32.9 C
Balāngīr
Saturday, April 26, 2025

ଜିଲ୍ଲା ସ୍ତରୀୟ ଅନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳନ ଅବସରରେ ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ସହାୟତା ପ୍ରଦାନ : ୧,୪୨,୬୮୩ହିତାଧିକାରୀ ପାଇଲେ ଦ୍ଵିତୀୟ କିସ୍ତି

Must read

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୮/୦୩) : ମହିଳାଙ୍କୁ ଆର୍ଥିକ ସଶକ୍ତ ଓ ସେମାନଙ୍କ ବିକାଶ ନିମନ୍ତେ ରାଜ୍ୟରେ ପ୍ରଣୟନ ଯୁଗାନ୍ତକାରୀ ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ପ୍ରଦାନକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବ୍ରହ୍ମପୁର ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ଅବସରରେ ପ୍ରଦାନ କରିଛନ୍ତି ।WhatsApp Image 2025 03 08 at 21.36.46 ଜିଲ୍ଲା ସ୍ତରୀୟ ଅନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳନ ଅବସରରେ ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ସହାୟତା ପ୍ରଦାନ : ୧,୪୨,୬୮୩ହିତାଧିକାରୀ ପାଇଲେ ଦ୍ଵିତୀୟ କିସ୍ତି

କାର୍ଯ୍ୟକ୍ରମର ସିଧା ପ୍ରସାରଣ ସମସ୍ତ ଜିଲ୍ଲାରେ ପ୍ରସାରିତ ହୋଇଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ସହର ସ୍ଥିତ ଟାଉନ ହଲ ଠାରେ ଜିଲ୍ଲା ସ୍ତରୀୟ ମହିଳା ଦିବସ ପାଳନ ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନ ରେ ସୁଭଦ୍ରା ଯୋଜନା ର ଦ୍ଵିତୀୟ କିସ୍ତି ସହାୟତା ରାଶି ପ୍ରଦାନ ନିମନ୍ତେ ସମାବେଶ ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ ସୁବର୍ଣ୍ଣପୁର ରାଜେନ୍ଦ୍ର ମାଝୀ, ସିଡିଓ ଜିଲ୍ଲା ପରିଷଦ ଅଶ୍ୱିନୀ ମେହେର ଙ୍କ ସହ ମାନ୍ୟବର ସାଂସଦ ପ୍ରତିନିଧି ନଳିନୀ ପଣ୍ଡା, ବଳଦେବ ପ୍ରଧାନ,ଜିଲ୍ଲା ବିଜେପି ସଭାପତି ବେଣୁଧର ଦାଶ, ଯୁବମୋର୍ଚା ସଭାପତି ସ୍ୱରୂପ ପାତ୍ର, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ଉଷା କୁମାରୀ ପ୍ରମୁଖ ଅତିଥିଭାବେ ଯୋଗଦାନ କରି ଉପସ୍ଥିତ ମାଁ ମାନଙ୍କୁ ଯୋଜନା ର ଲକ୍ଷ୍ୟ ଓ ଉଦେଶ୍ୟ ତଥା ପ୍ରାପ୍ତ କିସ୍ତି ଟଙ୍କାର ଉପଯୁକ୍ତ ବିନିଯୋଗ ଉପରେ ସୁପରାମର୍ଶ ଦେଇ ରାଜ୍ୟ ତଥା ଦେଶ ବିକାଶରେ ସହଯୋଗୀ ହେବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଅନୁପମା ପଣ୍ଡା ସମାରୋହରେ ସ୍ୱାଗତ ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀ, ଜିଲ୍ଲାର ସମସ୍ତ ବ୍ଲକ ସ୍ତରରୁ ସୁଭଦ୍ରା ହିତାଧିକାରୀ, ଜନ ପ୍ରତିନିଧି, ସାମ୍ବାଦିକ ପ୍ରମୁଖ ଯୋଗଦାନ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ, ଦୁଇ ଉଦ୍ଧାର

କଟକ, (୨୫/୦୪) : ଆପ୍ର. : ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ । ସ୍ଥାନୀୟ ଲୋକଙ୍କ ଦ୍ୱାରା ଜଣେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ଗାଧୋଉଥିବା ବେଳେ ଘଟିଛି...

ବାହ୍ୟ ରାଜ୍ୟ କୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଦୁଇ ବ୍ୟବସାୟୀ ଗିରଫ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଟିଟିଲାଗଡ ରେଳ ଷ୍ଟେସନ ରୁ କ୍ରମାଗତ ଭାବେ ଗଞ୍ଜେଇ ଚୋରା ଚାଲାଣ ଚାଲିଥିବା ବେଳେ ମଝିରେ ମଝିରେ ଅନେକ ଗଞ୍ଜେଇ ମାଫିଆ ଙ୍କୁ କାବୁ କରାଯାଉଛି...

ଜଳିଗଲା ବୁଲେଟ ଗାଡ଼ି, ଦୁଇ ଯୁବକ ଗୁରୁତର

ବଲାଙ୍ଗୀର, (୨୫/୦୪) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବେଲପଡ଼ା ସହର ନିବାସୀ ସୁମନ୍ତ ବଛା ଓ ଅଜିତ ନାଗ ନାମକ ଦୁଇ ଯୁବକ ବୁଲେଟ ଯୋଗେ ଟିଟିଲାଗଡ ଦେଇ ଖୋଲାନ...

ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ପୌର ପରିଷଦ ଅଧିକାରୀ ତଥା ପଦାଧିକାରୀ...

ସାନନ୍ଦ ମେହେରକୁ ଗିରଫ ଓ ପ୍ରକାଶ ଲୁହାଙ୍କୁ ନ୍ୟାୟ ଦାବିରେ ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା

ସୁବର୍ଣ୍ଣପୁର, (୨୪/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା । ପ୍ରାପ୍ତ ସୂଚନା ଅନୁସାରେ କିଛିଦିନ ପୂର୍ବରୁ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ...