କାଶୀନଗର, (୨୪/୪) : ଆପ୍ର. : ଆଜି ଜାତୀୟ ପଂଚାୟତ ରାଜ ଦିବସ ଜିଲ୍ଲା ସ୍ତର ରେ ପାଳିତ ହୋଇଯାଇଛି ।
ଆଜିକାର ଏହି ଉତ୍ସବ ରେ ଗଜପତି ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାସ ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲା ସ୍ତରୀୟ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ର ବିଭିନ୍ନ ବ୍ଲକ ର କେତୋଟି ପଂଚାୟତ କୁ ସେମାନଙ୍କ ର ଆର୍ଥିକ ପରିଚାଳନା ଓ ସ୍ଵଛ ଶାସନ ନିମନ୍ତେ ପୁରସ୍କୃତ କରାଯାଇଥିଲା । କାଶୀନଗର ବ୍ଲକ ର ଶିଆଳି ସରପଞ୍ଚ ରାମ ପ୍ରସାଦ ପଟନାୟଜ ଙ୍କୁ ଜିଲ୍ଲାପାଳ ଶ୍ରୀ ଦାସ ଏକ ଚେକ ୩,୮୬୦୦୦ ଟଙ୍କା ସରପଞ୍ଚ ଙ୍କୁ ପ୍ରଦାନ କରିଥିଲେ । ୫ ଏସ ଏଫ ସି ପରିଚାଳନା ଠିକ ଥିବାରୁ ତାଙ୍କୁ ପୁରସ୍କୃତ କରିଥିଲେ ।