32.9 C
Balāngīr
Sunday, July 20, 2025

ଜାତୀୟ ହସ୍ତ ତନ୍ତ ଦିବସ ପାଳିତ “ମୋ ଉତ୍ପାଦନ ମୋ ଗର୍ବ “ମୋ ହସ୍ତ ତନ୍ତ ମୋ ଗର୍ବ “

Must read

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୭/୦୮) : ଆଜି ଜାତୀୟ ହସ୍ତ ତନ୍ତ ଦିବସ ପାଳନ ଅବସରରେ ଓଡିଶା ସରକାରଙ୍କ ହସ୍ତ ତନ୍ତ, ବୟନାଶିଳ୍ପ ଓ ହସ୍ତ କଳା ବିଭାଗର ପ୍ରମୁଖ ଶାସନ ସଚିବଙ୍କ ନିର୍ଦେଶକୁ ଅନୁପାଳନ କରାଯାଇଛି lWhatsApp Image 2024 08 07 at 18.03.11 ଜାତୀୟ ହସ୍ତ ତନ୍ତ ଦିବସ ପାଳିତ "ମୋ ଉତ୍ପାଦନ ମୋ ଗର୍ବ "ମୋ ହସ୍ତ ତନ୍ତ ମୋ ଗର୍ବ "

ଜିଲ୍ଲାର ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟୱାନ ମହାଜନଙ୍କ ସମେତ, ଅତିରକ୍ତ ଜିଲ୍ଲାପାଳ ଭାସ୍କର ରୋଇତ ଜିଲ୍ଲା ମୁଖ୍ୟ ବିକାଶ ଅଧିକାରୀ, ଶ୍ରୀ ନିହାର ରଞ୍ଜନ କହଁର, ଉପଜିଲ୍ଲାପାଳ ଗୁଣପୁର ସୁଶ୍ରୀ କିରଣଦୀପ କୌର ସାହାଟେ,ଉପଜିଲ୍ଲାପାଳ ରାୟଗଡା ଶ୍ରୀମତୀ ସଂଘମିତ୍ରା ଦେବୀ, ଅନ୍ୟାନ୍ୟ ଜିଲ୍ଲାସ୍ଥରୀୟ ଅଧିକାରୀ, ବିଡ଼ିଓ, ତହସିଲଦାର ଓ କର୍ମଚାରୀ ମାନେ ଏହି ଦିବସରେ ହସ୍ତତନ୍ତ ବୁନା ବସ୍ତ୍ର ପରିଧାନ କରିଥିବା ଦେଖିବାକୁ ମିଳିଥିଲା l ଏହା ବ୍ୟତୀତ ଜିଲ୍ଲାର ଜନସାଧାରଣ ଓ ଗଣମାଧ୍ୟମ ପ୍ରତନିଧି ମାନେ ମଧ୍ୟ୍ୟ ଏହି ବସ୍ତ୍ର ପିନ୍ଧି ଏହି ଦିବସରେ ଖୁସିରେ ହାତ ମିଳାଉଥିବା ଦେଖିବାକୁ ମିଳିଥିଲା l

ପ୍ରତି ସପ୍ତାହର ଗୋଟିଏ ନିର୍ଦିଷ୍ଟ ଦିନରେ ଓଡ଼ିଶାର ବୁଣାକାର ମାନଙ୍କ ଦ୍ୱାରା ବୁଣାଯାଉଥିବା ବସ୍ତ୍ର ପରିଧାନ କରିବାକୁ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ଅରବିନ୍ଦ ପାଢ଼ୀଙ୍କ ନିର୍ଦେଶ ଦେଇଛନ୍ତି l ଏହାଦ୍ୱାରା ସ୍ଥାନୀୟ ବୁଣାକାର ଜୀବନ ଜୀବିକା ବଂଚିବା ସହିତ କଳାକୁ ବଞ୍ଚାଇ ସବୁଦିନ ପାଇଁ ରହିବ l

- Advertisement -spot_img

More articles

- Advertisement -spot_img

Latest article

ପୁରୁଷୋତ୍ତମପୁର ଅଟୋ ୟୁନିଅନ ଦ୍ୱାରା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ପୁରୁଷୋତ୍ତମପୁର, (୧୯/୦୭) : ଆପ୍ର. : ପୁରୁଷୋତ୍ତମପୁର ସହର ରେ ସ୍ଥାନୀୟ ମା କନକା ଅଟୋ ମୋବାଇଲ ସଂଘ ଚାଳକ ସଂଘ ଦ୍ୱାରା ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା...

ଅର୍ଜୁନପୁର ଜଙ୍ଗଲ ରୁ ଚୋରି ଶାଳ କାଠ ସହ ବ୍ୟବହୃତ ଗାଡି ଓ ବାଇକ ଜବତ : ୨ ଅଭିଯୁକ୍ତ କୁ ଗିରଫ 

ସୁବର୍ଣ୍ଣପୁର, (୧୯/୦୭) : ଆ.ପ୍ର : ସୁବର୍ଣ୍ଣପୁର ବନ ବିଭାଗ ରେଞ୍ଜର କୌଣସି ସୂତ୍ର ରୁ ଖବର ପାଇ ରେଞ୍ଜର ସୁବାସ ମହାପାତ୍ର ବିଶ୍ଵସ୍ତ ସୂତ୍ରରୁ ଖବର ପାଇବାରୁ ତାଙ୍କ ନିର୍ଦ୍ଦେଶ କ୍ରମେ...

ମାନସିକ ଚାପଗ୍ରସ୍ତ ଯୁବକଙ୍କ ଆତ୍ମହତ୍ୟା

ବୁର୍ଲା, (୧୯/୦୭) : ଆପ୍ର. : ବୁର୍ଲା ସହର ଶ୍ରୀରାମ ବିହାରର ଜଣେ ଯୁବକ ବେକରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିବା ପରି ଏକ ଅଭାବନୀୟ ଘଟଣା ଘଟିଯାଇଛି । ପୁଲିସ ଶବ ଜବତ...

ଧାନ ବିକ୍ରି ପାଇଁ ଆଜିଠୁ ଆରମ୍ଭ ହେଲା ଚାଷୀ ପଞ୍ଜୀକରଣ: ଅଗଷ୍ଟ ୨୦ ଯାଏଁ କରିପାରିବେ ଆବେଦନ; ଜାଣନ୍ତୁ ପଞ୍ଜୀକରଣର ପୂରା ପ୍ରକ୍ରିୟା

ଭୁବନେଶ୍ୱର, (୧୯/୦୭) : ଆପ୍ର. : ଆଜି ଠାରୁ ଆରମ୍ଭ ହେଉଛି ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ପ୍ରକିୟା। ଏହା ଆସନ୍ତା ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ସେପ୍ଟେମ୍ବର...

ଫାସଡ ସୁକତେଲ ବ୍ରିଜଠାରେ ଦୁଇଟ୍ରକ ମୁହାଁମୁହିଁ ଧକ୍କା

ଲୋଇସିଂହା, (୧୯/୦୭) :ଆପ୍ର. : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଫାସଡ ନିକଟସ୍ଥ ସୁକ୍‌ତେଲ ପୋଲ ଉପରେ ଗତକାଲି ରାତିରେ ଦୁଇଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ରାସ୍ତା ଅବରୋଧ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ...