32.9 C
Balāngīr
Saturday, April 26, 2025

ଜିଲ୍ଲା ସଂସ୍କୃତି ଭବନ ଠାରେ ଜିଲ୍ଲା ତଥା ବ୍ଳକ୍ କଳା ସଂସ୍କୃତି ସଂଘ ର ସମୀକ୍ଷା ବୈଠକ ଅନୁଷ୍ଠିତ

Must read

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୨୧/୦୩) : ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ର ଅନୁମୋଦନରେ ରାୟଗଡ଼ ଜିଲ୍ଲାପାଳ ଶ୍ରୀମତୀ ପାରୁଲ୍ ପଟୱାରୀ ଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ସଂସ୍କୃତି ଭବନ ଠାରେ ଜିଲ୍ଲା ତଥା ବ୍ଳକ୍ କଳା ସଂସ୍କୃତି ସଂଘ ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2025 03 11 at 18.59.07 ଜିଲ୍ଲା ସଂସ୍କୃତି ଭବନ ଠାରେ ଜିଲ୍ଲା ତଥା ବ୍ଳକ୍ କଳା ସଂସ୍କୃତି ସଂଘ ର ସମୀକ୍ଷା ବୈଠକ ଅନୁଷ୍ଠିତ

ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାୟକ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ଉପ ନିର୍ଦ୍ଦେଶକ ବସନ୍ତ କୁମାର ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁସ୍ମିତା ବାଉରୀ ମଞ୍ଚାସୀନ ହେଇଥିଲେ। ଉକ୍ତ ବୈଠକରେ ଜିଲ୍ଲା ତଥା ବ୍ଳକ୍ କଳା ସଂସ୍କୃତି ସଂଘ ଅଧିକ ସକ୍ରିୟ ଓ ତ୍ଵରାନିତ କରିବା ପାଈଁ ଆଲୋଚନା ହୋଇଥିଲା, ଉପସ୍ଥିତ ଉପ ସଭାପତି ନିଜ ନିଜ ନିଜ ଅଞ୍ଚଳର ସମସ୍ୟା ଗୁଡ଼ିକ ଉପସ୍ଥାପନ କରିଥିଲେ ଏହା ସହ ସମସ୍ତ ପଞ୍ଜୀକୃତ ଲୋକକଳା ଙ୍କୁ କେମିତି ସେମାନଙ୍କର ଆର୍ଥିକ ଅଭିବୃଦ୍ଧି ହେବ ଏଥିପାଇଁ ଦୃଷ୍ଟି ଦେବାକୁ ପ୍ରଶାସନକୁ ଅନୁରୋଧ କରିଥିଲେ ।

ଅତିରିକ୍ତ ଜିଲ୍ଲାପାଳ ସମସ୍ତ ସମସ୍ୟାକୁ ଶୁଣିବା ପରେ ସମସ୍ତ ସମସ୍ୟାର ସମାଧାନ ପାଇଁ ଉଚିତ୍ ପଦକ୍ଷେପ ନିଆଯିବ ବୋଲି କହିଥିଲେ ଏହି ସମୟରେ ଜିଲ୍ଲା କଳା ସଂସ୍କୃତି ସଂଘ ଉପ ସଭାପତି ସନ୍ତୋଷ କୁମାର ବଛା, ରାୟଗଡ଼ା ବ୍ଳକ୍ ଉପ ସଭାପତି ସନ୍ତୋଷ କୁମାର ତାଣ୍ଡି, ରାୟଗଡ଼ା ନଗରରୁ ଜେ ସୁକାନ୍ତ, କାଶିପୁର ବ୍ଲକ ଉପ ସଭାପତି କୃଷ୍ଣ ଚନ୍ଦ୍ର ପୂଜାରୀ, ବିଷମକଟକ ବ୍ଲକ୍ ଉପ ସଭାପତି ମଧୁସୂଦନ ମହାପାତ୍ର, ଗୁଣପୁର ବ୍ଳକ୍ ଉପ ସଭାପତି ଅଗନ୍ତି ଶବର, ଗୁଣପୁର ନଗରରୁ ସୋମନାଥ ପାଣି, ରାମନାଗୁଡ଼ା ବ୍ଳକ୍ ଉପ ସଭାପତି ରମେଶ ଶବର, ମୁନିଗୁଡା ବ୍ଲକ୍ ଉପ ସଭାପତି ଲକ୍ଷ୍ମୀକାନ୍ତ ନାୟକ, କୋଲନରା ବ୍ଳକ୍ ଉପ ସଭାପତି ତ୍ରିପତି କଣ୍ଟାବଂଶ, ପଦ୍ମପୁର ବ୍ଲକ୍ ଉପ ସଭାପତି ଶ୍ୟାମ ସୁନ୍ଦର୍ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ, ଦୁଇ ଉଦ୍ଧାର

କଟକ, (୨୫/୦୪) : ଆପ୍ର. : ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ । ସ୍ଥାନୀୟ ଲୋକଙ୍କ ଦ୍ୱାରା ଜଣେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ଗାଧୋଉଥିବା ବେଳେ ଘଟିଛି...

ବାହ୍ୟ ରାଜ୍ୟ କୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଦୁଇ ବ୍ୟବସାୟୀ ଗିରଫ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଟିଟିଲାଗଡ ରେଳ ଷ୍ଟେସନ ରୁ କ୍ରମାଗତ ଭାବେ ଗଞ୍ଜେଇ ଚୋରା ଚାଲାଣ ଚାଲିଥିବା ବେଳେ ମଝିରେ ମଝିରେ ଅନେକ ଗଞ୍ଜେଇ ମାଫିଆ ଙ୍କୁ କାବୁ କରାଯାଉଛି...

ଜଳିଗଲା ବୁଲେଟ ଗାଡ଼ି, ଦୁଇ ଯୁବକ ଗୁରୁତର

ବଲାଙ୍ଗୀର, (୨୫/୦୪) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବେଲପଡ଼ା ସହର ନିବାସୀ ସୁମନ୍ତ ବଛା ଓ ଅଜିତ ନାଗ ନାମକ ଦୁଇ ଯୁବକ ବୁଲେଟ ଯୋଗେ ଟିଟିଲାଗଡ ଦେଇ ଖୋଲାନ...

ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ପୌର ପରିଷଦ ଅଧିକାରୀ ତଥା ପଦାଧିକାରୀ...

ସାନନ୍ଦ ମେହେରକୁ ଗିରଫ ଓ ପ୍ରକାଶ ଲୁହାଙ୍କୁ ନ୍ୟାୟ ଦାବିରେ ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା

ସୁବର୍ଣ୍ଣପୁର, (୨୪/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା । ପ୍ରାପ୍ତ ସୂଚନା ଅନୁସାରେ କିଛିଦିନ ପୂର୍ବରୁ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ...