେଶ୍ୱର ମନ୍ଦୀର ଓ ବୀର ଛକ ଶିବ ମନ୍ଦିରରେ ମଧ୍ୟ ଭିଡ ସତ୍ତ୍ୱେ ଶ୍ରଦ୍ଧାଳୁମାନେ ଉତ୍କଣ୍ଠାର ସହ ଦର୍ଶନ କରୁଛନ୍ତି । ଏଥିପାଇଁ ସ୍ଥାନୀୟ ପରିଚାଳନା କମିଟି ତରଫରୁ ମଧ୍ୟ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସବୁ ମନ୍ଦିର ଗୁଡ଼ିକ ମଧ୍ୟ ରେ ବହୁ ସୁନ୍ଦର ଭାବେ ସଜ୍ଜା ହୋଇ ଅଛି ।