32.9 C
Balāngīr
Monday, April 28, 2025

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମହିଳାମାନେ ଛୋଟ ପିଲା ଛୁଆ ଧରି ଧାରଣା

Must read

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୨୫/୧୨) : ଖ୍ରୀଷ୍ଟମାସ ଛୁଟି ସମୟ ରେ ସବୁ ଅମଲାତନ୍ତ୍ର ମଉଜ କରୁଥିବା ସମୟରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନା ରେ ଦେଖିବାକୁ ମିଳିଛି ହୃଦୟ ବିଦାରକ ଦୃଶ୍ୟ ।WhatsApp Image 2024 12 26 at 12.19.36 1 ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମହିଳାମାନେ ଛୋଟ ପିଲା ଛୁଆ ଧରି ଧାରଣା

ଛୋଟ ଛୋଟ କ୍ଷୀର ଖୁଆ ଛୁଆ କୁ ଧରି ମାଁ ମାନେ ଦେଉଛନ୍ତି ଧାରଣା । ଏସ ପତ୍ରାପାଲି ପଞ୍ଚାୟତ ବେହେରାମାଲ ଗାଁ ର ଯୋଗାଣ ସହାୟକ ମନୋଜ ମହାକୁର ଓ ତାଙ୍କ ସ୍ତ୍ରୀ ସି ଆର୍ ପି ବିଜୁଳି ମହାକୁର ୭ ଜଣ ମହିଳା ଙ୍କୁ ଠକେଇ କରି ୬ ଲକ୍ଷ ରୁ ଉର୍ଦ୍ଧ୍ୱ ଟଙ୍କା ଲୁଟି ନେଇଛନ୍ତି। ସେ ମଧ୍ୟରୁ ଜଣେ ଆଦିବାସୀ ମହିଳା ବାସନ୍ତୀ ଟପ୍ପୋ ମଧ୍ୟ ରହିଛନ୍ତି । କେବଳ ଦୁଇ ଜଣ ମହିଳା ସାହସ କରି ନିଜର ନ୍ୟାୟ ପାଇବା ପାଇଁ ଧାରଣା ଦେଇଛନ୍ତି। ଏ ଘଟଣା ଦୀର୍ଘ ଛଅ ମାସ ର । ଉଲୁଣ୍ଡା ଥାନା ଆଇ ଆଇ ସି ମଧ୍ୟ ଅଭିଯୁକ୍ତ ର ପକ୍ଷ ନେଇ ବାରମ୍ବାର ମହିଳା ମାନଙ୍କୁ ଦୁର୍ବ୍ୟବହାର ଦେଖାଇଛନ୍ତି ବୋଲି ଅଭିଯୋଗ ହେଉଛି ।

ଉଲୁଣ୍ଡା ତହସିଲଦାର ମଧ୍ୟ ତାଙ୍କ କଥା ଅଣଦେଖା କରି ଧମକପୂର୍ଣ୍ଣ କଥା କହିଛନ୍ତି। ଶେଷ ରେ ମହିଳା ମାନେ ନାରୀନେତ୍ରୀ ସୋନାଲି ବିଶି ଙ୍କୁ ସମ୍ପର୍କ କରିଥିଲେ ଓ ଘଟଣା ବିଷୟ ରେ ସବୁ ଜଣାଇଥିଲେ। ସେଥି ମଧ୍ୟରୁ ଜଣେ ମହିଳା ରଞ୍ଜିତା ପଧାନ ଙ୍କୁ ନେଇ ଶ୍ରୀମତୀ ବିଶି ଓ ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ ପାଢ଼ୀ ଅତିରିକ୍ତ ଜିଲ୍ଲାପାଳ ଙ୍କ କକ୍ଷ ରେ ତାଙ୍କ ଉପସ୍ଥିତି ରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଓ ଅନ୍ୟାନ୍ୟ ଅଧିକାରୀ ଙ୍କ ସମ୍ମୁଖ ରେ ଆଲୋଚନା କରିଥିଲେ ।

ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଲିନା ପ୍ରଧାନ ଙ୍କ ହସ୍ତକ୍ଷେପ ପରେ ଅଭିଯୁକ୍ତ ଙ୍କୁ କୋର୍ଟ ଚାଳନା କରିବା ପାଇଁ ସୂଚନା ଦେଇଥିଲା ପୋଲିସ। ହେଲେ କାଲି ରାତି ସାରା ଲିଖିତ ପ୍ରତିଶ୍ରୁତି ନ ମିଳିବା ପର୍ଯ୍ୟନ୍ତ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ବସି ରହିବୁ ବୋଲି ମହିଳା ମାନେ ଜିଦ୍ ଧରିଥିଲେ। ଛଅ ମାସ ଆମକୁ ଭୁଆଁ ବୁଲେଇଥିବା ପ୍ରଶାସନ କୁ କେମିତି ବିଶ୍ୱାସ କରିବୁ ବୋଲି ସେମାନେ କହିଛନ୍ତି। ଶେଷ ରେ ନବନିର୍ମାଣ କୃଷକ ସଂଗଠନ ର ଯୁବ ନେତା ଶୁଭମ୍ ସାହୁ ସେମାନଙ୍କ ରାତ୍ରୀ ଭୋଜନ ବ୍ୟବସ୍ଥା କରିଥିଲେ । ଆଜି ସରକାରୀ ଛୁଟି ଥିବାରୁ ଅଧିକାରୀ ମାନଙ୍କ କାହାରି ଦେଖା ନାହିଁ। ଧାରଣା ଏବେ ବି ଜାରି ରହିଛି। ଦେଖାଯାଉ ଦୁର୍ନୀତିଗ୍ରସ୍ତ ଓ ଦୁର୍ବ୍ୟବହାର ଦେଖାଉଥିବା ଆଇ ଆଇ ସି ଓ ତହସିଲଦାର ଙ୍କ ବିରୋଧ ରେ କଣ କାର୍ଯ୍ୟାନୁଷ୍ଠାନ ନେଉଛି ପ୍ରଶାସନ। ଅଭିଯୁକ୍ତ ଙ୍କ ବିରୁଦ୍ଧ ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀମତୀ ବିଶି ଦାବୀ କରିଛନ୍ତି। ମହିଳା ମାନଙ୍କୁ ସମ୍ମାନ ଏକ ପ୍ରହସନ। ସରକାର ପରିବର୍ତ୍ତନ ହେଲା । ହେଲେ ଏ ମହିଳା ମାନଙ୍କ ଦୁଃଖ ରେ କିଛି ପରିବର୍ତ୍ତନ ହେଲା ନାହିଁ ବୋଲି ରାଜ୍ୟ ସରକାର ଙ୍କୁ ସମାଲୋଚନା କରିଛନ୍ତି ପ୍ରଦ୍ୟୁମ୍ନ ।

- Advertisement -spot_img

More articles

- Advertisement -spot_img

Latest article

ଅବକାରୀ ଚଢ଼ାଉରେ ମହୁଲି ମଦ ସହ ୨ଟି ସ୍କୁଟି : ୨ଟି ମୋଟର ସାଇକେଲ ଜବତ

ରାଉରକେଲା, (୨୮/୦୪) : ଆପ୍ର. : ଆଜି ରାଉରକେଲା ଅବକାରୀ ଅଧୀକ୍ଷକ ଝସକେତନ ବରିହାଙ୍କ ନିର୍ଦ୍ଦେଶ କ୍ରମେ, ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଜିଅବାହାଲ, ରୁପୁଟୋଲା, ସେକ୍ଟର-୩, ଝିରପାଣି, ଅଚଂଳରେ ଚଢ଼ାଉ କରି...

ହାଇୱା-ବାଇକ ଧକ୍କା : ଜଣେ ମୃତ, ତିନି ଗୁରୁତର

ପାଟଣାଗଡ଼, (୨୮/୦୪): ଆପ୍ର. : ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଘସିଏନ ଲରମ୍ଭା ମୁଖ୍ୟରାସ୍ତା ମଝିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇୱାକୁ ପଛପଟୁ ପିଟିଲା ବାଇକ, ଜଣେ ମୃତ ତିନିଜଣ ଗୁରୁତର ।...

ଗଞ୍ଜାମରେ ବିଭତ୍ସ ହତ୍ୟା; ଦୁଇ ଭାଇଙ୍କୁ ହତ୍ୟା କରି ଶାଳବଣ ଜଙ୍ଗଲରେ ଜାଳିଦେଲେ ଦୁବୃର୍ତ

ଗଞ୍ଜାମ, (୨୮/୦୪) : ଆପ୍ର. : ପୁଣି ଅଶାନ୍ତ ହେଲା ଗଞ୍ଜାମ । ଖଲ୍ଲିକୋର୍ଟ ବେଗୁନିଆପଡ଼ା ଥାନା ଅଞ୍ଚଳରେ ଦୁଇ ଭାଇଙ୍କୁ ମାରି ଜଙ୍ଗଲରେ ଜାଳିଦେଲେ ଦୁର୍ବୁତ୍ତ । ବେଗୁନିଆପଡା ଥାନାଞ୍ଚଳର ଶାଳବଣ ଗାଁ...

ଯାଜପୁରରେ ଚାଞ୍ଚଲ୍ୟ ,ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ କଲେ ,ମାଡ଼ ମାରିଲେ ଦୁର୍ବୁତ୍ତ

ଯାଜପୁର, (୨୮/୦୪) : ଆପ୍ର. : ଯାଜପୁରରେ ଲଜ୍ୟା । ଯାଜପୁର ସହରରେ ଜଣେ କର୍ମଜୀବୀ ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ ଘଟଣା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୀଡିତା ଲୋକଲଜ୍ୟା...

ଶଶୁର ଘରକୁ ଫେରିବା ବାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଗଛରେ ପିଟି ହେଲା ସ୍କର୍ପିଓ, ନବ ବିବାହିତଙ୍କ ସମେତ ୪ ମୃତ

ରାଉଲକେଲା, (୨୮/୦୪) : ଆପ୍ର. : ଦିଅଁ ଦର୍ଶନ ସାରି ଫେରୁଥିବା ବେଳେ ଗଛରେ ପିଟିହେଲା ସ୍କର୍ପିଓ । ଦୁର୍ଘଟଣାରେ ନବ ବିବାହିତାଙ୍କ ସମେତ ଚାଲିଗଲା ୪ ଜଣଙ୍କର ଜୀବନ ଓ ଜଣେ...