32.9 C
Balāngīr
Thursday, July 10, 2025

ଜିଲ୍ଲାର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା କୁ ନେଇ ଉଦବେଗ ପ୍ରକାଶ କଲେ ସୁବର୍ଣ୍ଣପୁର ମିଡ଼ିଆ କର୍ମକର୍ତ୍ତା

Must read

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୋନପୁର, (୩/୧୨) : ବିଗତ କିଛିଦିନ ହେଲା ଜିଲ୍ଲାର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଯୋଗୁଁ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲା ସମେତ ସହରରେ କ୍ରମାଗତ ଭାବେ ବଢି ଚାଲିଥିବା ଲୁଟ, ରାହାଜାନି, ଛିନତାଇ ଓ ବାଇକ ଲୁଟ ଘଟଣା ବୃଦ୍ଧି ପାଇଥିଲେ ହେଁ ପୁଲିସ ର ଢିଲା କାର୍ଯ୍ୟାନୁଷ୍ଠାନ ପାଇଁ ଦିନ କୁ ଦିନ ନିୟନ୍ତ୍ରଣ ବାହାର କୁ ଚାଲି ଯାଉଥିବା ଘଟଣାରେ ଉଦବେଗ ପ୍ରକାଶ କରି ଆଜି ସୁବର୍ଣ୍ଣପୁର ଜିଲ୍ଲା ର ସମସ୍ତ ମିଡିଆ ର ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ସୀତାରାମ ଶତପଥି ଙ୍କୁ ଭେଟି ଜିଲ୍ଲାର ବିପର୍ଯ୍ୟସ୍ତ ହୋଇ ପଡିଥିବା ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ବିସ୍ତାର ଭାବେ ଆଲୋଚନା କରିଥିଲେ ।

ଜିଲ୍ଲାର ପ୍ରିଣ୍ଟ ମିଡ଼ିଆ ଫୋରମ ର ମନୋରଞ୍ଜନ ତ୍ରିପାଠୀ ଓ ସନ୍ତୋଷ ମିଶ୍ରଙ୍କ ସଂଯୋଜନା ରେ ଆହୁତ ଏହି ବୈଠକରେ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଗୋରେଖନାଥ ସାହୁ ଙ୍କ ନେତୃତ୍ତ୍ୱ ରେ ଏହି ପ୍ରତିନିଧି ଦଳ ଆରକ୍ଷୀ ଅଧିକ୍ଷକ ଙ୍କୁ ଭେଟି ଜିଲ୍ଲାର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା କୁ ନେଇ ଉଦବେଗ ପ୍ରକାଶ କରି ପୋଲିସ ପେଟ୍ରୋଲିଂ କୁ କଡ଼ାକଡ଼ି କରିବା ସହ ବିଭିନ୍ନ ଘଟଣାର ଦୋଷୀ ଙ୍କୁ ଧରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ।

ବର୍ତ୍ତମାନ ସ୍ଥାନୀୟ ପୁଲିସର ର ଢିଲାପଣ ଯୋଗୁଁ ଅସାମାଜିକ ବ୍ୟକ୍ତି ବିଶେଷ ଆହୁରି ବେଧଡକ ଭାବେ ପ୍ରତ୍ୟେହ କିଛି ନା କିଛି ଘଟଣା ଘଟାଉଥିବା ଯୋଗୁଁ ବର୍ତ୍ତମାନ ସହରବାସୀ ଆଉ ନିଜକୁ ନିରାପଦ ମଣୁନାହାନ୍ତି । ସହରରେ ପ୍ରତିଦିନ ଚୋରି ଓ ଲୁଟଘଟଣା ବୃଦ୍ଧିପାଇଛି । ଏଣୁ ଏ ସବୁର ନିରାକରଣ ପାଇଁ ଆରକ୍ଷୀ ଅଧିକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସମସ୍ତ ଘଟଣାର ଗୁରୁତ୍ୱକୁ ଉପଲବଧି କରି ଜିଲ୍ଲା ଏସ୍ ପି ମଧ୍ୟ ଏ ସମସ୍ତ ଘଟଣାରେ ଠୋସ୍ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ ।

ଏହି ପ୍ରତିନିଧି ଦଳ ରେ ଗୋରେଖନାଥ ସାହୁ,ମନୋରଞ୍ଜନ ତ୍ରିପାଠୀ, ସନ୍ତୋଷ ମିଶ୍ର, ବିବେକାନନ୍ଦ ମିଶ୍ର, ରତନ ପଟ୍ଟନାୟକ, ମୃତ୍ୟୁଞ୍ଜୟ ଶତପଥି, ନବକିଶୋର ମିଶ୍ର, ରାଜକିଶୋର ତ୍ରିପାଠୀ, ମହାଦେବ ମଲ୍ଲିକ, ସଞ୍ଜୟ ସାହୁ, ପିତାମ୍ବର ମହାପାତ୍ର, ମନୋରଞ୍ଜନ ପାଣିଗ୍ରାହୀ, ଶେଷଦେବ ବାରିକ, ପିନାକୀ ପଣ୍ଡା, ସଦାଶିବ ସାହୁ, ସର୍ଜନ ବାରିକ, ସହଦେବ ମେହେର, ଧନଞ୍ଜୟ ଆଡ଼ ଯୁଆଡି, ନିରଞ୍ଜନ ଭୋଇ ପ୍ରମୁଖ ସାମିଲ ଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା ଯୋଗଦାନ

ବିଷମ କଟକ, (୧୦/୭) : ଆପ୍ର. : ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା...

ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ, ଗତ ୪ ତାରିଖରୁ ଥିଲେ ନିଖୋଜ

କନ୍ଧମାଳ, (୧୦/୭) : ଆପ୍ର. : ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ଫୁଲବାଣୀ ନିକଟସ୍ଥ ଖଜୁରୀପଡା ଥାନା ଅନ୍ତର୍ଗତ ଗୁଦାରୀ ବାଲୁକୁଟୀ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ, କନ୍ଧମାଳ...

ରାଇକିଆ ଅଞ୍ଚଳରେ ହାତୀ ଉପଦ୍ରବ : ଘରଦ୍ୱାର ଭାଙ୍ଗିଲେ ହାତୀପଲ

ରାଇକିଆ, (୧୦/୦୭) :ଆପ୍ର. : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରଣବା ଅଞ୍ଚଳରେ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି । ମଙ୍ଗଳବାର ୧୦ରୁ ୧୫ ଟିକିଆ ହାତୀପଲ ରଣବା ପଞ୍ଚାୟତ...

ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ, ଫେଲ ହେଲେ ପୁଣି ସୁଯୋଗ

ଭୁବନେଶ୍ବର, (୧୦/୦୭) : ଆପ୍ର. : ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସଂଶୋଧନ ନେଇ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ...

ହିନ୍ଦୁ ଠାରୁ ବୌଦ୍ଧ ସମସ୍ତେ ପାଳନ କରନ୍ତି ଗୁରୁ ପୂର୍ଣ୍ଣିମା

ଭୁବନେଶ୍ୱର, (୧୦/୦୭) : ଆପ୍ର. : ଆଜି ହେଉଛି ଗୁରୁ ପୂର୍ଣ୍ଣିମା । ଗୁରୁଙ୍କ ବିନା ଏ ସଂସାର ଅନ୍ଧକାର ମୟ । ପିତା ଓ ମାତା ଆମର ପ୍ରଥମ ଗୁରୁ ।...