32.9 C
Balāngīr
Sunday, April 20, 2025

ଜିଲ୍ଲାପାଳଙ୍କ ଜିଲ୍ଲାସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ

Must read

ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ ପାଳିତ

ଗଞ୍ଜାମ, (୧୯/୦୪) : ଆପ୍ର. : ଗଞ୍ଜାମ ସହରସ୍ଥିତ ଆଖଡ଼ାବନ୍ଧ ସାହି ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଆଖଡ଼ାବନ୍ଧ ସାହି, ପଣ୍ଡା ସାହି, ଗୌଡ଼ ସାହି ଓ ମଧ୍ୟଖଣ୍ଡ...

ରିପୋର୍ଟ : ଦେବଦତ୍ତ ପଣ୍ଡା
କଳାହାଣ୍ଡି, (୦୨/୧୨) : କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହଠାରେ ଆଜି ଜିଲ୍ଲାପାଳଙ୍କ ଜିଲ୍ଲାସ୍ତରୀୟ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଥିଲା ।WhatsApp Image 2024 12 02 at 20.21.55 ଜିଲ୍ଲାପାଳଙ୍କ ଜିଲ୍ଲାସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ

ଏହି ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିରରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଓ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜୀ ଯୋଗଦେଇ ଲୋକଙ୍କର ଆପତ୍ତି ଅଭିଯୋଗର ଶୁଣାଣୀ କରିଥିଲେ । ଏହି ଶିବିରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ୧୧୭ ଗୋଟି ଆପତ୍ତି ଅଭିଯୋଗର ପଞ୍ଜୀକରଣ କରାଯାଇଥିଲା ସେଥିରୁ ବ୍ୟକ୍ତିଗତ ୯୧ ଗୋଟି ଓ ସାମୂହିତ ୨୪ ଗୋଟି ରହିଥିବା ବେଳେ ୧୦ ଗୋଟି ଆପତ୍ତି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା । ୨ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା ।

ଏହି ଶିବିରରେ ଶିକ୍ଷା, ସ୍ଵାସ୍ଥ୍ୟ, କୃଷି, ବେସାମରିକ ଯୋଗାଣ, ଜଳସେଚନ, ସାମାଜିକ ସୁରକ୍ଷା, ପୂର୍ତ୍ତ, ବିଦ୍ୟୁତ, ଶିଶୁ ସୁରକ୍ଷା, ଗ୍ରାମ୍ୟ ଉନ୍ନୟନ, ଅବକାରୀ, ତହସିଲ, ବ୍ଲକ ଇତ୍ୟାଦି ବିଭାଗୀୟ ଅଧୀନରେ କାର୍ଯ୍ୟକାରୀ ହେବାକୁ ଥିବା ସମ୍ପର୍କିତ ଆପତ୍ତି ଅଭିଯୋଗର ଶୁଣାଣି କରି ଏହି ସବୁ ସମସ୍ୟାର ତୁରନ୍ତ ସମାଧାନ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଏଥି ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।

ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଦୟାମୟ ପାଢି, ପିଡିଡୁଡା ମୁନୀନ୍ଦ୍ର ହୋନନାଗା, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ. ନିହାରେନ୍ଦ୍ର ପଣ୍ଡା, ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର, ଜିଲ୍ଲା ପଞ୍ଚାୟତ ଅଧିକାରୀ ନୃସିଂହ ଚରଣ ପଟ୍ଟନାୟକ, ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ ପବିତ୍ର କୁମାର ସାହୁ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ମୁଜିବୁନ ନିଶା, ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବିରେନ୍ଦ୍ର କୁମାର କହଁର ଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ, ସ୍ଥାନୀୟ ତହସିଲଦାର, ବିଡିଓ, ପୌରପାଳିକା ନିର୍ବାହୀ ଅଧିକାରୀ ପ୍ରମୁଖ ଯୋଗଦେଇ ଥିଲେ।

ଏହି ଜନଶୁଣାଣି ଶିବିର ର ପରିଚାଳନା ରେ ସହକାରୀ ନିର୍ଦ୍ଦେଶକ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଡେପୁଟି ଜିଲ୍ଲାପାଳ ଚନ୍ଦ୍ରଦାଶ ମହାନନ୍ଦିଆ ସହଯୋଗ କରିଥିଲେ। ଆସନ୍ତା ଡିସେମ୍ବର ୯ ତାରିଖରେ ଗୋଲାମୁଣ୍ଡା ବ୍ଲକ ରେ ଜିଲ୍ଲାପାଳ,ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହେବ। ସମ୍ପୃକ୍ତ ଅଞ୍ଚଳର ଜନସାଧାରଣ ଏହି ଶିବିରରେ ନିଜର ନାମ ପଞ୍ଜୀକରଣ କରି ରହିଥିବା ବ୍ୟକ୍ତିଗତ, ସାମୂହିକ ଆପତ୍ତି ଅଭିଯୋଗ ସିଧାସଳଖ ଭାବେ ଜିଲ୍ଲାପାଳ, କଳାହାଣ୍ଡି ଙ୍କୁ ଭେଟି ଜଣାଇ ପାରିବେ।

- Advertisement -spot_img

More articles

- Advertisement -spot_img

Latest article

ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ ପାଳିତ

ଗଞ୍ଜାମ, (୧୯/୦୪) : ଆପ୍ର. : ଗଞ୍ଜାମ ସହରସ୍ଥିତ ଆଖଡ଼ାବନ୍ଧ ସାହି ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଆଖଡ଼ାବନ୍ଧ ସାହି, ପଣ୍ଡା ସାହି, ଗୌଡ଼ ସାହି ଓ ମଧ୍ୟଖଣ୍ଡ...

ଜଗନ୍ନାଥ ଡିଗ୍ରୀ କଲେଜରେ +୩ ତୃତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ବଲାଙ୍ଗିର, (୧୯/୦୪) : ଆପ୍ର. : ଆଜି ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ସାହାଜବାହାଲ ଗ୍ରାମର ଜଗନ୍ନାଥ ଡିଗ୍ରୀ କଲେଜରେ, +୩ ତୃତୀୟ ବର୍ଷର ଓଡ଼ିଆ ବିଭାଗର ବିଦାୟ ସମାରୋହ ପାଳନ ହୋଇଯାଇଛି । ଏଇ...

ଖୁବଶୀଘ୍ର ଆସିବ ନୂଆ ରାସନ କାର୍ଡ ଓ ନୂଆ ତାଲିକା

ଭୁବନେଶ୍ୱର, (୧୯/୦୪) : ଆପ୍ର. : ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଆସିଲା ବଡ଼ ଖବର । ରାଜ୍ୟରେ ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ମିଳିବ । ଏନେଇ ଆଜି ରାଜ୍ୟ...

ବୈତରଣୀ କେଶରି କୁଣ୍ଡରେ ଗାଧୋଇବା ବେଳେ ବୁଡ଼ିଗଲେ ୨ ଦଶମ ଶ୍ରେଣୀ ଛାତ୍ର

କେନ୍ଦୁଝର, (୧୯/୦୪) : ଆପ୍ର. : ଗାଧୋଇବା ବେଳେ ବୁଡ଼ିଗଲେ ୨ ଜଣ ଦଶମ ଛାତ୍ର। ଚମ୍ପୁଆ ସରେଇ ଗାଁଆ ବୈତରଣୀ ନଦୀ କେଶରୀ କୁଣ୍ଡରେ ଗାଧୋଇବା ବେଳେ ଦୁଇ ଛାତ୍ର ବୁଡି...

ରେଳ ଧାରଣରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

କଣ୍ଟାବାଞ୍ଜି, (୧୯/୦୪) : ଆପ୍ର. : ହରିଶଙ୍କର ରୋଡ଼ -ତୁରେକେଲା ରୋଡ଼ ରେଳ ଷ୍ଟେସନ ନିକଟରେ ଅଭାବନୀୟ ଘଟଣା । ରେଳ ଧାରଣାରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ବତ୍ତର୍ମାନ୍...