ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୮/୦୮) : ସୁବର୍ଣ୍ଣପୁର ଜିଲ୍ଲାରେ ସଡ଼କ ଦୁର୍ଘଟଣା କୁ ହ୍ରାସ କରିବା ଉପରେ ଗରୁତ୍ବ ପ୍ରଦାନ ପୂର୍ବକ ଆଜି ଜିଲ୍ଲା ସଡ଼କ ସୁରକ୍ଷା କମିଟି ତରଫରୁ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l
ଆଞ୍ଚଳିକ ପରିବହନ ବିଭାଗ, ଜିଲ୍ଲା ସୁରକ୍ଷା କମିଟି, ଓ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଆନୁକୂଲ୍ୟରେ ରେ ସ୍ଥାନୀୟ ସୋନପୁର ବସଷ୍ଟାଣ୍ଡ ଠାରେ ଗାଡି ଚାଳନା ଓ ପରିଚାଳନା ନିମନ୍ତେ ବସ ଡ୍ରାଇଭର ଓ କଣ୍ଡକ୍ଟର ଙ୍କୁ ନେଇ ସଡକ ସୁରକ୍ଷା ସଚେତନ କରାଯାଇଛି l ଆର ଟି ଓ ଅକ୍ଷୟ କୁମାର ଜେନା କାର୍ଯ୍ୟକ୍ରମ ଜରିଆରେ ସଡକ ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରି ଗାଡି ଚାଳନା ର ଆବଶ୍ୟକ ନିୟମାବଲୀଙ୍କୁ ସୁନିଶ୍ଚିତ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି l କାର୍ଯ୍ୟକ୍ରମ ଅବସରରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ର ସଦସ୍ୟ ସଦସ୍ୟା, ସୁବର୍ଣ୍ଣପୁର ଡ୍ରାଇଭର ଏବଂ କଣ୍ଡକ୍ଟର ବୃନ୍ଦ, ଜିଲ୍ଲା ବସ ମାଲିକ ସଙ୍ଘ କର୍ମ କର୍ତ୍ତା,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ, ସୁବର୍ଣ୍ଣପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ର ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ l