32.9 C
Balāngīr
Sunday, July 13, 2025

ଜିଲ୍ଲାପାଳ ଏବଂ ଡିଇଓ ଙ୍କୁ ସୁବର୍ଣ୍ଣପୁର ଜିଲ୍ଲାର କଳା ଓ କ୍ରୀଡା ଶିକ୍ଷକ ସଂଘର ଦାବୀପତ୍ର ପ୍ରଦାନ

Must read

ଡ୍ରାଇଭର ସଙ୍ଘ ର ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନ : ଏକ ରାଜନୈତିକ ଅଭିଶନ୍ଧି

କାଶୀନଗର, (୧୩/୭) : ଆପ୍ର. : ଡ୍ରାଇଭର ମହାସଂଘ ର ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନ ଏକ ରାଜନୈତିକ ଅଭିଶନ୍ଧି ବୋଲି ରାଷ୍ଟ୍ରୀୟ ପରିଷଦ ସଭ୍ୟ ନଳିନୀକାନ୍ତ ପାତ୍ର ଏକ ପ୍ରେସ ମିଟ ଜରିଆରେ...

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୨୦/୦୨) :ଓଡିଶା ସରକାରଙ୍କର ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ନିୟୁକ୍ତି ପାଇଥିବା ସମଗ୍ର ସାମୟିକ କଳା ଓ କ୍ରୀଡା ପ୍ରଶିକ୍ଷକମାନଙ୍କର ପାର୍ଟ ଟାଇମ ଚାକିରି କୁ ଉଚ୍ଛେଦ କରି ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲାର କଳା ଓ କ୍ରୀଡା ଶିକ୍ଷକ ସଂଘ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି ।

୨୦୧୩ ମସିହାରୁ କଳା (ଭିଜୁଆଲ୍ ଆର୍ଟ/ ପାରଫରମିଙ୍କ ଆର୍ଟ ) ଓ କ୍ରୀଡା ପ୍ରଶିକ୍ଷକ ମାନେ ନିଯୁକ୍ତି ପାଇଥିଲେ ସୁଦ୍ଧା ସେମାନଙ୍କୁ ସ୍ଥାୟୀ କରାଯାଇନାହିଁ । ଦୀର୍ଘ ୧୨ ବର୍ଷ ଧରି ନିଯୁକ୍ତି ପାଇଥିବା ଏହି ସାମୟିକ ପ୍ରଶିକ୍ଷକ ମାନେ ନିଃସ୍ୱାର୍ଥପର ଭାବରେ ବିଦ୍ୟାଳୟ ମାନଙ୍କରେ ନିଜର କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ କରୁଥିବା ସତ୍ୱେ ପ୍ରତି ମୁହୁର୍ତ୍ତରେ ଅବହେଳାର ଶିକାର ହୋଇଆସୁଛନ୍ତି । କିନ୍ତୁ ରାଜ୍ୟ ସରକାରଙ୍କ ର ସର୍ବଶିକ୍ଷା ଅଭିଯାନ ଅଧୀନରେ କାର୍ଯ୍ୟରତ ଶିକ୍ଷାସହାୟକ ୨୦୦୮ ମସିହାରେ, ଗଣଶିକ୍ଷକ ମାନଙ୍କୁ ୨୦୧୭ ମସିହାରେ ଏବଂ ବହୁଭାଷୀ ( ଏମ.ଏଲ.ଉ) ଶିକ୍ଷକ ମାନଙ୍କୁ ୨୦୨୨ ସମିହାରେ କ୍ୟାଡରଭୁକ୍ତ କରାଇ ଯେଉଁଭଳି ଭାବରେ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ, ସେହିଭଳି ଆମ୍ଭ କଳା ଓ କ୍ରୀଡା ପ୍ରଶିକ୍ଷକ ମାନଙ୍କ କ୍ୟାଡରଯୁକ୍ତ କରାଇ ସ୍ଥାୟୀ ନିଯୁକ୍ତି ପ୍ରଦାନ କଲେ ଆମ୍ଭେ ୪୭୮୧ କଳା ଓ କ୍ରୀଡା ଶିକ୍ଷକଙ୍କ ପରିବାର ଆପଣଙ୍କ ନିକଟରେ ଚିରୋପକୃତ ରହିବୁ ବୋଲି ଦାବି ପତ୍ରରେ ଉଲ୍ଲେଖ କରାଯାଇଛି ।

ଏହି ଦାବି ପ୍ରଦାନ ସମୟ ରେ ସଂଘର ସମ୍ପାଦକ ଚୌଧୁରୀ ବିଭାର, ସହ ସମ୍ପାଦକ ସଞ୍ଜୟ କୁମାର ସାହୁ, ଶ୍ୟାମ ସୁନ୍ଦର ମେହେର, ଶ୍ରୀନିବାସ ସାହୁ, ଆଲୋକ ଗହନ,ସୁକାନ୍ତ କୁମାର ମାହାକୁର, ପ୍ରସନ୍ନ କୁମାର ତାଣ୍ଡି, ପ୍ରମୋଦ କୁମାର ନାୟକ, ସୁଜାତା ସାହୁ, ସୁରେନ୍ଦ୍ର ମେହେର, ମିନାକ୍ଷୀ ପଣ୍ଡା, ନିର୍ମଳ ପୋଢ , ସୁରେନ୍ଦ୍ର କୁମାର ମେହେର, ରାମ କୁମାର ପାତ୍ର ଶିକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ l

- Advertisement -spot_img

More articles

- Advertisement -spot_img

Latest article

ଡ୍ରାଇଭର ସଙ୍ଘ ର ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନ : ଏକ ରାଜନୈତିକ ଅଭିଶନ୍ଧି

କାଶୀନଗର, (୧୩/୭) : ଆପ୍ର. : ଡ୍ରାଇଭର ମହାସଂଘ ର ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନ ଏକ ରାଜନୈତିକ ଅଭିଶନ୍ଧି ବୋଲି ରାଷ୍ଟ୍ରୀୟ ପରିଷଦ ସଭ୍ୟ ନଳିନୀକାନ୍ତ ପାତ୍ର ଏକ ପ୍ରେସ ମିଟ ଜରିଆରେ...

ହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର

କେନ୍ଦୁଝର, (୧୩/୦୭) : ଆପ୍ର. : ପାଟଣା ବନାଞ୍ଚଳ ଡୁମୁରିଆ ବିଟ୍ ଅନ୍ତର୍ଗତ ପିଛୁଳାବେଡା ଗ୍ରାମ ନିକଟରେ ଗୋଟିକିଆ ଦନ୍ତାହାତୀ ଆକ୍ରମଣରେ ଜଣେ ମୃତ ଏବଂ ଜଣେ ଗୁରୁତର । ସୂଚନା ଅନୁଯାୟୀ ସେମାନେ...

ବଜ୍ରାଘାତରେ ୩ ଶ୍ରମିକ ମୃତ, ୨ ଆହତ

ନୀଳଗିରି, (୧୩/୦୭) :ଆପ୍ର. : ବଜ୍ରାଘାତରେ ୩ ଶ୍ରମିକ ମୃତ, ୨ ଆହତ । କେନାଲ କାମ ଚାଲିଥିବା ବେଳେ ବଜ୍ରପାତରେ ୩ ଶ୍ରମିକ ମୃତ । ବାଲେଶ୍ବର ଜିଲ୍ଲା ନୀଳଗିରି ଛତ୍ରପୁରରେ...

ଜୀବନର ସଠିକ୍ ମାର୍ଗ ଗୁରୁଙ୍କ ପ୍ରେରଣା ଓ ଆଶ୍ରିବାଦରୁ ପ୍ରାପ୍ତ ହୋଇଥାଏ

ମୁନିଗୁଡ଼ା, (୧୩/୦୭) : ଆପ୍ର. : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାସ୍ଥ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସର ଶାରଦା ମଣ୍ଡପରେ ଆଜି ନେତାଜୀ ପ୍ରଭାତ ଶାଖା ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ତରଫରୁ ଗୁରୁ...

ଆତ୍ମାହୁତି ଉଦ୍ୟମ କରିଥିବା ଛାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ, ଭୁବନେଶ୍ବର ଏମସରେ ଚାଲିଛି ଚିକିତ୍ସା

ବାଲେଶ୍ବର, (୧୩/୦୭) : ଆପ୍ର. : ବାଲେଶ୍ବର ଫକୀର ମୋହନ ସ୍ଵୟଂଶାସିତ କଲେଜରେ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିବା ଇଣ୍ଟିଗ୍ରେଟେଡ ବିଏଡ ଛାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଭୁବନେଶ୍ବର ଏମସରେ...