କାଶୀନଗର, (୨୪/୦୪) : ଆପ୍ର. : ସ୍ଥାନୀୟ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି ।
ଜି ପି ଇ ଓ ଲକ୍ଷ୍ମୀକାନ୍ତ ସାହୁଙ୍କ ପରିଚାଳନାରେ ଏ ଉପଲକ୍ଷେ ଆୟୋଜିତ ସମାବେଶରେ ବି ଡି ଓ ଡମ୍ବରୁଧର ମଲ୍ଲିକ, ପାରଳାଖେମୁଣ୍ଡି ଉପ ଜିଲ୍ଲାପାଳ ଅନୁପ କୁମାର ପଣ୍ଡା, ସାଂସଦ ପ୍ରତିନିଧି ଆର . ସତୀଶଙ୍କ ସମେତ ବହୁ ଜନ ପ୍ରତିନିଧି, ଆଶାକର୍ମୀ, ଓ ଏଲ୍ ଏମ୍ ଅଧିକାରୀ କର୍ମଚାରୀ, ଅଙ୍ଗନାବାଡ଼ି କର୍ମୀଙ୍କ ସମେତ ସାଧାରଣ ନାଗରିକ ଯୋଗ ଦେଇଥିଲେ । ଆଭାସୀ ମାଧ୍ୟମରେ ପଞ୍ଚାୟତିରାଜ ଦିବସ ପାଳନର ତାତ୍ପର୍ଯ୍ୟ ଓ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କୁ ଅବଗତ କରା ଯାଇଥିଲା ।