ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ପାଟଣାଗଡ, (୨୪/୦୨) : ପାଟଣାଗଡ ସ୍ଥିତ ଗଡଭିତର ପ୍ରାଙ୍ଗଣରେ ବିଶ୍ୱାବସୁ ଶବର ସମାଜର ଜିଲ୍ଲା ସ୍ତରୀୟ ମହାସଭା ଅନୁଷ୍ଠିତ ହୋଇଯାଇଛି l
ଚନ୍ଦ୍ର ଶବର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭା ରେ ଶବର ସମାଜର ପ୍ରଥା ପରମ୍ପରା, ରୀତିନୀତି, କଳା ସଂସ୍କୃତି, ଐତିହ୍ୟ ସୁରକ୍ଷା,ଶିକ୍ଷା,ସାମାଜିକ ଏବଂ ଅର୍ଥନୈତିକ ବିକାଶ ଉପରେ ଆଲୋଚନା ହୋଇଥିଲା l ଜିଲ୍ଲା ର ସମସ୍ତ ଆଞ୍ଚଳିକ କେନ୍ଦ୍ର, ବ୍ଲକ ସ୍ତରୀୟ କର୍ମକର୍ତ୍ତା, ଉପଖଣ୍ଡ ସ୍ତରୀୟ କର୍ମକର୍ତ୍ତା, ସମାଜର ଛାତ୍ର ଯୁବକ କର୍ମଚାରୀ ବୁଦ୍ଧିଜୀବୀ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ l ସମାଜର ଜିଲ୍ଲା ସ୍ତରୀୟ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା l
ଏଥିରେ ସର୍ବସମ୍ମତିକ୍ରମେ ୫ ବର୍ଷ ପାଇଁ ଜିଲ୍ଲା ସଭାପତି ଭାବରେ ସାରଥୀ ବାଗ, ଉପସଭାପତି ଭାବରେ ଅଲେଖ ବେଣ୍ଟକlର (ପାଟଣାଗଡ ଉପଖଣ୍ଡ), ଜଗନ୍ନାଥ ମାଝୀ (ବଲାଙ୍ଗିର ଉପଖଣ୍ଡ ) ଦିବାକର ଭୋଇ (ଟିଟିଲାଗଡ଼ ଉପଖଣ୍ଡ) ସାଧାରଣ ସମ୍ପାଦକ ନାରାୟଣ ଭୋଇ, ସହ ସମ୍ପାଦକ ଗୋପାଳ ଜୁଏଡ଼, କୋଷାଧ୍ୟକ୍ଷ ମଧୁ ବିଶ୍ୱାଳ, ସଙ୍ଗଠନ ସମ୍ପାଦକ ମଗଶିର ବିଶ୍ୱାଳ ମନୋନୀତ ହୋଇଥିଲେ l ସାଂସଦ ରାଜ୍ୟସଭା ନିରଞ୍ଜନ ବିଶି, ପାଟଣାଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନସୀ ବିଶ୍ୱାଳ, ଶ୍ରୀମତୀ ଗୌରୀ ରାଉତ, ରାଜକିଶୋର ବିଶି, ବସନ୍ତ ନାଗ, ସହଦେଵ ଭୋଇ, ଲମ୍ବୋଦର ଗୁରୁ ପ୍ରମୁଖ ଉପଦେଷ୍ଟା ଭାବ ରେ ମନୋନୀତ ହୋଇଥଲେ l