32.9 C
Balāngīr
Saturday, April 26, 2025

ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଅଲିଭା ମହାସଂଘର ମିଳିତ ବୈଠକ ଅନୁଷ୍ଠିତ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ରିପୋର୍ଟ : ଧୃବରାଜ ମିଶ୍ର //
ସୁବର୍ଣ୍ଣପୁର (୧୭/୧୨): ଦି ହଙ୍ଗର୍ ପ୍ରୋଜେକ୍ଟ ପକ୍ଷରୁ ମହିଳା ଜନ ପ୍ରତିନିଧି ମାନଙ୍କୁ ନେଇ ଗଠନ ହୋଇଥିବା ଅଲିଭା ମହାସଂଘର ଜିଲ୍ଲା ସ୍ତରୀୟ ବୈଠକ ସୁବର୍ଣ୍ଣପୁର ର ନିଉ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି l ଦି ହଙ୍ଗର ପ୍ରୋଜେକ୍ଟ କ୍ଷେତ୍ର ପ୍ରଶିକ୍ଷକ ଗୁଣନିଧି ମାଝି ସମସ୍ତଙ୍କୁ ସ୍ୱାଗତ ଜଣାଇ ଅତିଥି ପରିଚୟ ପ୍ରଦାନ କରିଥିବା ବେଲେ ଜେଣ୍ଡର୍ ଏକ୍ସପୋର୍ଟ ଅନଙ୍ଗ ନେଗି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ସୂଚନା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷl ସୁପାର ଠେଲା ଯୋଗ ଦେଇ ନାରୀ କୌଣସି ଗୁଣରେ କମ୍ ନୁହନ୍ତି ବୋଲି କହିବା ସହ ଦେଶ ଉନ୍ନତ ହେବ ବୋଲି ମତ ରଖିଥିଲେ l

ସମ୍ମାନିତ ଅତିଥି ଭାବେ ଉପ ଆରକ୍ଷୀ ଅଧିକ୍ଷକ ରେଣୁକା ସୁନା ମହିଳା ହିଂସା ରେ ପୀଡିତl ମାନଙ୍କ ପାଇଁ ଥିବା ଆଇନ ଉପରେ ମତ ରଖିଥିଲେ l ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟରେ ଅବସ୍ଥାପିତ ସୁରକ୍ଷା ଅଧିକାରୀ ଅନିତା ଗୁରୁ ମହିଳା ଶିଶୁ ବିକାଶ ମାଧ୍ୟମରେ ପ୍ରତିଷେଧକ ଟୀକା ପ୍ରଦାନ ଉପରେ ଆଲୋକପାତ କରିଥିଲେ l ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ଡ.ରମେଶ ଚନ୍ଦ୍ର ସ୍ୱାଇଁ ନାରୀ ସୁରକ୍ଷା, ଶିଶୁ ସୁରକ୍ଷା, ହିଂସା ଉପରେ ସୂଚନା ଦେଇଥିଲେ l ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୃଭୂଜ ଦାଶ ଶିଶୁ ଅଧିକାର, ମିଶନ ବାତ୍ସଲ୍ୟ ,ଆର୍ଶୀବାଦ ଯୋଜନା ଓ ଶିଶୁ ଅନୁକୂଳ ପଞ୍ଚାୟତ ଉପରେ ସୂଚନା ଦେଇଥିଲେ l ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଶଙ୍କର୍ଷଣ ପଣ୍ଡା, ସରଗଜ ଗ୍ରାମପଞ୍ଚାୟତ ସରପଞ୍ଚ ନର୍ମଦା ମିଶ୍ର, ତୁଲୁଣ୍ଡା ସରପଞ୍ଚ ଉମା ସାହୁ ଙ୍କ ସହିତ ଅଲିଭା ମହାସଂଘ ସଭାନେତ୍ରୀ ଆହୁତି କୁମ୍ଭାର ଓ ସମ୍ପାଦିକା କାମିନୀ ମିଶ୍ର ଅଲିଭା ମହାସଂଘ କାର୍ଯ୍ୟକ୍ରମ ଓ ପଞ୍ଚାୟତ ଜନ ପ୍ରତିନିଧି ମାନଙ୍କ ପାଇଁ କାର୍ଯ୍ଯକାରୀ ହେଉଥିବା ବିଭିନ୍ନ କାର୍ଯ୍ଯକ୍ରମ ଉପରେ ଆଲୋଚନା କରିଥିଲେ l ଏଥିରେ ତରଭା ବ୍ଲକ ୧୫ଟି ଗ୍ରାମ ପଞ୍ଚାୟତରୁ ମହିଳା ଜନ ପ୍ରତିନିଧି ମାନେ ଅଂଶ ଗ୍ରହଣ କରି ଅଲିଭା ମହାସଙ୍ଘ ମାଧ୍ୟମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷl ଠେଲା ଙ୍କୁ ବିଭିନ୍ନ ସମସ୍ୟା ନେଇ ଏକ ଦାବିପତ୍ର ପ୍ରଦାନ କରିଥିଲେ l ଏଥିରେ ଧନୁର୍ଦ୍ଧର ନାଏକ, ସ୍ବପ୍ନା ମହାଲିଙ୍ଗ, ଝରଣା ପଟ୍ଟନାୟକ ଓ ସୁଦାମ ଗାଈଗାରିଆ ସହଯୋଗ କରିଥିବା ବେଳେ କମସରା ଗ୍ରାମପଞ୍ଚାୟତ ସରପଞ୍ଚ କୁନ୍ତଳା ରଣା ଧନ୍ୟବାଦ ଅର୍ପଣ କରିଥିଲେ l

- Advertisement -spot_img

More articles

- Advertisement -spot_img

Latest article

ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ, ଦୁଇ ଉଦ୍ଧାର

କଟକ, (୨୫/୦୪) : ଆପ୍ର. : ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ । ସ୍ଥାନୀୟ ଲୋକଙ୍କ ଦ୍ୱାରା ଜଣେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ଗାଧୋଉଥିବା ବେଳେ ଘଟିଛି...

ବାହ୍ୟ ରାଜ୍ୟ କୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଦୁଇ ବ୍ୟବସାୟୀ ଗିରଫ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଟିଟିଲାଗଡ ରେଳ ଷ୍ଟେସନ ରୁ କ୍ରମାଗତ ଭାବେ ଗଞ୍ଜେଇ ଚୋରା ଚାଲାଣ ଚାଲିଥିବା ବେଳେ ମଝିରେ ମଝିରେ ଅନେକ ଗଞ୍ଜେଇ ମାଫିଆ ଙ୍କୁ କାବୁ କରାଯାଉଛି...

ଜଳିଗଲା ବୁଲେଟ ଗାଡ଼ି, ଦୁଇ ଯୁବକ ଗୁରୁତର

ବଲାଙ୍ଗୀର, (୨୫/୦୪) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବେଲପଡ଼ା ସହର ନିବାସୀ ସୁମନ୍ତ ବଛା ଓ ଅଜିତ ନାଗ ନାମକ ଦୁଇ ଯୁବକ ବୁଲେଟ ଯୋଗେ ଟିଟିଲାଗଡ ଦେଇ ଖୋଲାନ...

ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ପୌର ପରିଷଦ ଅଧିକାରୀ ତଥା ପଦାଧିକାରୀ...

ସାନନ୍ଦ ମେହେରକୁ ଗିରଫ ଓ ପ୍ରକାଶ ଲୁହାଙ୍କୁ ନ୍ୟାୟ ଦାବିରେ ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା

ସୁବର୍ଣ୍ଣପୁର, (୨୪/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା । ପ୍ରାପ୍ତ ସୂଚନା ଅନୁସାରେ କିଛିଦିନ ପୂର୍ବରୁ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ...