32.9 C
Balāngīr
Tuesday, May 20, 2025

ଜିଲ୍ଲା ବିଜେଡି ସଭାପତି ପାଇଁ ଲାଲବିହାରି ଙ୍କ ରାସ୍ତା ନିଶ୍ଚିତ ହେଲା ! ଲାଲବିହାରି ପାଇଁ କଣ୍ଟା ଥିଲେ ଜଗନ୍ନାଥ

Must read

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

ରାୟଗଡା, (୦୬/୦୫) : ଆପ୍ର. : ରାଜ୍ୟ ବିଜେଡି ଦଳ ତରଫରୁ ୨୪ଟି ଜିଲ୍ଲା ସଭାପତିଙ୍କ ନାମ ଘୋଷଣା ସରିଛି ।WhatsApp Image 2025 05 06 at 20.20.35 ଜିଲ୍ଲା ବିଜେଡି ସଭାପତି ପାଇଁ ଲାଲବିହାରି ଙ୍କ ରାସ୍ତା ନିଶ୍ଚିତ ହେଲା ! ଲାଲବିହାରି ପାଇଁ କଣ୍ଟା ଥିଲେ ଜଗନ୍ନାଥ

ହେଲେ ରାୟଗଡା ଜିଲ୍ଲାର ବିଜେଡି ସଭାପତି ପଦ ନେଇ ଜିଲ୍ଲା ଠାରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ସମସ୍ତେ ଦ୍ୱନ୍ଦରେ ରହିଥିଲେ। ରାୟଗଡା ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବା ବେଳେ , ଦଳ ଜଣେ ଆଦିବାସୀ ନେତାଙ୍କୁ ଦଳର ସଭାପତି କରିବା ସମ୍ଭାବନାକୁ ଏଡ଼ାଇ ହେବ ନାହିଁ ବୋଲି ଦଳର ବହୁ ତୁଙ୍ଗ ନେତା ମତ ରଖୁଥିଲେ। ଅନ୍ୟପଟେ ଦୀର୍ଘ ବର୍ଷ ହେବ ଜିଲ୍ଲାରେ ଦୁଇ ପୁରୁଖା ନେତା ପୂବର୍ତନ ରାଜ୍ୟସଭା ସାଂସଦ ଏନ୍‌.ଭାସ୍କର ରାଓ ଏବଂ ପୂର୍ବତନ ଜିଲ୍ଲା ସଭାପତି ସୁଧୀର ଦାଶଙ୍କ ମଧ୍ୟରେ ଶିତଳ ଯୁଦ୍ଧ ଚାଲି ଆସୁଥିବା ବେଳେ, ରାୟଗଡା ଜିଲ୍ଲା ବିଜେଡି ଦୁଇ ଫାଳ ହୋଇଯାଇଥିବା କାହାକୁ ଅଛପା ନାହିଁ ।

ଜିଲ୍ଲା ବିଜେଡି ଜିଲ୍ଲା ସଭାପତି ପାଇଁ ଏନ୍‌.ଭାସ୍କର ରାଓ ଙ୍କ ଗୋଷ୍ଠୀରୁ ପୂର୍ବତନ ମନ୍ତ୍ରୀ ଲାଲବିହାରି ହିମିରିକା ଏବଂ ସୁଧୀର ଦାଶଙ୍କ ଗୋଷ୍ଠୀରୁ ପୂର୍ବତନ ମନ୍ତ୍ରୀ ଜଗନ୍ନାଥା ସାରକା ଦ୍ବୟ ପ୍ରମୁଖ ଦାବିଦାର ରହିଥିଵା ବେଳେ କିଏ ସଭାପତି ହେବ ତାକୁ ନେଇ ଜିଲ୍ଲା ବିଜେଡି ରାଜନୀତିରେ ସରଗରମ ହୋଇ ରହିଥିଲା। ସଭାପତି ପଦ ନେଇ ଲାଲବିହାରିଙ୍କ ପାଇଁ କଣ୍ଟା ଥିଲେ ଜଗନ୍ନାଥ ବୋଲି ଭାସ୍କର ରାଓ ଗୋଷ୍ଠୀ ଚର୍ଚ୍ଚା କରୁଥିବା ବେଳେ ବିଜେଡି ସୁପ୍ରିମ ଶ୍ରୀ ନବୀନ ପଟନାୟକ ଆଜି ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ରାଜ୍ୟ ବିଜେଡି ସମ୍ପାଦକ ଘୋଷଣା ପରେ ରାୟଗଡା ବିଜେଡି ଜିଲ୍ଲା ସଭାପତି ପଦ ଭାସ୍କର ରାଓ ଙ୍କ ଗୋଷ୍ଟି ହାତରେ ରହିଵା ଏକ ପ୍ରକାର ନିଶ୍ଚିତ ହୋଇଛି ।

ଅପର ପକ୍ଷରେ ବିଜେଡି ୨୦୨୪ ନିର୍ବାଚନ ଜିଲ୍ଲା ସଭାପତି ଏନ ଭାସ୍କର ରାଓ ଙ୍କ ନେତୃତ୍ୱ ରେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇ ଜିଲ୍ଲାର ତିନୋଟି ବିଧାନ ସଭା ଏବଂ ଗୋଟିଏ ଲୋକସଭା ଆସନରେ ଦଳ ଶୋଚନୀୟ ପରାଜୟ ଘଟିଥିଲା। ତେଣୁ ବର୍ତ୍ତମାନ ସ୍ଥିତିରେ ଜିଲ୍ଲାରେ ନବ ନିର୍ବାଚିତ ସଭାପତି ଦଳକୁ ସଂଘଠନ କରିବା ଏକ ଚ୍ୟାଲେଞ୍ଜ ହୋଇପରେ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ରଖିଛନ୍ତି।

- Advertisement -spot_img

More articles

Leave a Reply

- Advertisement -spot_img

Latest article

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

ନୂଆପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା: ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍

ନୂଆପଡ଼ା, (୨୦/୦୫) : ଆପ୍ର. : ନୂଆପଡ଼ା ସଦର ଥାନା ଅନ୍ତର୍ଗତ ଏକତା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍ । ଘଟଣାସ୍ଥଳରେ ସ୍ତ୍ରୀ...

ଖଇରକାଠ ଜବତ କଲା ବନ ବିଭାଗ

ବଲାଙ୍ଗିର, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ପୋଲିସ ଗତକାଲି ସନ୍ଧ୍ୟାରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ମୁରସିଂବିଟ ନିକଟସ୍ଥ ସିକୁଆଁ ଗାଁରୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଯୋଗେ ବେଆଇନ ଭାବେ...

କାଳବୈଶାଖୀ ବର୍ଷାରେ ବେହାଲ କଟକ ସହର

କଟକ, (୨୦/୦୫) : ଆପ୍ର. : କଟକରେ କାଳବୈଶାଖୀ ପ୍ରଭାବରେ ବର୍ଷା ଜାରି । ଘଡ଼ଘଡ଼ି ସହ ପ୍ରବଳ ବର୍ଷାରେ ବେହାଲ ହୋଇଛି କଟକ ସହର । ପ୍ରବଳ ବର୍ଷା ପାଇଁ ତଳିଆ ଅଞ୍ଚଳରେ...

ବନବାହାଲରେ ୩୫ଟିକିଆ ହାତୀପଲଙ୍କ ଦ୍ଵାରା ପୁଣି ଚାଷୀଙ୍କ ୩ ଏକର ଡ଼ାଳୁଆ ଧାନ ଫସଲ ନଷ୍ଟ

ମୁରିବାହାଲ, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜର ତିଖାଲି ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଆସି ଦୀର୍ଘ ୫ମାସ ହେବ ରହିଯାଇଥିବା ୩୫ଟିକିଆ ହାତୀପଲ ବିଭିନ୍ନ ସମୟରେ ପାର୍ଶ୍ଵବର୍ତ୍ତୀ ବହୁ...