32.9 C
Balāngīr
Saturday, April 26, 2025

ଜାତୀୟସ୍ତରୀୟ ଖୋ ଖୋ ଟୁର୍ଣ୍ଣାମେଣ୍ଟରେ ସ୍ଵର୍ଣ୍ଣ ପଦକ ବିଜେତାଙ୍କୁ ସମ୍ବର୍ଦ୍ଧନା

Must read

ଆଠଗଡ, (୧୨/୦୪) : ଆପ୍ର. : ସମ୍ପ୍ରତି ପୁରୀଠାରେ ଅନୁଷ୍ଠିତ ଜାତୀୟସ୍ତରୀୟ ଖୋ ଖୋ ଟୁର୍ଣ୍ଣାମେଣ୍ଟରେ ସ୍ଵର୍ଣ୍ଣ ପଦକ ସହ ଏକଲବ୍ୟ ପୁରସ୍କାର ବିଜେତା କ୍ରୀଡାବିତ ଟି.ଜଗନ୍ନାଥ ଦାସଙ୍କୁ ଗୋପବନ୍ଧୁ କଲେଜରେ ସମ୍ବର୍ଦ୍ଧିତ କରାଯାଇଛି ।

ଏହି ଜାତୀୟସ୍ତରୀୟ ବରିଷ୍ଠ ବର୍ଗର ଖୋ ଖୋ ପ୍ରତିଯୋଗିତାରେ ରେଳବାଇ ଦଳ ମହାରାଷ୍ଟ୍ର ଦଳକୁ ହରାଇ ଚମ୍ପିୟାନ ହୋଇଥିଲା। ରେଳବାଇ ଦଳ ପାଇଁ ଖେଳୁଥିବା ଟି.ଜଗନ୍ନାଥ ଦାସଙ୍କୁ ସ୍ଵର୍ଣ୍ଣ ପଦକ ସହ ଶ୍ରେଷ୍ଠ ଖେଳ ପ୍ରଦର୍ଶନ ପାଇଁ ଭାରତୀୟ ଖୋ ଖୋ ମହାସଂଘ ପକ୍ଷରୁ ଏକଲବ୍ଯ ପୁରସ୍କାର ପ୍ରଦାନ କରାଯାଇଥିଲା। ୫୭ ବର୍ଷ ଧରି ଆୟୋଜିତ ହୋଇ ଆସୁଥିବା ଏହି ଜାତୀୟସ୍ତର ଖୋ ଖୋ ପ୍ରତିଯୋଗିତାରେ ପ୍ରଥମଥର ପାଇଁ ଓଡିଶାର ଜଣେ ଖେଳାଳି ଟି.ଜଗନ୍ନାଥ ଦାସଙ୍କୁ ଏକଲବ୍ୟ ପୁରସ୍କାର ମିଳିଛି। ଏହି ଟୁର୍ଣ୍ଣାମେଣ୍ଟରେ ଓଡିଶା ଦଳ ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ଓଡିଶା ପାଇଁ ଖେଳୁଥିବା ଜଗନ୍ନାଥଙ୍କ ଭାଇ ଟି ବଳରାମ ଦାସଙ୍କୁ ମଧ୍ୟ ବ୍ରୋଞ୍ଜ ପଦକ ମିଳିଛି । ଉଭୟ ଆଠଗଡର ଗୋପବନ୍ଧୁ ବିଜ୍ଞାନ କଲେଜର ଛାତ୍ର ହୋଇଥିବାରୁ ଶୁକ୍ରବାର କଲେଜ ପକ୍ଷରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

କଲେଜର ଅଧ୍ୟକ୍ଷ ଡ.ଲୋକନାଥ ସାହୁ ଟି.ଜଗନ୍ନାଥ ଏବଂ ଟି ବଳରାମ ଦାସଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । କଲେଜର କ୍ରୀଡା ଉପସଭାପତି ତଥା ଡେମୋନଷ୍ଟ୍ରେଟର ସଚ୍ଚିଦାନନ୍ଦ ଜେନା, ଅଧ୍ୟାପକ ଗୌତମବୁଦ୍ଧ ସୀତାରାମ ଓ ଦିବ୍ୟଶକ୍ତି ସାମନ୍ତରାୟ, ଆଠଗଡ ଖୋ ଖୋ ଆସୋସିଏସନର ସଭାପତି ଲକ୍ଷ୍ମୀନାରାୟଣ ଭଞ୍ଜ, ଉପସଭାପତି ମନୋରଞ୍ଜନ ଦାସ ଏବଂ ଅନ୍ଯ କର୍ମକର୍ତ୍ତା ଓ ଖେଳାଳି ଉଭୟ କୃତି କ୍ରୀଡାବିତଙ୍କୁ ଅଭିନନ୍ଦନ ଜଣାଇଥିଲେ ।

- Advertisement -spot_img

More articles

Leave a Reply

- Advertisement -spot_img

Latest article

ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ, ଦୁଇ ଉଦ୍ଧାର

କଟକ, (୨୫/୦୪) : ଆପ୍ର. : ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ । ସ୍ଥାନୀୟ ଲୋକଙ୍କ ଦ୍ୱାରା ଜଣେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ଗାଧୋଉଥିବା ବେଳେ ଘଟିଛି...

ବାହ୍ୟ ରାଜ୍ୟ କୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଦୁଇ ବ୍ୟବସାୟୀ ଗିରଫ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଟିଟିଲାଗଡ ରେଳ ଷ୍ଟେସନ ରୁ କ୍ରମାଗତ ଭାବେ ଗଞ୍ଜେଇ ଚୋରା ଚାଲାଣ ଚାଲିଥିବା ବେଳେ ମଝିରେ ମଝିରେ ଅନେକ ଗଞ୍ଜେଇ ମାଫିଆ ଙ୍କୁ କାବୁ କରାଯାଉଛି...

ଜଳିଗଲା ବୁଲେଟ ଗାଡ଼ି, ଦୁଇ ଯୁବକ ଗୁରୁତର

ବଲାଙ୍ଗୀର, (୨୫/୦୪) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବେଲପଡ଼ା ସହର ନିବାସୀ ସୁମନ୍ତ ବଛା ଓ ଅଜିତ ନାଗ ନାମକ ଦୁଇ ଯୁବକ ବୁଲେଟ ଯୋଗେ ଟିଟିଲାଗଡ ଦେଇ ଖୋଲାନ...

ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ପୌର ପରିଷଦ ଅଧିକାରୀ ତଥା ପଦାଧିକାରୀ...

ସାନନ୍ଦ ମେହେରକୁ ଗିରଫ ଓ ପ୍ରକାଶ ଲୁହାଙ୍କୁ ନ୍ୟାୟ ଦାବିରେ ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା

ସୁବର୍ଣ୍ଣପୁର, (୨୪/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା । ପ୍ରାପ୍ତ ସୂଚନା ଅନୁସାରେ କିଛିଦିନ ପୂର୍ବରୁ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ...