32.9 C
Balāngīr
Tuesday, May 13, 2025

ଜିଲ୍ଲା ସାମ୍ବାଦିକ ସଂଘର ବନ୍ଧୁମିଳନ – ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ

Must read

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିନେଲେ ଝିଅ

ଭୁବନେଶ୍ୱର, (୧୩/୦୫) : ଆପ୍ର. : ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯...

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୦୪/୦୧) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜିଲ୍ଲା ସାମ୍ବାଦିକ ସଂଘର ରାୟଗଡାର ହାଲୁଆ ପଞ୍ଚାୟତର ହାଲୁଆ ତୋଟା ଠାରେ ବନ୍ଧୁମିଳନ – ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଛି ।WhatsApp Image 2025 01 04 at 11.30.20 ଜିଲ୍ଲା ସାମ୍ବାଦିକ ସଂଘର ବନ୍ଧୁମିଳନ - ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜିଲ୍ଲାର ସମସ୍ତ ୧୧ ଟି ବ୍ଲକର ସଂଘର ୧୦୦ ରୁ ଉର୍ଦ୍ଧ ସାମ୍ବାଦିକ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଛନ୍ତି । ସକାଳ ୧୦ ରୁ ଆରମ୍ଭ ହେଇଥିବା ଆଜିର ଏହି କାର୍ଯ୍ୟକ୍ରମରେ ମଞ୍ଚାସିନ ଥିଲେ ସଂଘର ସଭାପତି ଡକ୍ଟର ବାଦଲ କୁମାର ତା, ଉପଦେଷ୍ଟା ବିଜୟ କୁମାର ମିଶ୍ର, ସାଧାରଣ ସମ୍ପାଦକ ରବିନ୍ଦ୍ର ପାଟଖଣ୍ଡଳ ଓ କୋଷାଦକ୍ଷ ବିଜୟ କୁମାର ଦାଶ । ପ୍ରଥମେ ରବୀନ୍ଦ୍ର ସମସ୍ତ ସଦସ୍ୟଙ୍କୁ ସ୍ୱାଗତ କରିବା ସହ ସଂଘର ବିଗତବର୍ଷର ଉପଲବ୍ଧି ସହ କରାଯାଇଥିବା ସେବା କାର୍ଯ୍ୟ ବିଷୟରେ ବିସ୍ତାର ରୂପେ କହିଥିଲେ । ସେଇପରି କୋଷାଦକ୍ଷ ବିଜୟ ବିଗତ ବର୍ଷର ବ୍ୟୟର ତାଲିକା ପ୍ରକାଶ କରିଥିଲେ । ସଭାପତି ଡକ୍ଟର ତା ଜିଲ୍ଲାରେ ସାମ୍ବାଦିକ ମାନଙ୍କୁ କିପରି ସରକାରୀ ଓ ପ୍ରଶାସନିକ ସହଯୋଗ ମିଳିବା ଆବଶ୍ୟକତା ଅଛି କହିଲେ ।WhatsApp Image 2025 01 04 at 11.29.16 ଜିଲ୍ଲା ସାମ୍ବାଦିକ ସଂଘର ବନ୍ଧୁମିଳନ - ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ

ସେଇପରି ଜିଲ୍ଲାର ଉନ୍ନତି ସହ ଶୋଷିତ, ପୀଡିତ, ବଞ୍ଚିତ ଓ ଅବହେଳିତ ମାନଙ୍କ ପାଇଁ ସାମ୍ବାଦିକ ମାନଙ୍କ ମୁଖ୍ୟତଃ ସଂଘର କଣ ଭୂମିକା ଅଛି ଡକ୍ଟର ତା ନିଜ ବକ୍ତବ୍ୟରେ ରଖିଲେ । ଶେଷରେ ସଂଘର ଜିଲ୍ଲା କମିଟିର ଦାଇତ୍ୱ ପାଇଁ ନୂତନ ନାମ ଘୋଷଣା କରାଗଲା । ସମସ୍ତଙ୍କ ସହମତିରେ ଡକ୍ଟର ତା ଜିଲ୍ଲା ସଭାପତି ଚୟନ ହେଲେ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଭାବେ ଶ୍ୟାମ କୁମାର ଦାଶଙ୍କୁ ସଂଘ ଚୟନ କଲେ, ତିରୁମୁଳା ପ୍ରସାଦ ପଟ୍ଟନାୟକ, ବ୍ରଜ ସୁନ୍ଦର ପାଢ଼ୀ ଓ ରଞ୍ଜନ ସ୍ୱାଇଁ ଜିଲ୍ଲା ଉପସଭାପତି, ବିଦ୍ୟା ଭୂଷଣ ପଣ୍ଡା ହେଲେ ଜିଲ୍ଲା ସାଧାରଣ ସମ୍ପାଦକ,ମନୋଜ ଜେନା ହେଲେ କୋଷାଦକ୍ଷ,ସନ୍ତୋଷ ଗୁରୁ, ଗୋପୀନାଥ ଗୌଡ଼, ଗୋଲକ ବିହାରୀ ସାମାନ୍ତରାୟ ଓ ପ୍ରସାଦ ଲିମାଙ୍କୁ ଜିଲ୍ଲା ସମ୍ପାଦକ ଦାଇତ୍ୟ ମିଳିଲା, ଅକ୍ଷୟ ପୀଡ଼ିଷିକା ହେଲେ ଜିଲ୍ଲା ସାଙ୍ଗଠନିକ ସମ୍ପାଦକ ଓ ସନ୍ତୋଷ ବୋଚା, ମହେଶ ପାଟଖଣ୍ଡଳଙ୍କୁ ଜିଲ୍ଲା ସହସମ୍ପାଦକ ଦାଇତ୍ୱ ମିଳିଲା ।

ସଙ୍ଘ ର ଉପଦେଷ୍ଟା ଭାବେ ବରିଷ୍ଠ ସାମ୍ବାଦିକ କୀର୍ତି ସାହୁ, ବିଜୟ ମିଶ୍ର,ପ୍ରୋମଦ ସାହୁ, ଅନିଲ ସାହୁକାର, ରାଜେନ୍ଦ୍ର ମିଶ୍ର, ଅଜୟ ରଥ,ବିଜୟ ଉଲ୍ଲକା, ରବୀନ୍ଦ୍ର ପାଟ୍ଟଖଣ୍ଡାଳ, ଉମାକାନ୍ତ ନିମାଲପୁରୀ ଓ ବିଜୟ ଦାସ ମୋନାନୀତ ହେଲେ।ନୂତନ କମିଟିକୁ ସଂଘର ସଦସ୍ୟ ମାନଙ୍କ ତରଫରୁ ଅଭିନନ୍ଦନ ଓ ଶୁଭେଚ୍ଛା ମିଳିଲା । ଆଗକୁ ଯୁବ ସାମ୍ବାଦିକ ମାନଙ୍କ ସହ ସଂଘ ଆଉରି ସୃଦୁଢ ହୋଇ କାମ କରିବ ବୋଲି ସଭାପତି ଡକ୍ଟର ତା.ପ୍ରକାଶ କରିଛନ୍ତି ।

- Advertisement -spot_img

More articles

- Advertisement -spot_img

Latest article

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିନେଲେ ଝିଅ

ଭୁବନେଶ୍ୱର, (୧୩/୦୫) : ଆପ୍ର. : ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯...

ଯାତ୍ରୀବାହୀ ବସକୁ ପିଟିଲା ଟ୍ରକ, ୨୦ ଆହତ

କରଞ୍ଜିଆ, (୧୩/୦୫) : ଆପ୍ର. : କରଞ୍ଜିଆ ଥାନା ଚଢ଼େଇଭୋଳ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଯାତ୍ରୀବାହୀ ବସକୁ ପଛ ପଟେ ଧକା ଦେଲା ଟ୍ରକ । ଦୁର୍ଘଟଣାରେ ଓଲଟି ପଡିଛି ଶିବ...

ମଦ ନେଲା ଜୀବନ, ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ

ମାଲକାନଗିରି, (୧୩/୦୫) : ଆପ୍ର. : ମଦ ନେଲା ୩ ଜୀବନ । ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ମୃତକ ହେଲେ...

କସ୍ତୁରବା ସବିକା ମହାବିଦ୍ୟାଳୟରେ ଆନ୍ତର୍ଜାତିକ ନର୍ସ ଦିବସ ପାଳନ

ପୁରୁଷୋତ୍ତମପୁର, (୧୩/୦୫) : ଆପ୍ର. : କସ୍ତୁରବା ସେବିକା ମହାବିଦ୍ୟାଳୟ ରେ ଆନ୍ତର୍ଜାତିକ ନର୍ସ ଦିବସ ପାଳିତ ହୋଇଛି । କଥା ରେ ଅଛି ମାନବ ସେବା ହିଁ ନରାୟଣ ସେବା, ଏହି ପରିପ୍ରେକ୍ଷୀରେ...

ଅଙ୍ଗଦାନ କରି ଅମର ହୋଇଗଲେ ଆଦିବାସୀ ଯୁବକ

ଗୁଣପୁର, (୧୩/୫) : ଆପ୍ର. : କଥାରେ ଅଛି ମଣିଷ ଜୀବନ ପାଣି ଫୋଟକା । ଖୁସିରେ ଘରୁ ବାହାରି ଥିଲେ କିନ୍ତୁ ବିଧାତାର ଲେଖା ଅଲଗା ଥିଲା, ଦୂର୍ଘଟଣାର ଶିକାର ହେଲେ...