32.9 C
Balāngīr
Wednesday, April 23, 2025

ଜିଲ୍ଲାସ୍ତରୀୟ ପlଣି ପଞ୍ଚାୟତ ପକ୍ଷ ପାଳନ ୨୦୨୪-୨୫ ସମ୍ମିଳନୀ ଅନୁଷ୍ଠିତ

Must read

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୦୨/୦୧) : ରାୟଗଡ଼ା ଜିଲ୍ଲାର ରାୟଗଡ଼ା ପୌରାଞ୍ଚଳରେ ଥିବା ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣୀ ମଣ୍ଡପ, ରିଙ୍ଗ ରୋଡ ଠାରେ ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ୨୦୨୪-୨୫ ପାଳନ କରାଯାଇଅଛି ।WhatsApp Image 2025 01 03 at 22.01.57 ଜିଲ୍ଲାସ୍ତରୀୟ ପlଣି ପଞ୍ଚାୟତ ପକ୍ଷ ପାଳନ ୨୦୨୪-୨୫ ସମ୍ମିଳନୀ ଅନୁଷ୍ଠିତ

ଏହି ସମାରୋହରେ ମୁଖ୍ୟ ଅତିଥିଭାବେ ମାନ୍ୟବର ବିଧାୟକ, ରାୟଗଡ଼ା ଶ୍ରୀଯୁକ୍ତ କାଡ୍ରାକା ଆପଲ୍ଲା ସ୍ବାମୀ ମହୋଦୟ ଓ ସମ୍ମାନନୀୟ ଅତିଥିଭାବେ ମାନ୍ୟବର ବିଧାୟକ, ବିଷମକଟକ, ଶ୍ରୀଯୁକ୍ତ ନୀଳମାଧବ ହିକକା ମହୋଦୟ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ), ରାୟଗଡ଼ା, ଶ୍ରୀଯୁକ୍ତ ଭାସ୍କର ରଈତ, ଅଧିକ୍ଷଣ ଯନ୍ତ୍ରୀ, କ୍ଷୁଦ୍ର ଜଳସେଚନ ବିଭାଜନ, ରାୟଗଡ଼ା ଶ୍ରୀ ଦୁସି ସୁଧାକର କୁମାର, ପ୍ରକଳ୍ପ ନିର୍ଦ୍ଦେଶକ, ଜଳ ବିଭାଜିକା, ରାୟଗଡ଼ା, ଶ୍ରୀଯୁକ୍ତ ଦୟାନିଧି ବାଗ, ନିର୍ବାହୀ ଯନ୍ତ୍ରୀ, ଉଠା ଜଳସେଚନ ବିଭାଜନ, ଗୁଣୁପୁର, ଶ୍ରୀଯୁକ୍ତ ବିନୋଦ ଦାସ, ଅତିରିକ୍ତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ରାୟଗଡ଼ା, ଶ୍ରୀଯୁକ୍ତ ଶ୍ୟାମ ମୁର୍ମୁ, କୃଷି ଉଦ୍ୟାନ ଉପନିର୍ଦ୍ଧେଶକ ଶ୍ରୀ ଦୟାନିଧି ରାଉତ ଓ କ୍ଷୁଦ୍ର ଜଳସେଚନ ବିଭାଜନର ସମସ୍ତ ଅଧିକାରୀ ଏବଂ ସମସ୍ତ ପାଣି ପଞ୍ଚାୟତର ସଭ୍ୟମାନଙ୍କ ସହ ସାମ୍ବାଦିକ ବନ୍ଧୁମାନେ ଯୋଗ ଦେଇଥିଲେ ।

ଉକ୍ତ ସମାରୋହରେ ଜଳର ସୁପରିଚାଳନା, ସୁବିନିଯୋଗ ଏବଂ ସୁଷମ ବଣ୍ଟନରେ ପାଣି ପଞ୍ଚାୟତର କାର୍ଯ୍ୟ ଓ ଏହାର ଭୂମିକା କଣ ସେ ବିଷୟରେ ଉପସ୍ଥିତ ଅତିଥିମାନେ ସେମାନଙ୍କ ଅଭିଭାଷଣ ରଖିଥିଲେ । ତତ୍ ସହିତ ୮ମ ରୁ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ହୋଇଥିବା ଜିଲ୍ଲାସ୍ତରୀୟ ବକ୍ତୃତା, ପ୍ରବନ୍ଧ, ଚିତ୍ରାଙ୍କନ, କୁଇଜ୍, ମଡେଲର ପ୍ରଦର୍ଶନୀ ପ୍ରତଯୋଗୀତାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଗଲା ।

ଏତଦ୍ ସହିତ ଉପସ୍ଥିତ ଥିବା ଚାଷୀ ଭାଈମାନେ ମଧ୍ୟ ସେମାନଙ୍କ ବକ୍ତବ୍ୟ ରଖିଥିଲେ ଏବଂ ସେମାନଙ୍କ ସୁବିଧା ଓ ଅସୁବିଧା ମାନ୍ୟବର ବିଧାୟକ ଏବଂ ଅତିରିକ୍ତ ଜିଲ୍ଲାପାଳଙ୍କ ଆଗରେ ଉପସ୍ଥାପନା କରିଥିଲେ । ଚାଷୀମାନଙ୍କ ପ୍ରଶ୍ନରେ ଅଧିକ୍ଷଣ ଯନ୍ତ୍ରୀ, କ୍ଷୁଦ୍ର ଜଳସେଚନ ବିଭାଜନ, ରାୟଗଡ଼ା ଓ ନିର୍ବାହୀ ଯନ୍ତ୍ରୀ, ଉଠା ଜଳସେଚନ ବିଭାଜନ, ଗୁଣୁପୁର ନିଜ ନିଜର ଉତ୍ତର ମଧ୍ୟ ଉପସ୍ଥାପନ କରିଥିଲେ। ଉକ୍ତ ସମାରୋହ ଉପସ୍ଥିତଥିବା ସମସ୍ତ ଚାଷୀ, ପାଣି ପଞ୍ଚାୟତ ସଦସ୍ୟ, ଛାତ୍ରଛାତ୍ରୀ ଓ ସରକାରୀ କର୍ମଚାରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।

- Advertisement -spot_img

More articles

- Advertisement -spot_img

Latest article

ପୁଅର ପ୍ରେମ ପାଇଁ ବାପାକୁ ହତ୍ୟା, ପୋଲିସର ତଦନ୍ତ ଜାରି

ଗଞ୍ଜାମ, (୨୨/୦୪) : ଆପ୍ର. : ପୁଅର ପ୍ରେମ ପାଇଁ ବାପାକୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କୁମୁଣ୍ଡା ଗାଁରେ ଘଟିଛି...

କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ

କାଶୀନଗର, (୨୨/୪) : ଆପ୍ର. : କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଛି । ଗତ କାଲି ଅଲଡା ପଂଚାୟତ ରେ ବିଭିନ୍ନ ମହିଳା ସଂଘଠନ ଗୁଡିକ ତରଫରୁ ଅଲଡା...

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି, ଶେଷ ହେବ ସାହିଯାତ

ପୁରୀ, (୨୨/୦୪) : ଆପ୍ର. : ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି । ଏହାସହ ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ ମଧ୍ୟ ଶେଷ ହେବ । ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ...

ରାଜଧାନୀରେ ବ୍ୟାପୁଛି ଝାଡ଼ାବାନ୍ତି, ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ୬ଜଣ ଆକ୍ରାନ୍ତ

ଭୁବନେଶ୍ୱର, (୨୨/୦୪) : ଆପ୍ର. : ଭୁବନେଶ୍ୱରରେ ଝାଡ଼ାବାନ୍ତି ଆତଙ୍କ। ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ବ୍ୟାପୁଛି ଝାଡ଼ାବାନ୍ତି। ଗାନ୍ଧି ଯୁକ୍ତ ୨ ବିଦ୍ୟାପୀଠରେ ଝାଡ଼ାବାନ୍ତିରେ ୬ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ...

ପାଣିରେ ବୁଡି ଚାଲିଗଲା ନାବାଳକର ଜୀବନ

ବଲାଙ୍ଗିର, (୨୨/୦୪) : ଆପ୍ର. : ପାଣିରେ ବୁଡି ନାବାଳକ ପୁଅ ର ଚାଲିଗଲା ଜୀବନ । ଗାଧୋଇବା ପାଇଁ ଚାରି ଜଣ ସାଙ୍ଗ ଯାଇ ଥିବା ବେଳେ ଜଣେ ସାଙ୍ଗ ପାଣିରେ...