32.9 C
Balāngīr
Friday, April 25, 2025

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭା ଗୃହ ଠାରେ ଅନ୍ତରଜାତୀୟ ମହିଳା ଦିବସ ପାଳିତ

Must read

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୮/୦୩) : ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ସଭା ଗୃହ ଠାରେ ଅନ୍ତରଜାତୀୟ ମହିଳା ଦିବସ ରେ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା ଦୁର୍ଗା ଦତ୍ତ ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି ।WhatsApp Image 2025 03 08 at 21.36.47 ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭା ଗୃହ ଠାରେ ଅନ୍ତରଜାତୀୟ ମହିଳା ଦିବସ ପାଳିତ

ଉକ୍ତ ସଭାରେ ଆସୋସିଏସନ ସର୍ଜନ ଅଫ ଇଣ୍ଡିଆ ସିଟି ବ୍ରାଞ୍ଚ ସମ୍ବଲପୁର ର ସଭାପତି ଡା ରାଜକୁମାର ସାହୁ ସିନିଅର ସର୍ଜରୀ ସ୍ପେସିଆଲିଷ୍ଟ ଡି ଏଚ ଏଚ ବରଗଡ ଓ ସମ୍ପାଦକ ଡା ପ୍ରତ୍ୟୁଷ ରଞ୍ଜନ ବିଶି ଆସୋସିଏଟ ପ୍ରଫେସର ସର୍ଜରୀ ବୁର୍ଲା, ସମଲେଶ୍ୱରୀ ନରସିଙ୍ଗ ହୋମ ବୁର୍ଲା ର ଡିରେକଟର ଡା ରବୀନ୍ଦ୍ର ପ୍ରଧାନ, ସହକାରୀ ପ୍ରଫେସର ସର୍ଜରୀ ଡା ବିଶ୍ୱଜିତ ବେଦବାକ ବୁର୍ଲା,ଡା ବିପିନ ବିହାରୀ ସାହୁ ସର୍ଜରୀ ସ୍ପେସିଆଲିଷ୍ଟ, ସିନିଅର ସ୍ପେସିଆଲିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ଡା ପ୍ରକାଶ ଚନ୍ଦ୍ର ଦଣ୍ଡସେନା ଓ ଡା ମାନସ ଦଣ୍ଡପାଟ ସବୁ ମଞ୍ଚାସିନ ଥିଲେ ।

ଏହି ସଭାରେ ସରକାରୀ ମହିଳା ସ୍ୱାସ୍ଥ୍ୟକର୍ମୀ ତାଲିମକେନ୍ଦ୍ର ର ଛାତ୍ରୀ ତଥା ବିଜୁ ପଟନାୟକ ନର୍ସିଙ୍ଗ କଲେଜ ସୋନପୁର ର ଛାତ୍ରୀ, ସୁବର୍ଣ୍ଣପୁର ନର୍ସିଙ୍ଗ କଲେଜ ର ସ୍ତୁଡେଣ୍ଟ ସବୁ ଉପସ୍ଥିତ ଥିଲେ ଅନ୍ୟ ମାନଙ୍କ ମଧ୍ୟରେ ଡି ଏଚ ଏଚ ର ସମସ୍ତ ନର୍ସିଙ୍ଗ ଅଫିସର, ଏ ଏମ ଏନ ସି ଡି ଗୀତାଞ୍ଜଳି ମେହେର, ହସ୍ପିଟାଲ ମ୍ୟାନେଜର ବି କେ ସାଗରୀକା ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତ ଅତିଥି ମହିଳା ସଶକ୍ତି କରଣ ଉପରେ ମତ ରଖିଥିଲି. ମହିଳା ମାନଙ୍କର ସ୍ୱାସ୍ଥ୍ୟ କିପରି ଭଲ ରହିବ ଓ ସମାଜ ରେ ସେମାନେ କିପରି ପ୍ରତିଷ୍ଠିତ ହୋଇ ଦେଶ ଗଠନ ରେ ପ୍ରମୁଖ ଭୂମିକା ନେଇପାରିବେ ତା ଉପରେ ମତ ପ୍ରକାଶ ହୋଇଥିଲା ।

ମହିଳା ମାନେ ବିଭିନ୍ନ ରୋଗ ଯଥା ବ୍ରେଷ୍ଟ କେନସର ୟୁଟେରସ କ୍ୟାନସର ରୁ ପ୍ରାଥମିକ ସ୍ତର ରୁ ଚି଼ହ୍ନଟି କରଣ ହୋଇ ଏ ସବୁ ରୁ ମୁକ୍ତି ଲାଭ କରିବେ ତା ଉପରେ ପାୱାର ପଏଣ୍ଟ ମାଧ୍ୟମ ରେ ବୁଝାଇ ଦିଆଯାଇଥିଲା. ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଓ ଶେଷ ରେ ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ, ଡାକ୍ତରଖାନାରେ ତୀବ୍ର ଉତ୍ତେଜନା

ଭଦ୍ରକ, (୨୪/୦୪) : ଆପ୍ର. : ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ହସ୍ପିଟାଲରେ । ମୃତ ମହିଳା ହେଲେ ରାନ୍ଦୀଆ ପଂଚାୟତ...

ଧାନ ସଂଗ୍ରହ କମିଟି ବୈଠକ: ଆରମ୍ଭ ହେବ ଧାନ କିଣା ବିକା ପ୍ରକ୍ରିୟା

ବରଗଡ, (୨୪/୦୪) : ଆପ୍ର. : ଚଳିତ ରବି ଋତୁ ପାଇଁ ବୁଧବାର ବରଗଡ଼ ଜିଲ୍ଲା ଧାନ ସଂଗ୍ରହ କମିଟିର ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ମଇ ୧୪...

ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି, ରେକର୍ଡ ଭାଙ୍ଗୁଛି ତାତି

ଭୁବନେଶ୍ୱର, (୨୪/୦୪) : ଆପ୍ର. : କାଳବୈଶାଖୀ ପରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ପାରଦ ବଢିବା ସହିତ ତାତି ଓ ଗୁଳୁଗୁଳି ଅସହ୍ୟ ହେବାକୁ ବସିଲାଣି । ଘରୁ ବାହାରିବା ମଧ୍ୟ...

ଟ୍ରେନ ରୁ ଖସି ପଡ଼ି ଯୁବକ ମୃତ

ସୁବର୍ଣ୍ଣପୁର, (୨୩/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସହଲା ଫାଟକ ନିକଟରେ ଜଣେ ବ୍ୟକ୍ତି ଟ୍ରେନ ନମ୍ୱର ୧୮୫୨୩ ବିଶାଖାପାଟନା ବନାରସ ଏକ୍ସପ୍ରେସରେ ଆସୁଥିବା ସମୟରେ ଅସାବଧାନତାରୁ ଟ୍ରେନରୁ ଖସି...

ଏପ୍ରିଲ ୧୫ରୁ ଜୁନ ୧୪ ସମୁଦ୍ରରୁ ମାଛ ଧରିବା ଉପରେ କଟକଣା, ଚିନ୍ତାରେ ମତ୍ସ୍ୟଜୀବୀ ପରିବାର

ବାଲେଶ୍ବର, (୨୪/୦୪) : ଆପ୍ର. : ଏପ୍ରିଲ ୧୫ରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ସମୂଦ୍ରରୁ ମାଛ ଧରିବା ଉପରେ କଟକଣା ଲାଗିବା ପରେ ଚିନ୍ତାରେ ମତ୍ସ୍ୟଜୀବୀ ପରିବାର । ମାଛ ବଂଶ ବୃଦ୍ଧି...