32.9 C
Balāngīr
Wednesday, April 30, 2025

ଜାନୁୟାରୀ ୨୫ରେ ଆୟୋଜିତ ହେବ ୧୫ତମ ମତଦାନ ଦିବସ; ସୁପରିଚାଳନା ଓ ବ୍ୟବସ୍ଥିତ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Must read

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୧୮/୦୧) : ଜାନୁୟାରୀ ୨୫ରେ ଆୟୋଜିତ ହେବ ଜିଲ୍ଲାସ୍ତରୀୟ ୧୫ତମ ମତଦାନ ଦିବସ ।WhatsApp Image 2025 01 19 at 11.38.01 ଜାନୁୟାରୀ ୨୫ରେ ଆୟୋଜିତ ହେବ ୧୫ତମ ମତଦାନ ଦିବସ; ସୁପରିଚାଳନା ଓ ବ୍ୟବସ୍ଥିତ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଦିବସର ବିଭିନ୍ନ କାର୍ଯ୍ୟକ୍ରମକୁ ସୁପରିଚାଳନା ଓ ବ୍ୟବସ୍ଥିତ ପାଳନ ପାଇଁ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ନିର୍ବାଚନ ଶାଖା ତରଫରୁ ଭୋଟର ସଚେତନତା ଉପଲକ୍ଷେ ସାଧାରଣ ସଭା ଓ ସଚେତନତା ଶୋଭାଯାତ୍ରାସହ ଛାତ୍ର ଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ କରାଯିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ତା ୨୫/୦୧/୨୫ ସକାଳ ୮ ଘଣ୍ଟା ସମୟରେ ଅନୁଷ୍ଠିତ ସଚେତନତା ଶୋଭାଯାତ୍ରା ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରୁ ତହସିଲ କାର୍ଯ୍ୟାଳୟ, ନଳିନୀ ଛକ ଦେଇ ନୂତନ ଟାଉନ ହଲ ଠାରେ ପହଞ୍ଚିବ । ପରେପରେ ନିୟୁ ଟାଉନ ହଲ ଠାରେ ସଚେତନତା ସଭା ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l

ବୈଠକରେ ସୋନପୁର ଉପ ଜିଲ୍ଲାପାଳ ତଥା ଇଆରଓ ସୌମ୍ୟାରୁପା ରଥ, ତହସିଲଦାର ବୀରମହାରାଜପୁର, ଡେପୁଟି କଲେକ୍ଟର ଉପଜିଲ୍ଲାପାଳ କାର୍ଯ୍ୟାଳୟ ବୀରମହାରାଜପୁର, ଡି ଆଇ ପି ଆର ଓ ଅଶ୍ୱିନୀ କୁମାର ଭୋଇ, ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ ବିଭାଗୀୟ ଅଧିକାରୀ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଡେପୁଟି କଲେକ୍ଟର ନିର୍ବାଚନ ଶାଖା ଯଶସ୍ୱନି ପୋଥାଳ, ସ୍ୱାଗତ ବକ୍ତବ୍ୟ ସହ ବୈଠକର ତାତ୍ପର୍ଯ୍ୟ ଓ ଆଭିମୁଖ୍ୟ ଉପସ୍ଥାପନା କରିଥିଲେ।ଚଳିତ ବର୍ଷ ଦିବସ ପାଳନ ଅବସରରେ ଶୀର୍ଷକ “ନଥିଙ୍ଗ ଲାଇକ ଭୋଟିଙ୍ଗ, ଆଇ ଭୋଟ ଫର ସିଓର “ରହିଥିବା ସୂଚନା ପ୍ରଦାନ କରାଯାଇଛି ।

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...