ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୨୪/୧୨) : ସୁବର୍ଣ୍ଣପୁର ଜିଲ୍ଲା ସଦର ଏନ ଜି ଓ ସି ସି ସଭାଗୃହ ଠାରେ ରେଆର୍ ସୋନପୁର ତରଫରୁ ଓଡିଶା ରାଜ୍ୟ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଭାଗ, ଓ ଉପ ନିୟନ୍ତ୍ରକ ବୈଧ ଓଜନ ଓ ମାପ ବିଭାଗ ସହାୟତା ରେ ଜାତୀୟ ଉପଭୋକ୍ତା ଦିବସ ପାଳିତ ହୋଇଯାଇଛି ।
ଅତିଥିଭାବେ ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ ଗୋପାଳ ଚନ୍ଦ୍ର ମଲ୍ଲିକ,ଅତିରିକ୍ତ ବେସାମାରିକ ଯୋଗାଣ ଅଧିକାରୀ ଲଳିତ ମୋହନ ପଟ୍ଟନାୟକ, ଉପନିୟନ୍ତ୍ରକ ବୈଧ ଓଜନ ଓ ମାପ ବିଭାଗ ସୁବର୍ଣ୍ଣପୁର, ରେଆର ପ୍ରତିଷ୍ଠାତା ସଦସ୍ୟ ଗୌରୀଶ୍ୟାମ ପଣ୍ଡା ଯୋଗ ଦେଇ ଖାଉଟି ସୁରକ୍ଷା ଆଇନ ୨୦୧୯, ଖାଉଟି ଅଧିକାର, ଓ ଖାଉଟି ବିବାଦ ସମାଧାନ ବିଷୟରେ ଆଲୋଚନା କରିଥିଲେ, ପ୍ରକଳ୍ପ ସଂଯୋଯକ ଅବନୀ କୁମାର ଶତପଥି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସାଧାରଣ ସମ୍ପାଦକ ଅନଙ୍ଗ ନେଗୀ ସଭା ସଂଯୋଜନା କରିଥିଲେ, ଶେଷରେ ସୁଦାମ ଗାଈଗରିଆ ଧନ୍ୟବାଦ ଅର୍ପଣ କରିଥିଲେ ।